ହାଇଦ୍ରାବାଦ: ଆଜି (ଶନିବାର) ହେବ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଭାରତୀୟ ସମୟ ଅନୁଯାୟୀ ଏପ୍ରିଲ 30 ତାରିଖ ରାତି 12.15ରୁ ମେ 1 ରାତି 4. 7 ମିନିଟ ପର୍ଯ୍ୟନ୍ତ ପରାଗ ଭାରତରେ ଦେଖିବାକୁ ମିଳିବ । ଦୀର୍ଘ ୪ଘଣ୍ଟା ୭ ମିନିଟ ପର୍ଯ୍ୟନ୍ତ ଏହି ପରାଗ ଭାରତରେ ଦେଖିବାକୁ ମିଳିବ।
ଆଜି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ: ଭାରତରେ ପ୍ରଭାବ ପଡ଼ିବ କି ନାହିଁ, ଜାଣନ୍ତୁ - ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ
ଆଜି (ଶନିବାର) ହେବ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଆଜି ମଧ୍ୟ ରାତ୍ରିରୁ ଏହି ପରାଗ ଆରମ୍ଭ ହେବ । ଅଧିକ ପଢ଼ନ୍ତୁ
ଆଜି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଭାରତରେ ପଡ଼ିବ କି ପ୍ରଭାବ
ବିଶେଷଜ୍ଞଙ୍କ ଅନୁଯାୟୀ,‘ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ଆସିଯାଏ । ଫଳରେ ସୂର୍ଯ୍ୟ ପରାଗ ହୋଇଥାଏ । ଚଳିତ ଥର ସୂର୍ଯ୍ୟଙ୍କ 63.9 ପ୍ରତିଶତ ଅଂଶ ଚନ୍ଦ୍ରଙ୍କ ଦ୍ବାରା ଢାଙ୍କି ହୋଇଯିବ । ପରାଗ ସମୟରେ ଭାରତରେ ରାତି ହୋଇଥିବା ଯୋଗୁଁ ଦୃଶ୍ୟମାନ ହେବନାହିଁ । ଏହି ଆଶିଂକ ସୂର୍ଯ୍ୟ ପରାଗ ଆଣ୍ଟାର୍କଟିକା, ଆଣ୍ଟଲାଟିକ, ପ୍ରଶାନ୍ତ ମହାସାଗର ଓ ଦକ୍ଷିଣ ଆମେରିକାର ଦକ୍ଷିଣ ଦିଗରେ ଦେଖାଯିବ । ତେବେ ସୂର୍ଯ୍ୟ ପରାଗର କୌଣସି ପ୍ରଭାବ ଭାରତରେ ପଡ଼ିବ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ