ଓଡିଶା

odisha

By

Published : May 1, 2021, 4:59 PM IST

ETV Bharat / bharat

ଭାରତରେ ପହଞ୍ଚିଲା କୋରୋନା ସଞ୍ଜିବନୀ ‘ସ୍ପୁଟନିକ-ଭି’

ଋଷରୁ ଆସିଲା ଆଉ ଏକ କୋରୋନା ସଞ୍ଜିବନୀ । ହାଇଦ୍ରାବାଦରେ ପହଞ୍ଚିଲା ‘ସ୍ପୁଟନିକ୍-ଭି’ର ପ୍ରଥମ କନସାଇନମେଣ୍ଟ । ଭାରତରେ ଜରୁରୀ ବ୍ୟବହାର ପାଇଁ ମିଳିଛି ଗ୍ରୀନ ସିଗନାଲ୍ । ଅଧିକ ପଢନ୍ତୁ....

ଭାରତରେ ପହଞ୍ଚିଲା ଋଷ ନିର୍ମିତ କୋକୋନା ଟିକା ସ୍ପୁଟୋନିକ-ଭି
ଭାରତରେ ପହଞ୍ଚିଲା ଋଷ ନିର୍ମିତ କୋକୋନା ଟିକା ସ୍ପୁଟୋନିକ-ଭି

ହାଇଦ୍ରାବାଦ: ଭାରତରେ ପହଞ୍ଚିଲା ଋଷ ଦ୍ବାରା ପ୍ରସ୍ତୁତ କୋରୋନା ଟିକା ସ୍ପୁଟନିକ-ଭି । ଆଜି (ଶନିବାର) ଅପରାହ୍ନରେ ଋଷରୁ ଏକ ବିମାନ ‘ସ୍ପୁଟନିକ-ଭି’ ର 1 ଲକ୍ଷ 50 ହଜାର ଡୋଜ ଧରି ହାଇଦ୍ରାବାଦରେ ପହଞ୍ଚିଛି । ଗତ ଏପ୍ରିଲ 13 ତାରିଖରେ ଋଷ ଦ୍ବାରା ପ୍ରସ୍ତୁତ ‘ସ୍ପୁଟନିକ-ଭି’କୁ ବ୍ୟବହାରିକ ଅନୁମୋଦନ ଦେଇଥିଲା ଭାରତ । ପରେ ଭାରତ ଓ ଋଷ ମଧ୍ୟରେ ଟିକା ଆସିବା ନେଇ ବୁଝାମଣା ସ୍ବାକ୍ଷରିତ ହୋଇଥିଲା ।

ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଆଧାରରେ ଚଳିତ ମାସ ଶେଷ ସୁଦ୍ଧା 3 ମିଲିୟନ ସ୍ପୁଟନିକ-ଭି ଭାରତକୁ ଯୋଗାଇ ଦେବ ଋଷ । ଋଷ ଦ୍ବାରା ପ୍ରସ୍ତୁତ ‘ସ୍ପୁଟନିକ-ଭି’ କୁ ଭାରତ ସମେତ ବିଶ୍ବର ପ୍ରାୟ 60 ଦେଶ ବ୍ୟବହାରିକ ଅନୁମୋଦନ ଦେଇସାରିଛନ୍ତି । ଭାରତରେ ବର୍ତ୍ତମାନ କୋରୋନା ସ୍ଥିତି ଅଣାୟତ ହୋଇପଡିଥିବା ବେଳେ ଋଷ ନିର୍ମିତ ଟିକା ପହଞ୍ଚିବା ଆଶ୍ବାସ୍ତି ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details