ନୂଆଦିଲ୍ଲୀ: ଦେଶରେ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ନିର୍ବାଚନ ହେବାକୁ ଥିବା ରାଜ୍ୟ ମାନଙ୍କର ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ମାନଙ୍କୁ ଚିଠି ଲେଖି ଏ ବାବଦରେ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏହି ନୂଆ ଗାଇଡଲାଇନ ବିଜ୍ଞାପନ ସମ୍ପର୍କିତ ବୋଲି ସୂଚନା ରହିଛି । ନିର୍ବାଚନ ସମ୍ବନ୍ଧୀୟ ବିଜ୍ଞାପନ ପାଇଁ ସମାନ ସୁଯୋଗ ପ୍ରଦାନ କରିବାକୁ ଏହି ନିର୍ଦ୍ଦେଶାନାମାରେ କୁହାଯାଇଛି ।
ବିଜ୍ଞାପନ ନିର୍ଦ୍ଦେଶନାମା, 5 ରାଜ୍ୟକୁ ଚିଠି ଲେଖିଲେ ନିର୍ବାଚନ ଆୟୋଗ - ଭାରତୀୟ ନିର୍ବାଚନ ଆୟୋଗଙ୍କ ଚିଠି
ଦେଶରେ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଏହି ସବୁ ରାଜ୍ୟ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଅଧିକ ପଢନ୍ତୁ..
ବିଜ୍ଞାପନ ସମ୍ପର୍କିତ ନୂଆ ନିର୍ଦ୍ଦେଶନାମା ବାବାଦରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକୁ ଚିଠିଲେ ନିର୍ବାଚନ ଆୟୋଗ
ଦେଶରେ ଆସାମ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ସବୁ ରାଜ୍ୟର ମୁଖ୍ୟ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ