ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ଦେଶରେ ଅମ୍ଳଜାନର ଘୋର ଅଭାବ ଦେଖାଦେଇଥିଲା । ଏହି ସଙ୍କଟକୁ ଦୂର କରିବା ପାଇଁ ଭାତୀୟ ରେଳବାଇ ଆରମ୍ଭ କରିଥିଲା ଅମ୍ଳଜାନ ଏକ୍ସପ୍ରେସ । ତେବେ ଆଜି ପର୍ଯ୍ୟନ୍ତ ଏହି ଅମ୍ଳଜାନ ଏକ୍ସପ୍ରେସ ଦ୍ବାରା 20 ହଜାର ମେଟ୍ରିକ ଟନ ତରଳ ମେଡିକାଲ ଅମ୍ଳଜାନ କୋରୋନା ରୋଗୀଙ୍କ ପାଇଁ ବିତରଣ କରିଛି । ଏନେଇ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ସୂଚନା ଦେଇଛନ୍ତି ।
ଦେଶରେ 20 ହଜାର ମେଟ୍ରିକ ଟନ୍ ଅମ୍ଳଜାନ ବିତରଣ କରିଛି ଅମ୍ଳଜାନ ଏକ୍ସପ୍ରେସ - କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ
ମହାମାରୀ ସମୟରେ ଭାରତୀୟ ରେଳବାଇର ଅମ୍ଳଜାନ ଏକ୍ସପ୍ରେସ ଦ୍ବାରା 20 ହଜାର ମେଟ୍ରିକ ଟନ୍ ତରଳ ମେଡିକାଲ ଅମ୍ଳଜାନ କୋରୋନା ରୋଗୀଙ୍କ ପାଇଁ ବିତରଣ କରିଛି । ଅଧିକ ପଢନ୍ତୁ...

ଦେଶରେ 20 ହଜାର ମେଟ୍ରିକ ଟନ୍ ଅମ୍ଳଜାନ ବିତରଣ କରିଛି ଅମ୍ଳଜାନ ଏକ୍ସପ୍ରେସ
ଏପର୍ଯ୍ୟନ୍ତ ମୋଟ 300ଟି ଅମ୍ଳଜାନ ଏକ୍ସପ୍ରେସ ଦେଶ ସେବାରେ ଯାତ୍ରା ଶେଷ କରିଥିବା ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ପୀୟୁଷ ଗୋଏଲ । ଏହି ଅମ୍ଳଜାନ ଏକ୍ସପ୍ରେସ୍ ଯାତ୍ରା କରିବା ଦ୍ବାରା ଅନେକ ରାଜ୍ୟ ଏଥିରେ ଲାଭବାନ ହୋଇପାରିଛନ୍ତି ।
@ANI