ନୂଆଦିଲ୍ଲୀ:ନିକଟରେ ମୁକ୍ତିଲାଭ କରିଥିବା ବହୁଚର୍ଚ୍ଚିତ ବାସ୍ତବଧର୍ମୀ ଚଳଚିତ୍ର କାଶ୍ମୀର ଫାଇଲ୍ସକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଥିବାବେଳେ ଶାସକ ଓ ବିରୋଧୀ ଭିନ୍ନଭିନ୍ନ ଆଭିମୁଖ୍ୟ ପୋଷଣ କରିବାରେ ଲାଗିଛନ୍ତି । ଶାସକ ବିଜେପି ସମେତ ଦକ୍ଷିଣ ପନ୍ଥୀ ସଂଗଠନମାନେ ଚଳଚିତ୍ରକୁ ସମର୍ଥନ ଓ ପ୍ରଶଂସା ଜାରି ରଖିଥିବାବେଳେ ବିରୋଧୀ କଂଗ୍ରେସ ଓ ଅନ୍ୟ ବାମ ଦଳମାନେ ମଧ୍ୟ ଏହାକୁ ଭିନ୍ନ ଭାବେ ଚିତ୍ରଣ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି ।
ଜୟରାମ ଆଜି (ଶନିବାର) କହିଛନ୍ତି ଯେ, କିଛି କିଛି ଚଳଚିତ୍ର ପରବର୍ତ୍ତନ ପାଇଁ ପ୍ରେରଣା ଦିଏ । ସତ୍ୟ ନ୍ୟାୟ ପାଇଁ ପଥପ୍ରଦର୍ଶକ ହୁଏ କିନ୍ତୁ ଏହି ଏହି ଚଳଚିତ୍ର ଘୃଣା ଓ ହିଂସା ସୃଷ୍ଟି କରିବା ପାଇଁ ପ୍ରେରଣା ଦେବା ପରି ସ୍ଥିତି ସୃଷ୍ଟି କରିବ । ଏଥିରେ ଇତିହାସକୁ ଠିକ ଢଙ୍ଗରେ ପ୍ରଦର୍ଶିତ ହୋଇନାହିଁ ବୋଲି ମଧ୍ୟ ସେ ଟ୍ବିଟରେ କହିଥିବା ଦେଖିବାକୁ ମିଳିଥିଲା ।