ଭୋପାଲ: ମଧ୍ୟପ୍ରଦେଶ ଖରଗୋନ ଜିଲ୍ଲା ହସ୍ପିଟାଲରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ହସ୍ପିଟାଲର ଜଣେ କର୍ମଚାରୀ ରୋଗୀଙ୍କ ପ୍ରତି ଅମାନବୀୟ ବ୍ୟବହାର କରୁଥିବା ସମୟର ଫଟୋ ଭାଇରାଲ ହେଉଛି ।
ସୂଚନା ଅନୁଯାୟୀ ମଧ୍ୟପ୍ରଦେଶ ଖରଗୋନ ଜିଲ୍ଲା ହସ୍ପିଟାଲରେ ଜଣେ ମହିଳାଙ୍କୁ ସୁରକ୍ଷାକର୍ମୀ ଡାକ୍ତରଖାନା ପରିସରରୁ 300 ମିଟରକୁ ଘୋଷାରି ଘୋଷାରି ଆଣି ବାହାରେ ଛାଡି ଦେଉଥିବା ଦୃଶ୍ୟ ଭାଇରାଲ ହେଉଛି । ଘଟଣା ପରେ ମାନବିକତାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା ହସ୍ପିଟାଲରେ ଏପରି ଏକ ଘଟଣା ଘଟିଥିବା ଜଣାପଡିଛି ।