ଓଡିଶା

odisha

ETV Bharat / bharat

ଦେଶରେ ପ୍ରଥମ: ଶହେ ବର୍ଷରେ ପାଦ ଦେଲେ ତିନି ସେନାରେ କାର୍ଯ୍ୟକରିଥିବା ପୂର୍ବତନ କର୍ଣ୍ଣେଲ ପୃଥିବିପାଲ - କର୍ଣ୍ଣେଲ ପୃଥିପାଲ ସିଂ ଙ୍କୁ 100 ବର୍ଷ

ଶହେ ବର୍ଷରେ ପାଦ ଦେଲେ ଭାରତୀୟ ସେନାର ପୂର୍ବତନ ସେନା ନାୟକ କର୍ଣ୍ଣେଲ ପୃଥିପାଲ ସିଂ । ପଢନ୍ତୁ ଅଧିକ.....

ଶହେ ବର୍ଷରେ ପାଦ ଦେଲେ ପୁର୍ବତ୍ତନ ସେନା ନାୟକ କର୍ଣ୍ଣେଲ ପୃଥିବିପାଲ
ଶହେ ବର୍ଷରେ ପାଦ ଦେଲେ ପୁର୍ବତ୍ତନ ସେନା ନାୟକ କର୍ଣ୍ଣେଲ ପୃଥିବିପାଲ

By

Published : Dec 12, 2020, 9:51 PM IST

Updated : Dec 12, 2020, 10:38 PM IST

ନୂଆଦିଲ୍ଲୀ: ଶହେ ବର୍ଷରେ ପାଦ ଦେଲେ ଭାରତୀୟ ସେନାର ପୂର୍ବତନ ସେନା ନାୟକ କର୍ଣ୍ଣେଲ ପୃଥିପାଲ ସିଂ । 1920 ଡିସେମ୍ବର 11 ତାରିଖରେ ତାଙ୍କର ଜନ୍ମ ହୋଇଥିଲା । ପୃଥିପାଲ ଭାରତୀୟ ସେନାର ଏମିତି ଜଣେ ଯୋଦ୍ଧା ଥିଲେ ଯିଏ ଭାରତୀୟ ସେନାର 3 ଅଙ୍ଗ ତଥା ସ୍ଥଳ ସେନା, ନୌସେନା ଓ ବାୟୁ ସେନାରେ ସାମିଲ ହୋଇ ଦେଶର ସେବା କରିଛନ୍ତି । ସ୍ବାଧିନତା ପୁର୍ବରୁ ବିଶ୍ବଯୁଦ୍ଧ ମଧ୍ୟ ଲଢିବାର ସୌଭାଗ୍ୟ ପାଇଥିବା ଭାରତୀୟ ବୀର ମାନଙ୍କ ମଧ୍ୟରେ ସେ ଅନ୍ୟତମ ।

ଶହେ ବର୍ଷରେ ପାଦ ଦେଲେ ପୁର୍ବତ୍ତନ ସେନା ନାୟକ କର୍ଣ୍ଣେଲ ପୃଥିବିପାଲ

ତାଙ୍କ ପିତା ମଧ୍ୟ ଜଣେ ସେନାରେ କାର୍ଯ୍ୟରତ ଯବାନ ଥିଲେ । ସେ ମଧ୍ୟ 1942 ମସିହାରେ ରୟାଲ ଏୟାର ଫୋର୍ସରେ ଯୋଗ ଦେଇଥିଲେ । ତାଙ୍କ ବିଷୟରେ ଏମିତି ଶୁଣିବାକୁ ମିଳେ ଯେ ପରିବାର ଅଜଣାତରେ ସେ ବ୍ରିଟିଶ ଶାସନ କାଳରେ ରୟାଲ ଏୟାର ଫୋର୍ସରେ ଭର୍ତ୍ତି ହୋଇଥିଲେ ।

ନିଜ ସାମରିକ କ୍ୟାରିଅର ପ୍ରାୟ 3 ଦଶନ୍ଧିରୁ ଉର୍ଦ୍ଧ୍ବ ଧରି ସେ ଜଣେ ବାୟୁ ଯୋଦ୍ଧା ଭାବେ ଦେଶର ସେବା କରିବାର ସୁଯୋଗ ପାଇଥିଲେ । ତାପରେ ସେ ସ୍ଥଳ ସେନା ଓ ଭାରତୀୟ ନୌସେନାରେ ମଧ୍ୟ ଜଣେ ଆଗ ଧାଡିର ଯୋଦ୍ଧା ଭାବେ ଦାୟିତ୍ବ ତୁଲାଇଛନ୍ତି । ସେ ତାଙ୍କ ସାମରିକ କ୍ୟାରିୟରରେ ଦ୍ବିତୀୟ ବିଶ୍ବଯୁଦ୍ଧ ଓ ପରେ ସ୍ବାଧୀନ ଭାରତରେ ଲଢାଯାଇଥବା ପ୍ରତ୍ୟେକ ଯୁଦ୍ଧରେ ତାଙ୍କର ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । 1965 ଭାରତ-ପାକ ଯୁଦ୍ଧ ସମେତ ବିଭିନ୍ନ ସାମରିକ ଅଭ୍ୟାସରେ ମଧ୍ୟ ଭାଗ ନେଇଛନ୍ତି ।

ପରେ ସେ 34 ମଧ୍ୟମ ରେଜିମେଣ୍ଟ ସହିତ ସେବା କରିଥିଲେ ଏବଂ 71 ମିଡିୟମ ରେଜିମେଣ୍ଟକୁ ଉଠାଇ ନିର୍ଦ୍ଦେଶ ଦେଇଥିଲେ | ତାଙ୍କୁ କର୍ଣ୍ଣେଲ ପଦବୀକୁ ଉନ୍ନୀତ କରାଯାଇଥିଲା ଏବଂ ମଣିପୁରର ଉକ୍ରୁଲରେ ଆସାମ ରାଇଫଲ୍ସ ସେକ୍ଟର ତାଙ୍କୁ ଦାୟିତ୍ବ ଦିଆଯାଇଥିଲା ।

ଭାରତୀୟ ସାମରିକ ବାହିନୀର ସମସ୍ତ ଶାଖାରେ କାମ କରିବା ପରେ ସେ 1970 ରେ ଭାରତୀୟ ସ୍ଥଳ ସେନାରୁ ଅବସର ନେଇଥିଲେ । ଗତକାଲି ସେ ତାଙ୍କର 100 ତମ ଜନ୍ମ ଦିନ ପାଳନ କରିଛନ୍ତି । ତାଙ୍କ 100 ତମ ଜନ୍ମ ଦିବସରେ ଏହି ଜାତୀୟ ଯୋଦ୍ଧାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ତାଙ୍କର ଦୀର୍ଘ ନିରାମୟ ଜୀବନ ପ୍ରର୍ଥନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 12, 2020, 10:38 PM IST

ABOUT THE AUTHOR

...view details