ଓଡିଶା

odisha

ETV Bharat / bharat

ମିଥ୍ୟା ପ୍ରମାଣପତ୍ର ମାମଲା: ସର୍ବପଲ୍ଲୀ ରାଧାକ୍ରିଷ୍ଣନ ବିଶ୍ବବିଦ୍ୟାଳୟର ପୂର୍ବତନ ଓ ବର୍ତ୍ତମାନର କୁଳପତି ଗିରଫ - ସର୍ବପଲ୍ଲୀ ରାଧାକ୍ରିଷ୍ଣନ ବିଶ୍ବବିଦ୍ୟାଳୟରେ ମିଥ୍ୟା ପ୍ରମାଣପତ୍ର

ମିଥ୍ୟା ପ୍ରମାଣପତ୍ର ମାମଲାରେ ଭୋପାଳସ୍ଥିତ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ବିଶ୍ବବିଦ୍ୟାଳୟର ପୂର୍ବତନ ଓ ବର୍ତ୍ତମାନର କୁଳପତିଙ୍କୁ ଗିରଫ କଲା ପୋଲିସ । ଅନ୍ୟ 7 ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ମଧ୍ୟ ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

ମିଥ୍ୟା ପ୍ରମାଣପତ୍ର ମାମଲା: ସର୍ବପଲ୍ଲୀ ରାଧାକ୍ରିଷ୍ଣନ ବିଶ୍ବବିଦ୍ୟାଳୟର ପୂର୍ବତନ ଓ ବର୍ତ୍ତମାନର କୁଳପତି ଗିରଫ
ମିଥ୍ୟା ପ୍ରମାଣପତ୍ର ମାମଲା: ସର୍ବପଲ୍ଲୀ ରାଧାକ୍ରିଷ୍ଣନ ବିଶ୍ବବିଦ୍ୟାଳୟର ପୂର୍ବତନ ଓ ବର୍ତ୍ତମାନର କୁଳପତି ଗିରଫ

By

Published : May 19, 2022, 10:41 PM IST

ଭୋପାଲ:ମିଥ୍ୟା ପ୍ରମାଣପତ୍ର ମାମଲାରେ ମଧ୍ୟପ୍ରଦେଶ ଭୋପାଳସ୍ଥିତ ସର୍ବପଲ୍ଲୀ ରାଧାକୃଷ୍ଣ ବିଶ୍ୱବିଦ୍ୟାଳୟର ପୂର୍ବତନ ଓ ବର୍ତ୍ତମାନର କୁଳପତିଙ୍କୁ ହାଇଦ୍ରାବାଦ ପୋଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ଗିରଫ କରିଛି । ନିକଟରେ ପୋଲିସ ଏହି ମାମଲାରେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା । ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ ଏସ.ଏସ କୁସଓ୍ବା ଓ ବର୍ତ୍ତମାନର କୁଳପତି ଡ.ପ୍ରଶାନ୍ତ ପିଲ୍ଲାଇଙ୍କୁ ଗିରଫ କରାଯାଇଛି । ପୋଲିସ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ 7 ଜଣ ଏଜେଣ୍ଟ, ମାମଲାରେ ସମ୍ପୃକ୍ତ 19 ଜଣ ଛାତ୍ର ଏବଂ 6 ଜଣ ଅଭିଭାବକଙ୍କୁ ମଧ୍ୟ ଗିରଫ କରିସାରିଲାଣି ।

ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଏହି କୁଳପତିମାନେ ଏଜେଣ୍ଟମାନଙ୍କ ଠାରୁ ଛାତ୍ରଛାତ୍ରୀଙ୍କ ବିବରଣୀ ସଂଗ୍ରହ କରିଛନ୍ତି ଏବଂ ପ୍ରତ୍ୟେକ ପାଠ୍ୟକ୍ରମ ପାଇଁ ନିର୍ଦ୍ଦିଷ୍ଟ ଅର୍ଥ ରାଶି ମଧ୍ୟ ସ୍ଥିର କରୁଛନ୍ତି । ନକଲି ସାର୍ଟିଫିକେଟ୍ ପ୍ରଦାନ ସମ୍ବନ୍ଧରେ ପ୍ରଥମ ଏତଲା (FIR) ଫେବୃଆରୀରେ ହାଇଦ୍ରାବାଦର ମାଲାକପେଟରେ ପଞ୍ଜିକୃତ ହୋଇଥିଲା । ଏହା ପରେ ସହରର ଆସିଫନଗର, ଚାଦରଘାଟ ଏବଂ ମୁଶେରାବାଦରେ ମଧ୍ୟ ମାମଲା ରୁଜୁ ହୋଇଥିଲା ।

ଅନୁସନ୍ଧାନକାରୀ ଟିମ କହିଛି, କିଛି ଛାତ୍ର ବିନା ଯୋଗ୍ୟତାରେ ମିଥ୍ୟା ସାର୍ଟିଫିକେଟ୍ ପାଇବା ପରେ ବିଦେଶ ମଧ୍ୟ ଯାଇଛନ୍ତି । 2017 ମସିହାରେ ପୂର୍ବତନ କୁଳପତି ଏସ.ଏସ କୁଶୱା ଦାୟିତ୍ବ ନେବା ପରେ ଏପରି ଦୁର୍ନୀତି ଆରମ୍ଭ ହୋଇଥିଲା । ହାଇଦ୍ରାବାଦ ସିଆଇଡି ଅତିରିକ୍ତ CP ଆର୍ ଶ୍ରୀନିବାସ କହିଛନ୍ତି, ନକଲି ସାର୍ଟିଫିକେଟ୍ ପ୍ରସଙ୍ଗରେ ଦେଶର 7 ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ 7ଟି ଏସଆଇଟି ଟିମ୍ ଅନୁସନ୍ଧାନ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details