ଓଡିଶା

odisha

ETV Bharat / bharat

The Kashmir Files ଫିଲ୍ମ ଅଧାସତ ଦେଖାଉଛି: ଛତିଶଗଡ ମୁଖ୍ୟମନ୍ତ୍ରୀ - ଦ କାଶ୍ମୀର ଫାଇଲ୍ସ ଅଧାସତ ଦେଖାଉଛି

କାଶ୍ମୀର ପଣ୍ଡିତଙ୍କ କାହାଣୀ ଉପରେ ଆଧାରିତ ଦ କାଶ୍ମୀର ଫାଇଲ୍ସ ଚଳଚ୍ଚିତ୍ର ଅଧାସତ ଦେଖାଉଛି । ଫିଲ୍ମ ଦେଖିବା ପରେ ଏପରି କହିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

The Kashmir Files ଫିଲ୍ମ ଅଧାସତ ଦେଖାଉଛି: ମୁଖ୍ୟମନ୍ତ୍ରୀ
The Kashmir Files ଫିଲ୍ମ ଅଧାସତ ଦେଖାଉଛି: ମୁଖ୍ୟମନ୍ତ୍ରୀ

By

Published : Mar 17, 2022, 3:35 PM IST

ରାୟପୁର: କାଶ୍ମୀର ପଣ୍ଡିତଙ୍କ କାହାଣୀ ଉପରେ ଆଧାରିତ 'ଦ କାଶ୍ମୀର ଫାଇଲ୍ସ' ଚଳଚ୍ଚିତ୍ର ଅଧାସତ ଦେଖାଉଛି । କାଶ୍ମୀରରେ କେବଳ ହିନ୍ଦୁ ନୁହଁନ୍ତି, ବୌଦ୍ଧ, ଶିଖ୍, ମୁସଲିମମାନଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । କାଶ୍ମୀରରେ ଘଟିଥିବା ଆତଙ୍କୀ ଘଟଣାବଳୀକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି । ପୁରା କାହାଣୀରେ କେବଳ ଗୋଟିଏ ପରିବାରକୁ ଫୋକସ କରାଯାଇଛି । ହେଲେ ଶେଷରେ ମୁଖ୍ୟ ହିରୋ କହିଛନ୍ତି ଯେ, ହିନ୍ଦୁଙ୍କ ସମେତ ବୌଦ୍ଧ, ଶିଖ, ଏବଂ ମୁସଲମାନ ଆଦି ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ହତ୍ୟା କରାଯାଇଛି । ଫିଲ୍ମରେ ଅଧାସତ ଦର୍ଶାଯାଇଛି । ତେଣୁ କେବଳ ଗୋଟିଏ ପାର୍ଶ୍ବ ଦେଖାଇବା ଉଚିତ୍ ନୁହେଁ । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଦ କାଶ୍ମୀର ଫାଇଲ୍ସ ଚଳଚ୍ଚିତ୍ର ଦେଖିବା ପରେ ଏପରି କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ।

ବାଘେଲ ଆହୁରିମଧ୍ୟ କହିଛନ୍ତି ଯେ, ଏହି ଫିଲ୍ମ କେବଳ ଗୋଟିଏ ରାଜନୈତିକ ବାର୍ତ୍ତା ଦେବାକୁ ନିର୍ମାଣ କରାଯାଇଛି କି, କେବଳ କାଶ୍ମୀର ପଣ୍ଡିତ ହିଁ ବିସ୍ଥାପିତ ହୋଇଛନ୍ତି । ଫିଲ୍ମକୁ ନେଇ ବାଘେଲ ବିଜେପି ନେତୃତ୍ବାଧୀନ ସରକାରଙ୍କୁ ଇଙ୍ଗିତ କରି କହିଛନ୍ତି, ଯଦି ସେମାନେ ଏହା ମାଧ୍ୟମରେ ରାଜନୀତି କରିବାକୁ ଚାହୁଁଛନ୍ତି ଏବଂ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ସେମାନେ ଦେଶକୁ ଏକ ଭୁଲ୍ ଦିଗକୁ ନେଉଛନ୍ତି । ଆଜି ଯାଏଁ ମଧ୍ୟ କାଶ୍ମୀର ପଣ୍ଡିତଙ୍କ ସମସ୍ୟାର ସମାଧାନ ହୋଇପାରି ନାହିଁ ଏବଂ ସେମାନଙ୍କ ପୁନଃ ଥଇଥାନ ପାଇଁ କୌଣସି ପ୍ରୟାସ କରାଯାଇ ନାହିଁ ।

ଉଲ୍ଲେଖଯୋଗ୍ୟ, ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ଫିଲ୍ମ ଦ କାଶ୍ମୀର ଫାଇଲ୍ସ । କାଶ୍ମୀର ପଣ୍ଡିତଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ୧୯୯୦ ଦଶକରେ କାଶ୍ମୀର ପଣ୍ଡିତଙ୍କ ଉପରେ ଅତ୍ୟାଚାରର ଘଟଣାବଳୀ ଫିଲ୍ମରେ ଦର୍ଶାଯାଇଥିବାରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଏହି ଫିଲ୍ମ ଦେଖିବାକୁ ଆଗ୍ରହୀ ହେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦ କାଶ୍ମୀର ଫାଇଲ୍ସକୁ ପ୍ରଶଂସା କରିବା ସହ ସମସ୍ତଙ୍କୁ ଫିଲ୍ମ ଦେଖିବାକୁ ଅପିଲ୍ କରିଛନ୍ତି ।

@ANI

ABOUT THE AUTHOR

...view details