ଓଡିଶା

odisha

ETV Bharat / bharat

ଦିପାବଳୀରେ ବାଣ ଫୁଟାଇବା ପ୍ରସଙ୍ଗ: ଓଡିଶାକୁ ପ୍ରଶଂସା, 23 ରାଜ୍ୟ ମୁଖ୍ୟ ସଚିବଙ୍କୁ ନୋଟିସ - The NGT issued notices to the chief secretaries of 23 states on the issue of firing on Diwali

ଦିପାବଳୀରେ ବାଣ ଫୁଟାଇବା ପ୍ରସଙ୍ଗରେ 23 ରାଜ୍ୟର ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କଲେ ଏନଜିଟି । ପଢନ୍ତୁ ଅଧିକ.....

ଦିପାବଳୀରେ ବାଣ ଫୁଟାଇବା ପ୍ରସଙ୍ଗ, 23 ରାଜ୍ୟର ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କଲେ ଏନଜିଟି
ଦିପାବଳୀରେ ବାଣ ଫୁଟାଇବା ପ୍ରସଙ୍ଗ, 23 ରାଜ୍ୟର ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କଲେ ଏନଜିଟି

By

Published : Nov 4, 2020, 9:53 PM IST

ନୂଆଦିଲ୍ଲୀ: ଦୀପାବଳୀରେ ବାଣ ନିଷେଧ କରିବା ପାଇଁ ହୋଇଥିବା ଆବେଦନକୁ ଗୁରୁତ୍ତର ସହ ନେଇଛନ୍ତି ଜାତୀୟ ଗ୍ରୀନ ଟ୍ରୀବୁନାଲ (ଏନଜିଟି)। ଓଡିଶା । ଟ୍ରିବୁନାଲ 23 ରାଜ୍ୟର ମୁଖ୍ୟ ସଚିବଙ୍କୁ ଦିପାବଳୀରେ ବାଣ ଫୁଟାଇବା ସମ୍ପୁର୍ଣ୍ଣ ବନ୍ଦ କରିବା ସମ୍ଭବ କି ନୁହେଁ ତାହା ଜାଣିବା ପାଇଁ ନୋଟିସ ଜାରି କରିଛନ୍ତି । ସେହିପରି ଓଡିଶା ଓ ରାଜସ୍ଥାନର ଉଦାହରଣ ଦେଇଛନ୍ତି ଟ୍ରିବୁନାଲ । ଏହି ଦୁଇ ରାଜ୍ୟ ବାଣ ଫୁଟାଇବା ଉପରେ ସମ୍ପୁର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି । ଏଭଳି ପଦକ୍ଷପ ନେବା ସମ୍ଭବ କି ନୁହେଁ ତାହା ଜାଣିବା ପାଇଁ 23 ରାଜ୍ୟର ମୁଖ୍ୟ ସଚିବଙ୍କୁ ଜବାବ ତଲବ କରିଛନ୍ତି ଟ୍ରିବୁନାଲର ଅଧକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋଏଲ । 5 ତାରିଖ ସୁଦ୍ଧା ଜବାବ ରଖିବାକୁ ମୁଖ୍ୟ ସଚିବ ମାନଙ୍କୁ ନୋଟିସରେ କୁହାଯାଇଛି ।

ଦିପାବଳୀରେ ବାଣ ଫୁଟାଇବା ପ୍ରସଙ୍ଗ, 23 ରାଜ୍ୟର ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କଲେ ଏନଜିଟି

ନୋଟିସରେ କୁହାଯାଇଛି ଯେ 23 ରାଜ୍ୟର ପ୍ରାୟ 122 ସହରର ବାୟୁ ପ୍ରଦୁଷଣର ମାତ୍ରା ବହୁ ଅଧିକ ରହିଛି । ଦିଲ୍ଲୀ ଓ ଉତ୍ତର ଭାରତରେ ବାୟୁ ପ୍ରଦୁଷଣର ମାତ୍ରା ସ୍ବାଭାବିକ ସ୍ତରଠାରୁ ଖୁବ ଅଧିକ ରହିଛି । ତେଣୁ ସମୁହ ଦିପାବଳୀ ପାଳନ ଏହି ପ୍ରଦୁଷଣ ମାତ୍ରାକୁ ଆହୁରି ବଢାଇବା ଆଶଙ୍କା ଯଥେଷ୍ଟ ରହିଛି । ଯାହା ନିଶ୍ବାସ ପ୍ରଶ୍ବାସ ଓ ଶ୍ବାସଗତ ସମସ୍ୟା ସୃଷ୍ଟି କରିପାରେ । ଏଥର ବାଣ ଫୁଟାଇବା ଲାଗି ପ୍ରାଦେଶିକ ସରକାର ନିଷେଧାଦେଶ ଜାରୀ କରିପାରିବା ସମ୍ଭବ କି ନୁହେଁ ତାହା ମୁଖ୍ୟ ଶାସନ ସଚିବ ମାନେ ଜଣାଇବାକୁ କୁହାଯାଇଛି ।

ଚଳିତ ବର୍ଷ କରୋନା ମହାମାରୀ ଚାଳିଥିବା ଯୋଗୁ ଅନେକ ଲୋକ ବର୍ତ୍ତମାନ ସୁଦ୍ଧା କରୋନରେ ଆକ୍ରାନ୍ତ ହୋଇ ଚିକିତ୍ସାଧି୍ନ ଥିବା ବେଳେ କରୋନା ସୁସ୍ଥ ହୋଇଥିବା ବ୍ୟକ୍ତି ମାମଙ୍କ ପ୍ରତି ଏହା ମଧ୍ୟ ବଡ ବିପଦ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଚଳିତବର୍ଷ ଉତ୍ତର ଭାରତରେ ବାଯୁ ପ୍ରଦୁଷଣର ମାତ୍ରା ଅପେକ୍ଷାକୃତ ଅଧିକ ରହିଛି । ଫଳରେ ଦିପାବଳୀରେ ବାଣ ଫୁଟାଇବାରୁ ନିର୍ଗତ ଧୁଆଁ ଆହୁରି ଘାତକ ହୋଇପାରେ । ଏହି କାରଣ ଦର୍ଶାଇ ଦିପାବଳୀରେ ବାଣ ଫୁଟାଇବା ଉପରେ ରୋକ ଲଗାଇବା ପାଇଁ ଅନେକ ମାମଲା ଟ୍ରିବୁନାଲରେ ନିକଟରେ ବିଚାରାଧିନ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

I

ABOUT THE AUTHOR

...view details