ହାଇଦ୍ରାବାଦ: ଆତଙ୍କବାଦୀ ସଂଗଠନ ବୋକୋ ହରାମ ଗତ 10 ଦିନ ତଳେ ନାଇଜେରିଆରେ ରଚିଛନ୍ତି ନରସଂହାର । ଇସଲାମ ସଂଗଠନ ବୋକୋ ହରାମର ସଦସ୍ୟମାନେ ୧୧୦ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଖାଲି ନରସଂହାର ନୁହେଁ ଏହି ସଶସ୍ତ୍ର ଆତଙ୍କୀ ଗୋଷ୍ଠୀ ନିରୀହ ଲୋକଙ୍କୁ ସର୍ବସାଧାରଣରେ ହତ୍ୟା କରିବାପରେ ମହିଳାମାନଙ୍କୁ ଉଠାଇ ନେଇଛନ୍ତି । କୁହାଯାଉଛି ଯେ, ସ୍ଥାନୀୟ ଲୋକମାନେ ଦାଦା ବଟି ଦେବାକୁ ମନା କରିବା ପରେ ବୋକୋ ହରାମର ସଦସ୍ୟମାନେ ପ୍ରତିଶୋଧର ସ୍ବରୂପ ଗାରିନ କ୍ବାଶେବେରେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଘଟଣାରେ ନାଇଜେରିଆ ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ଶୋକସନ୍ତପ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି । 2012 ପର ଠାରୁ ଜେନୋକାଇଡ ୱାଚ ନାଇଜେରିଆ ପାଇଁ ଜେନୋସାଇଡ ଚେତାବନୀ ଜାରି କରିଛି, କାରଣ ବୋକୋ ହରାମ ନାମକ ଏକ ଆତଙ୍କବାଦୀ ଗୋଷ୍ଠୀ ନରଂସହାର କରିବାରେ ଲାଗିଛି । ବାସ୍ତବରେ ଏହା ଅତି କମରେ 27,000 ହତ୍ୟା ସହିତ ଦୁନିଆର ସବୁଠାରୁ ମାରାତ୍ମକ ନରସଂହାର ଗୋଷ୍ଠୀ ଭାବେ ଜଣାଯାଏ । ବୋକୋ ହରାମ ବର୍ତ୍ତମାନ ଇସଲାମିକ ଷ୍ଟେଟ ପଶ୍ଚିମ ଆଫ୍ରିକା ପ୍ରାନ୍ତ (ISWAP)ରେ କାୟା ବିସ୍ତାର କରିବାରେ ଲାଗିଛି ।
ଫୁଲାନି ଜିହାଦି
ଉନବିଂଶ ଶତାବ୍ଦୀରେ, ଫୁଲାନି ଜିହାଦିମାନେ ସୋକୋଟୋ ସୁଲତାନ ଦ୍ବାରା ଆୟୋଜିତ ଉତ୍ତର ନାଇଜେରିଆରେ ଇସଲାମ ଧର୍ମ ବିସ୍ତାର କରିଥିଲେ। ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ । ପଶ୍ଚିମ ଆଫ୍ରିକାରେ ବର୍ତ୍ତମାନ 25 ନିୟୁତ ଫୁଲାନି ଓ 15 ଲକ୍ଷ ନାଇଜେରିଆ ନାଗରୀକ ଅଛନ୍ତି ।
ଫୁଲାନି ମିଲିସିଆଙ୍କ ଦ୍ବାରା ହୋଇଥିବା ହତ୍ୟାକାଣ୍ଡ 2016 ମସିହାରୁ ନାଇଜେରିଆରେ 2000ରୁ ଅଧିକ ଖ୍ରୀଷ୍ଟିଆନଙ୍କୁ ହତ୍ୟା କରିଛି। ସେଥିପାଇଁ ଜେନସାଇଡ ୱାଚ ସେମାନଙ୍କୁ ‘ଜେନୋସାଇଡ ହତ୍ୟାକାଣ୍ଡ’ ବୋଲି କୁହାଯାଏ । ସେମାନେ ଏକ ଧାର୍ମିକ ଗୋଷ୍ଠୀର ସଦସ୍ୟଙ୍କୁ ଟାର୍ଗେଟ କରନ୍ତି ।
ତେବେ 2000 ମସିହା ପରଠାରୁ ଦୁଇ ଜଣଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏପରିକି ମିଲିସିଆ ମାନେ ଆହୁରି ରକ୍ତମୁଖା ହୋଇଉଠିଛନ୍ତି । ଜାଣିସୁଣି ଖ୍ରୀଷ୍ଟୀଆନ ମାନଙ୍କୁ ଟାର୍ଗେଟ କରୁଛନ୍ତି । ଗାଁ ମାନଙ୍କୁ AK-47 ଧରି ଗାଁରେ ପଶୁଛନ୍ତି ଆଉ ମୁସଲମାନଙ୍କୁ ଛାଡି ଖ୍ରୀଷ୍ଟୀଆନଙ୍କୁ ହତ୍ୟା କରୁଛନ୍ତି । ଜେନସାଇଡ ୱାଚ ସୁପାରିଶ କରେ । ଏକ ୟୁଏନ ଅନୁସନ୍ଧାନ ଆୟୋଗ ନାଇଜେରିଆ ଯାଇ ହତ୍ୟାକାଣ୍ଡର ଅନୁସନ୍ଧାନ କରିବା ଉଚିତ।