ଓଡିଶା

odisha

ETV Bharat / bharat

କେରଳ ପରେ ମହାରାଷ୍ଟ୍ରରେ ଚିହ୍ନଟ ହେଲା Zika virus - ଜିକା ଭାଇରସ

କେରଳ ପରେ ମହାରାଷ୍ଟ୍ରର ଚିହ୍ନଟ ହେଲା ଜିକା ଭାଇରସ । ଏ ନେଇ ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

The first case of Zika virus reported in Maharashtra after kerala
କେରଳ ପରେ ମହାରାଷ୍ଟ୍ରର ଚିହ୍ନଟ ହେଲା Zika virus

By

Published : Jul 31, 2021, 10:49 PM IST

ମୁମ୍ବାଇ:କେରଳ ପରେ ମହାରାଷ୍ଟ୍ରର ଚିହ୍ନଟ ହେଲା ଜିକା ଭାଇରସ (Zika virus) । ଆଜି ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ଜଣେ ମହିଳାଙ୍କ ନିକଟରେ ଏହି ଭାଇରସ ଚିହ୍ନଟ ହୋଇଛି । ଏ ନେଇ ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଶନିବାର ମହାରାଷ୍ଟ୍ରର ପୁନେରେ ପ୍ରଥମ ଜିକା ଭାଇରସ ଚହ୍ନଟ କରାଯାଇଛନ୍ତି । ପୁନେ ଜିଲ୍ଲାର ପୁରନ୍ଦର ତହସିଲରେ ଏହି ଭାଇରସ ଜଣେ ୫୦ ବର୍ଷିୟ ମହିଳାଙ୍କ ନିକଟରୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ଭାଇରସ ଚିହ୍ନଟ ହୋଇଥିବା ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ସୁସ୍ଥ ଥିବା ସୂଚନା ଦେଇଛି ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ।

ସୂଚନାଥାଉକି ଦେଶରେ ପ୍ରଥମେ କେରଳରେ ଜିକା ଭାଇରସ (Zika virus) ରୋଗୀ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଛି । କେରଳରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୩ ଜଣ ଜିକା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତେ ଚିକିତ୍ସା ପରେ ସୁସ୍ଥ ହୋଇଥିବା କେରଳ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି ।

@ANI

ABOUT THE AUTHOR

...view details