ଡେରାଡୁନ:ସ୍ବର୍ଗପୁରୀ କେଦାରନାଥ, ଉତ୍ତରାଖଣ୍ଡର କେଦାରନାଥ ଧାମରେ ତୁଷାରପାତ ଆରମ୍ଭ ହୋଇଯାଇଛି । ଧାମରେ ତିନିରୁ ଚାରି ଫୁଟ ବରଫ ଜମା ରହିଥିବା ଦେଖିବାକୁ ମିଳିଛି । ସମଗ୍ର ଅଞ୍ଚଳ ବରଫର ଏକ ଧଳା ଚାଦର ଦ୍ବାରା ଆଚ୍ଛାଦିତ ହୋଇ ରହିଛି । ତୁଷାରପାତ ଯୋଗୁଁ କେଦାରନାଥ ଧାମରେ ପ୍ରବଳ ଶୀତ ଅନୁଭୂତ ହେଉଛି ଏବଂ ଧାମର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ:Mount Kilimanjaro: କୁନି ଝିଅ ସାଇନାଙ୍କ ମହତ ଲକ୍ଷ୍ୟ, ଦୁନିଆର ୪ର୍ଥ ଉଚ୍ଚ ଶିଖରରେ ଉଡାଇବେ ତ୍ରିରଙ୍ଗା
ସାରା ଦେଶରେ ଶୀତର ଲହରୀ ଜାରି ରହିଛି । ଥଣ୍ଡା ବଢ଼ିବା ସହ ପାଣିପାଗର ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ତୁଷାରପାତ ଆରମ୍ଭ ହୋଇଛି । ଫଳରେ ସ୍ବର୍ଗପୁରୀ କୁହାଯାଉଥିବା କେଦାରନାଥ ଧାମର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଯାଇଛି । ମନ୍ଦିର ଉପରେ ବରଫ ଆସ୍ତରଣ ଜମି ଯାଇଛି । ସତେ ଯେପରି ଧଳା ଚାଦରରେ ଘୋଡ଼େଇ ହୋଇଛି କେଦାରନାଥ ଧାମ । ସକାଳୁ ମଧ୍ୟାହ୍ନ ସମୟ ଯାଏ ଧାମରେ ବରଫ ପାତ ହେଉଛି । କେଦାରନାଥ ଧାମରେ ପ୍ରବାହିତ ମନ୍ଦିକିନି ନଦୀ ବରଫ ଜମି ଯାଇଛି । ଏପରିକି ଆଖ ପାଖ ଅଞ୍ଚଳ ତଥା ସମସ୍ତ ହୋଟେଲ, ଲଜ ଏବଂ ଧର୍ମଶାଳା ଗୁଡ଼ିକ ବରଫରେ ଆଚ୍ଛାଦିତ ହୋଇରହିଛି ।