ନୂଆଦିଲ୍ଲୀ: ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା । କାରଣ ବାୟୁସେନାରେ ବିଧିବଦ୍ଧ ଭାବେ ସାମିଲ ହେବାକୁ ଯାଉଛି ପ୍ରଥମ ସି-295 ମେଗାଓ୍ବାଟ ପରିବହନ ବିମାନ । ଆଜି(ସୋମବାର) ଏହାକୁ ଔପଚାରିକ ଭାବେ ବାୟୁସେନାରେ ସାମିଲ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଉତ୍ତରପ୍ରଦେଶର ଗାଜିଆବାଦଠାରେ ଅବସ୍ଥିତ ହିଣ୍ଡନ ଏୟାରବେସ୍ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ C-295 ମେଗାଓ୍ବାଟ ପରିବହନ ବିମାନକୁ ଭାରତୀୟ ବାୟୁସେନାରେ ସାମିଲ କରାଯିବ । ଏଥିଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଭାରତୀୟ ବାୟୁସେନାର ପ୍ରଥମ ସି-295 ମେଗାଓ୍ବାଟ ପରିବହନ ବିମାନକୁ ଆଜି(ସୋମବାର) ବାୟୁସେନାରେ ଔପଚାରିକ ଭାବେ ସାମିଲ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ତେବେ ସ୍ପେନରୁ ଅଣାଯାଇଥିବା ଏହି ବିମାନ ଭାରତୀୟ ବାୟୁସେନାର ବଳକୁ ଆହୁରି ବୃଦ୍ଧି କରିବ । ଦୀର୍ଘ 1960 ମସିହାରୁ ଭାରତୀୟ ବାୟୁସେନାକୁ ଅଦମ୍ୟ ସାହାସ ଯୋଗାଉଥିବା ଆଭରୋ-748(Avro-748) ସ୍ଥାନ ନେବ ଏହି ବିମାନ । ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ମିଶନ ପାଇଁ ନିଜକୁ ପ୍ରସ୍ତୁତ ରଖିପାରେ C-295 ମେଗାଓ୍ବାଟ ବିମାନ ।
ତେବେ ବାୟୁସେନାକୁ ଆହୁରୀ ଶକ୍ତିଶାଳୀ କରିବା ପାଇଁ 2 ବର୍ଷ ପୂର୍ବେ ସ୍ପେନ ସହ ଚୁକ୍ତି କରିଥିଲେ ଭାରତ ସରକାର । ସ୍ପେନର "ଏୟାର ଡିଫେନ୍ସ ଆଣ୍ଡ ସ୍ପେସ୍" କମ୍ପାନୀଠାରୁ 56ଟି C-295 ପରିବହନ ବିମାନ କିଣିବାକୁ ଚୁକ୍ତି କରିଥିଲେ ସରକାର । ଏଥିପାଇଁ 21, 935 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ତେବେ ଏହି ଚୁକ୍ତି ଅନୁଯାୟୀ, 2025 ମସିହା ଭିତରେ ଫ୍ଲାଇ-ଓବେ ଅର୍ଥାତ ଉଡାଣ ପାଇଁ ପ୍ରସ୍ତୁତ ସ୍ଥିତିରେ 16ଟି C-295 ବିମାନ ଭାରତକୁ ଦେବା ପାଇଁ ଚୁକ୍ତି କରିଛି ଏହି କମ୍ପାନୀ । ଏହାପରେ ବାକି 40ଟି ବିମାନର ନିର୍ମାଣ ଓ ସାମିଲ ପ୍ରକ୍ରିୟା ଭାରତରେ ହିଁ କରାଯିବ । ଗୁଜରାଟର ଭଦୋଦରା ସ୍ଥିତ "ଟାଟା ଆଡଭାନ୍ସ ସିଷ୍ଚମ୍ସ ଲିମିଟେଡ"( ଟିଏଏସଏଲ)ଦ୍ୱାରା ଏହି ବିମାନ ନିର୍ମାଣ କାର୍ଯ୍ୟ କରାଯିବ। ଏହି ଦୁଇ କମ୍ପାନୀ ମଧ୍ୟରେ ଏକ ଶିଳ୍ପ ଭାଗିଦାରୀର ଅଂଶ ଭାବରେ ଏହା କରାଯିବ |
ଏହାମଧ୍ୟ ପଢନ୍ତୁ..ଭାରତୀୟ ବାୟୁସେନାକୁ ମିଳିଲା ବାହୁବଳୀ C-95, ଏକାଧିକ ଅପରେସନରେ ହୋଇପାରିବ ସାମିଲ