ନୂଆଦିଲ୍ଲୀ: ସମଗ୍ର ଭାରତରେ ଆଉ 9ଟି ସହରରେ ଉପଲବ୍ଧ ହେବ ସ୍ପୁଟନିକ-ଭି ଭ୍ୟାକ୍ସିନ । ଭ୍ୟାକ୍ସିନ ମିଳିବା ସହରଗୁଡିକ ହେଲା ବେଙ୍ଗାଲୁରୁ, ମୁମ୍ବାଇ,ଚେନ୍ନାଇ, ବିଶାଖାପାଟନମ, ବାଦି କୋଲହାପୁରମ ଓ ମିରଲାୟାଗୁଡା । ଏନେଇ ଟ୍ବିଟ କରି ସୂଚନା ଦେଇଛି ସ୍ପୁଟନିକ-ଭି ।
ସ୍ପୁଟନିକ-ଭି ଟିକାକୁ ପ୍ରସ୍ତୁତ କରିଛି ଋଷ । ଏହା ପ୍ରସ୍ତୁତ ହେବାପରେ ଏହା ଏପ୍ରିଲ ମାସରେ ଭାରତରେ ପ୍ରଥମ ପର୍ଯ୍ୟାୟ ଟିକା ଉପଲବ୍ଧ ହୋଇଥିଲା । ଭାରତରେ ସ୍ପୁଟନିକ ଭି ଟୀକା ଧିରେ ଧିରେ କାର୍ଯ୍ୟକ୍ଷମ କରି ଅଧିକ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଭାରତରେ ପ୍ରତି ମାସରେ 50 ମିଲିଅନ ସ୍ପୁଟନିକ ଭି କୋରୋନା ଟିକା ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରଖାଯାଇଛି । ସେପଟେ ଭାରତରେ ଥିବା ଋଷ ଆମ୍ବାସଡର ରୋମାନ ବାବୁସ୍କିନ କହିଛନ୍ତି ଯେ ଭାରତ ସରକାର ସ୍ପୁଟନିକ ଭି ଟିକାକୁ ଅନୁମତି ଦେଇଥିବାରୁ ଖୁସି ପ୍ରକଟ କରିଛନ୍ତି । ଏହା ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତା ସ୍ବତନ୍ତ୍ରତାର ନିଦର୍ଶନ ବୋଲି କହିଥିଲେ । ଏହାସହ ଦୁଇ ଦେଶର ଥିବା ସମ୍ପର୍କକୁ ଉଚ୍ଚସ୍ତରକୁ ନେଇଛି ।