ଓଡିଶା

odisha

ETV Bharat / bharat

କେଭାଡିଆରେ ମିଳିତ କମାଣ୍ଡର୍ସ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ - pm modi in kevadia

ଗୁଜୁରାଟର କେଭାଡିଆରେ ମିଳିତ କମାଣ୍ଡର୍ସ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଅଧିକ ପଢନ୍ତୁ...

କେଭାଡିଆରେ ମିଳିତ କମାଣ୍ଡର୍ସ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
କେଭାଡିଆରେ ମିଳିତ କମାଣ୍ଡର୍ସ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

By

Published : Mar 6, 2021, 9:33 PM IST

ଅହମ୍ମଦାବାଦ: ଗୁଜୁରାଟର କେଭାଡିଆରେ ମିଳିତ କମାଣ୍ଡର୍ସ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ଦେଶର ସଶସ୍ତ୍ର ବଳକୁ ପ୍ରଶଂସା କରିଛନ୍ତି । ଦେଶରେ କୋଭିଡ ମହାମାରୀ ଏବଂ ଉତ୍ତର ସୀମାରେ ଆହ୍ମାନପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ବର୍ଷ ମଧ୍ୟରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ବାରା ପ୍ରଦର୍ଶିତ ନିଷ୍ଠା ପାଇଁ ଦୃଢ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

କେଭାଡିଆରେ ମିଳିତ କମାଣ୍ଡର୍ସ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ସିଭିଲ୍-ମିଲିଟାରୀ ଏବଂ ସାମରିକ ପ୍ରସଙ୍ଗରେ ତ୍ବରାନିତ ନିଷ୍ପତ୍ତି ଗ୍ରହଣ କିରିବାକୁ ବିଶେଷ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ସୁରକ୍ଷାବଳକୁ ନିଜକୁ ପୁରୁଣା ପ୍ରଣାଳୀ ଏବଂ ଅଭ୍ୟାସକୁ ଛାଡିବା ସହ ଏମାନଙ୍କ ସର୍ବଶ୍ରେଷ୍ଠ ଉପଯୋଗିତା ଏବଂ ପ୍ରାସଙ୍ଗିକତାକୁ ବଞ୍ଚାଇ ରଖିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ସମ୍ମିଳନୀ ସ୍ଥଳରେ ପ୍ରଦର୍ଶନୀ ପାଇଁ ରଖାଯାଇଥିବା ବିଭିନ୍ନ ଯୁଦ୍ଧାସ୍ତ୍ର ମଧ୍ୟ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ମିଳିତ କମାଣ୍ଡର ସମ୍ମିଳନୀରେ ପ୍ରଦର୍ଶନୀରେ ଭାରତୀୟ ସଶସ୍ତ୍ର ବାହିନୀର କିଛି ଉଦ୍ଭାବନ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ ଜେନେରାଲ ବିପିନ ରାଓ୍ବତ ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details