ଓଡିଶା

odisha

By

Published : May 9, 2023, 9:33 PM IST

ETV Bharat / bharat

The Kerala Story: ନିର୍ଦ୍ଦେଶକଙ୍କ ପରେ ଏବେ କ୍ର୍ୟୁ ସଦସ୍ୟଙ୍କୁ ଧମକ, ସୁରକ୍ଷା ଯୋଗାଇଲା ମୁମ୍ବାଇ ପୋଲିସ

କେରଳ ଷ୍ଟୋରୀ କ୍ର୍ୟୁ ସଦସ୍ୟଙ୍କୁ ଧମକ । ପୂର୍ବରୁ ନିର୍ଦ୍ଦେଶକଙ୍କୁ ମଧ୍ୟ ମିଳିଥିଲା ଧମକ । ଅଭିଯୋଗ ପରେ ସୁରକ୍ଷା ଯୋଗାଇଦେଲା ମୁମ୍ବାଇ ପୋଲିସ । ଫୋନ ନମ୍ବର ନେଇ ତଦନ୍ତ ଜାରି । ଅଧିକ ପଢନ୍ତୁ

The Kerala Story: କ୍ର୍ୟୁ ସଦସ୍ୟଙ୍କୁ ଧମକ, ସୁରକ୍ଷା ଯୋଗାଇଲା ମୁମ୍ବାଇ ପୋଲିସ
The Kerala Story: କ୍ର୍ୟୁ ସଦସ୍ୟଙ୍କୁ ଧମକ, ସୁରକ୍ଷା ଯୋଗାଇଲା ମୁମ୍ବାଇ ପୋଲିସ

ମୁମ୍ବାଇ: 'ଦି କେରଳ ଷ୍ଟୋରୀ' ଚଳଚ୍ଚିତ୍ରର ନିର୍ଦ୍ଦେଶକଙ୍କ ପରେ ଟିମର ଜଣେ କ୍ରୁ ସଦସ୍ୟଙ୍କୁ ଧମକ ମିଳିଛି । ମୁମ୍ବାଇ ପୋଲିସର ସୂଚନା ଅନୁସାରେ ଏହି ସଦସ୍ୟଙ୍କୁ ଏକ ଅଜଣା ନମ୍ବରରୁ କଲ ମାଧ୍ୟମରେ ଧମକ ଆସିଛି । ଏନେଇ ପୋଲିସରେ ଅଭିଯୋଗ ହେବା ପରେ ସମ୍ପୃକ୍ତ କ୍ର୍ୟୁ ସଦସ୍ୟଙ୍କୁ ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି । ପୋଲିସ ଉକ୍ତ ନମ୍ବର ସମ୍ପର୍କରେ ମଧ୍ୟ ତଦନ୍ତ ଜାରି ରଖିଛି ।

ମୁମ୍ବାଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସିନେମାର ନିର୍ଦ୍ଦେଶକ ସୁଦୀପ୍ତ ସେନ୍ ପୋଲିସକୁ ତାଙ୍କ ଟିମର ଜଣେ ସଦସ୍ୟଙ୍କୁ ଫୋନରେ ଧମକ ଦିଆଯାଇଥିବା ଜଣାଇଥିଲେ । ଏକ ଅଜ୍ଞାତ ନମ୍ବରରୁ ଏହି କଲ ଆସିଛି । ପରେ ଏହି ଘଟଣାରେ ସଦୀପ୍ତ ସେନଙ୍କ ଟିମରେ ଥିବା ସମ୍ପୃକ୍ତ ସଦସ୍ୟ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେଇଥିବା ବେଳେ ଏକୁଟିଆ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛି । ଏବେ ସୁଦ୍ଧା କଲ ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ କରିନି । କୌଣସି ମୌଳବାଦୀ ସଂଗଠନ ନା କୌଣସି ଦୃର୍ବୃତ୍ତ ଏହି କଲ କରିଛନ୍ତି ସେ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରିନାହିଁ । ପୂର୍ବରୁ ନିଜେ ସୁଦୀପ୍ତ ମଧ୍ୟ ଧମକର ଶିକାର ହୋଇସାରିଛନ୍ତି ।

ରିଲିଜ ହେବା ପରଠାରୁ ଏହି ସିନେମା ବିବାଦ ଘରରେ ରହିଛି । ଏହାକୁ ନେଇ ସାମ୍ପ୍ରଦାୟିକ ବୟାନବାଜୀ ସହ ରାଜନୀତି ମଧ୍ୟ ହେଉଛି । ତାମିଲନାଡୁ ପରେ ପଶ୍ଚମବଙ୍ଗ ସରକାର ଏହାର ସ୍କ୍ରିନିଂକୁ ବନ୍ଦ କରିସାରିଥିବା ବେଳେ ବିଜେପି ଶାସିତ ରାଜ୍ୟରେ ଏହାକୁ ଟାକ୍ସଫ୍ରି କରାଯାଉଛି । ଶିବରାଜ ସିଂ ଚୌହାନ ଏହାକୁ ପ୍ରଶଂସା କରିବା ସହ ରାଜ୍ୟରେ ଟାକ୍ସଫ୍ରି କରିଥିଲେ । ସେହିପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରାଜ୍ୟରେ ଚଳଚିତ୍ରକୁ ସମ୍ପୂର୍ଣ୍ଣ ଟାକ୍ସ ଫ୍ରି ଘୋଷଣା କରିବା ସହ ନିଜେ ସମଗ୍ର ମନ୍ତ୍ରୀମଣ୍ଡଳ ସହ ରାଜଧାନୀ ଲକ୍ଷ୍ନୌରେ ଏହି ଚଳଚିତ୍ର ଦେଖବେ ବୋଲି ଘୋଷଣା କରି ସାରିଛନ୍ତି ।

ଏହି କାହାଣୀ କେରଳର କିଛି ହିନ୍ଦୁ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରାଇ ଇସଲାମ ଧର୍ମ ଗ୍ରହଣ କରାଇବା ଓ ପରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ରେ ସାମିଲ କରିବା ପାଇଁ ହେଉଥିବା ଷଡଯନ୍ତ୍ର ଉପରେ ଆଧାରିତ । ଏହି ଧର୍ମ ପରିବର୍ତ୍ତନ ଷଡଯନ୍ତ୍ର କେରଳରେ ପ୍ରାୟ 32 ହଜାର ହିନ୍ଦୁ ଯୁବତୀ ଓ ମହିଳା ଶିକାର ହୋଇଥିବା ଦର୍ଶାଯାଇଛି । ଏହାକୁ ବିପୁଲ ଅମୃତଲାଲ ସାହା ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ । ଏହା ଶୁକ୍ରବାର ପରଦାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details