ଓଡିଶା

odisha

ETV Bharat / bharat

ସୁକମା ଏନକାଉଣ୍ଟର; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଶୋକ ପ୍ରକାଶ - Chhattisgarh Naxal attack

ଛତିଶଗଡ ସୁକମାରେ ସୁକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ 22ଜଣ ଯବାନ ଶହୀଦ ହୋଇଛନ୍ତି । ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ଅଧିକ ପଢନ୍ତୁ...

ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ
ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ

By

Published : Apr 4, 2021, 1:54 PM IST

ନୂଆଦିଲ୍ଲୀ: ଛତିଶଗଡ ସୁକମାରେ ସୁକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ 22ଜଣ ଯବାନ ଶହୀଦ ହୋଇଛନ୍ତି । ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସହାସୀ ଯବାନମାନଙ୍କ ତ୍ଯାଗ ଓ ବଳିଦାନକୁ ଦେଶ କେବେ ଭୁଲିବନି ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ।

ରାଷ୍ଟ୍ରପତି

ଛତିଶଗଡରେ ନକ୍ସଲମାନଙ୍କ ବର୍ବର କାଣ୍ଡରେ ଦେଶ ପାଇଁ ଜୀବନ ଦେଇଥିବା ସାହାସୀ ଯବାନଙ୍କ ତ୍ୟାଗକୁ ଦେଶ କେବେ ଭୁଲିବ ନାହିଁ । ସାହାସୀ ଯବାନମାନଙ୍କ ପରିବାର ସହିତ ମୋର ସମବେଦାନା ସବୁବେଳେ ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି ।

ପ୍ରଧାନମନ୍ତ୍ରୀ

ଅନ୍ୟପଟେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯବାନମାନଙ୍କ ବଳିଦାନକୁ କେବେ ଭୁଲି ହେବନି, ଦେଶ ପାଇଁ ତାଙ୍କର ବଳିଦାନ ବୃଥା ଯିବାକୁ ଦିଆଯିବନି ବୋଲି କହିଛନ୍ତି ମୋଦି ।

ପ୍ରତିରକ୍ଷାମନ୍ତ୍ରୀ

ଏହା ସହିତ ସୁକମା ଏନକାଉଣ୍ଟରରେ ଶହୀଦ ହୋଇଥିବା ଯାବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଯବାନମାନଙ୍କ ବଳିଦାନକୁ ଦେଶ କେବେ ଭୁଲିବ ନାହିଁ ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।

ବିଜେପି ରାଷ୍ଟ୍ର ଅଧକ୍ଷ ଜେପି ନଡ୍ଡା

ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ର ଅଧକ୍ଷ ଜେପି ନଡ୍ଡା । ଏନକାଉଣ୍ଟରରେ ନିଜ ଜୀବନ ଦେଇଥିବା ସାହାସୀ ପୁଅଙ୍କ ଏହି ବଳିଦାନ ପାଇଁ ଦେଶ ତାଙ୍କ ପାଖରେ ଋଣୀ । ଏହା ସହିକ ଆହତମାନଙ୍କ ଆଶ୍ରୁ ଆରୋଗ୍ୟ କାମନା କରିଛନ୍ତି ନଡ୍ଡା । ଭଗବାନ ସେମାନଙ୍କ ପରିବାରକୁ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ । ଏହି ସଙ୍କଟ ସମୟରେ ଦେଶବାସୀ ଯବାନଙ୍କ ପରିବାର ସହିତ ଅଛି ବୋଲି କହିଛନ୍ତି ନଡ୍ଡା ।

ଅନ୍ୟପଟେ ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଦେଶ ସେମାନଙ୍କ ବଳିଦାନକୁ କେବେ ଭୁଲିବ ନାହିଁ । ମୋ ସମବେଦନା ସେମାନଙ୍କ ପରିବାର ସହିତ ରହିଛି । ଆମେ କେବେ ବି ହାରିବୁନି ଶତ୍ରୁମାନଙ୍କ ସହତି ଆମର ଏ ଲଢେଇ ଜାରି ରହିବ ବୋଲି ଟ୍ବିଟ କରି କହିଛନ୍ତି ଶାହା ।

@ANI

ABOUT THE AUTHOR

...view details