ଓଡିଶା

odisha

ETV Bharat / bharat

ଚର୍ଚ୍ଚାରେ ଅଜଣା ମୃତକଙ୍କ ଉତ୍ତରଦାୟୀ ଶରୀଫ୍ ଚାଚା: ମିଳିଲା ପଦ୍ମଶ୍ରୀ ସମ୍ମାନ, ରାଷ୍ଟ୍ରପତିଙ୍କ ଭୂୟସୀ ପ୍ରଶଂସା

25 ବର୍ଷ ହେଲାଣି ହଜାର ହଜାର ଅଜଣା ମୃତଦେହ ସତ୍କାର କରି ଚର୍ଚ୍ଚାରେ ଅଯୋଧ୍ୟାର ଶରୀଫ ଚାଚା । ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି । ଜାଣନ୍ତୁ ଜଣେ ନିଆରା ମଣିଷଙ୍କ କାହାଣୀ...

ଶରୀଫ୍ ଚାଚାଙ୍କୁ ପଦ୍ମଶ୍ରୀ; ସାଜିଛନ୍ତି ଅଜଣା ମୃତକଙ୍କ ଉତ୍ତରଦାୟୀ
ଶରୀଫ୍ ଚାଚାଙ୍କୁ ପଦ୍ମଶ୍ରୀ; ସାଜିଛନ୍ତି ଅଜଣା ମୃତକଙ୍କ ଉତ୍ତରଦାୟୀ

By

Published : Nov 9, 2021, 10:40 AM IST

ଅଯୋଧ୍ୟା:ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶର ୧୧୯ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଯାହାମଧ୍ୟରେ ରହିଛନ୍ତି ଅଯୋଧ୍ୟାର ୮୩ ବର୍ଷୀୟ ସମାଜସେବୀ ମହମ୍ମଦ ଶରୀଫ ଓରଫ ଶରୀଫ ଚାଚା । ଶରୀଫ୍ ଚାଚା ଅଞ୍ଚଳରେ ଅଜଣା ମୃତଦେହଙ୍କ ଉତ୍ତରଦାୟୀ ଭାବେ ଜଣାଯାଆନ୍ତି । ବୟସର ଅପରାହ୍ନରେ ପହଞ୍ଚିଥିବା ଏହି ବୃଦ୍ଧ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ନିଜ ଜୀବନକାଳ ମଧ୍ୟରେ ପ୍ରାୟ ୨,୫୦୦ ଅଚିହ୍ନା ମୃତକଙ୍କ ଅନ୍ତିମ ସଂସ୍କାର କରିସାରିଛନ୍ତି । ତାଙ୍କର ଏଭଳି ମହାନ କାର୍ଯ୍ୟ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି ।

ଶରୀଫ୍ ଚାଚାଙ୍କୁ ପଦ୍ମଶ୍ରୀ; ସାଜିଛନ୍ତି ଅଜଣା ମୃତକଙ୍କ ଉତ୍ତରଦାୟୀ

ଶରୀଫ ଚାଚାଙ୍କ ଜୀବନରେ ଏକ ଘଟଣା ଘଟିଥିଲା ଯାହା ତାଙ୍କୁ ଅଜଣା ମୃତଦେହକୁ ଆପଣାର ଭାବି ସତ୍କାର କରିବାକୁ ପ୍ରେରଣା ଯୋଗାଇଥିଲା । କହିରଖୁଛୁ କି, ପ୍ରାୟ ୨୫ ବର୍ଷ ପୂର୍ବେ ସୁଲତାନପୁର ଠାରେ ମହମ୍ମଦ ଶରୀଫଙ୍କ ପୁଅର ମୃତ୍ୟୁ ହୋଇଯାଇଥିଲା । ମାତ୍ର ଅଚିହ୍ନା ମୃତଦେହ ଭାବେ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଏହି ଘଟଣା ଶରୀଫଙ୍କୁ ବହୁତ ଦୁଃଖ ଦେଇଥିଲା । ସେହିଦିନ ଠାରୁ ହିଁ ସେ ମନସ୍ଥ କରିଥିଲେ ଯେମିତି ତାଙ୍କ ପୁଅ ଭଳି ଆଉ କେହି ବି ଅଜଣା ଅଚିହ୍ନା ଭାବେ ଦୁନିଆରୁ ବିଦାୟ ନ ନିଅନ୍ତି । ଏଥିପାଇଁ ୨୫ ବର୍ଷ ହେଲା ସେ ଜିଲ୍ଲା ହସ୍ପିଟାଲରେ ଉପସ୍ଥିତ ରୁହନ୍ତି । ଯେତେବେଳେ କେଉଁ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଖବର ଆସେ ତୁରନ୍ତ ସେ ସମ୍ମାନ ସହ ଅନ୍ତିମ ସଂସ୍କାର କରିଥାନ୍ତି ।

ଶରୀଫ୍ ଚାଚାଙ୍କୁ ପଦ୍ମଶ୍ରୀ; ସାଜିଛନ୍ତି ଅଜଣା ମୃତକଙ୍କ ଉତ୍ତରଦାୟୀ

ସମାଜସେବୀ ଶରୀଫ ଚାଚା ଫୈଜାବାଦ ସହରର ରିକାବଗଞ୍ଜସ୍ଥିତ ତାଡ କି ତକିୟା କବରସ୍ଥାନ ପରିସରରେ ଏକ କୋଠରୀରେ ବସବାସ କରନ୍ତି । ସେ ପେଶାରେ ଏକ ସାଇକେଲ ମେକାନିକ୍ ଅଟନ୍ତି । ମୁସଲମାନ ସମ୍ପ୍ରଦାୟର ହୋଇଥିବା ସତ୍ତ୍ବେ ସବୁ ଧର୍ମର ଲୋକଙ୍କୁ ସେ ଖୁବ୍ ସମ୍ମାନ କରନ୍ତି । ତେଣୁ ବିଭିନ୍ନ ଧର୍ମର ଅଜଣା ମୃତଦେହକୁ ସେମାନଙ୍କର ଯଥା ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର କରିଥାନ୍ତି ମହମ୍ମଦ ଶରୀଫ୍ ।

ତାଙ୍କର ଏଭଳି ମହାନ କାର୍ଯ୍ୟ ପାଇଁ ଗତବର୍ଷ ଜାନୁୟାରୀ ୨୫ ତାରିଖରେ ପଦ୍ମ ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଥିଲା । ହେଲେ କୋଭିଡ ଯୋଗୁଁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇପାରିନଥିଲା । ଶେଷରେ ଦେଢ ବର୍ଷ ପରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନ କରିଛନ୍ତି ଭାରତ ସରକାର । ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଯାହାକୁ ନେଇ ମହମ୍ମଦ ଶରୀଫଙ୍କ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details