ଓଡିଶା

odisha

ETV Bharat / bharat

ଭାରତକୁ ଟିକା ସମ୍ପର୍କିତ କଞ୍ଚାମାଲ ରପ୍ତାନୀ ବନ୍ଦ କଲା ଆମେରିକା, ଉତ୍ପାଦନ ପ୍ରଭାବିତ ଆଶଙ୍କା - us govt

ଭାରତକୁ ଟିକା ସମ୍ପର୍କିତ କଞ୍ଚାମାଲ ରପ୍ତାନୀ ବନ୍ଦ କଲା ବାଇଡେନ ପ୍ରଶାସନ । ଅଧିକ ପଢନ୍ତୁ....

ଭାରତକୁ ଟିକା ସମ୍ପର୍କିତ କଞ୍ଚାମାଲ ରପ୍ତାନୀ ବନ୍ଦ କଲା ଆମେରିକା
ଭାରତକୁ ଟିକା ସମ୍ପର୍କିତ କଞ୍ଚାମାଲ ରପ୍ତାନୀ ବନ୍ଦ କଲା ଆମେରିକା

By

Published : Apr 24, 2021, 7:43 PM IST

ନୂଆଦିଲ୍ଲୀ: କୋରୋନାର ଭୟାବହତା ମଧ୍ୟରେ ଦେଶ ଗତି କରୁଥିବାବେଳେ ଭାରତ ପ୍ରତି ଚରମ ଅସହଯୋଗ ମୂଳକ ନୀତି ଆପଣାଇଛି ଯୁକ୍ତରାଷ୍ଟ୍ର ଆମେରିକା । ଟିକା ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଆମେରିକା ସରକାର । ଭାରତରେ ଉତ୍ପାଦିତ ହେଉଥିବା ଭ୍ୟାକସିନ ପାଇଁ ଆବଶ୍ୟକୀୟ କଞ୍ଚାମାଲ ଆମେରିକାରୁ ଆମଦାନୀ ହେଉଥିବା କଞ୍ଚାମାଲ ଉପରେ ଆମେରିକା କଟକଣା ଲଗାଇଛି । ଆମେରିକାର ଏପରି ନିଷ୍ପତ୍ତି ପରେ ଭାରତରେ ଟିକାଟିକା ଉତ୍ପାଦନ ହାର ହ୍ରାସ ପାଇବା ସହ ଉତ୍ପାଦନ ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।

ବାଇଡେନ ପ୍ରଶାସନ ବର୍ତ୍ତମାନ ଆମେରିକାର ସମସ୍ତ ନାଗରିକଙ୍କ ପାଇଁ ଟିକାକରଣର ବ୍ୟବସ୍ଥା କରୁଛି । ଫଳରେ ଅନ୍ୟ ଦେଶକୁ ଗତ କିଛି ମାସ ଧରି ଔଷଧ ସମ୍ପର୍କିତ ସାମଗ୍ରୀ ରପ୍ତାନୀ ଉପରେ ରୋକ ଲଗାଇବା ସହ ନିଜର ଉତ୍ପାଦନ କ୍ଷମତା ବଢାଇବା ଉପରେ ଗୁରୁତ୍ବ ଦେଉଥିବା ଦାଖିବାକୁ ମିଳିଛି ।

ତେବେ ଭାରତରେ ପ୍ରସ୍ତୁତ ହେଉଥିବା ଟିକାର କଞ୍ଚାମାଲ ବିଭିନ୍ନ ଦେଶରୁ ଆମଦାନୀ ହେଉଥିବାବେଳେ ମୁଖ୍ୟତଃ ଏହାର ଏକ ବଡ ଅଂଶ ଆମେରିକାରୁ ଆମଦାନୀ ହେଉଥିଲା । ବାଇଡେନ ପ୍ରଶାସନର ଏପରି ନିଷ୍ପତ୍ତି ପରେ ଭାରତର ଟିକା ଉତ୍ପାଦନ ପ୍ରକ୍ରିୟାରେ ବ୍ୟାହାତ ସୃଷ୍ଟି ହେବା ପରି ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details