ଜୟପୁର:ମାର୍ଚ୍ଚ 8 ରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯିବାକୁ ଥିବାବେଳେ ସରକାର କ୍ରମାଗତ ଭାବରେ ମହିଳାଙ୍କ ସଶକ୍ତିକରଣ କଥା କହି ଆସୁଛନ୍ତି । ଅନ୍ୟପଟେ ଉତ୍ତର ପଶ୍ଚିମ ରେଳବାଇର ଜୟପୁର ଡିଭିଜନରେ ମହିଳା ରେଳ କର୍ମଚାରୀଙ୍କ ପ୍ରତି ଚରମ ଭେଦଭାବର ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ।
ଘଟଣା ଅନୁସାରେ ସକାଳେ ଜୟପୁର ଜଙ୍କସନରୁ ଯାଉଥିବା ଆଜମର୍ ଜବଲପୁର ଦିନୋଡାଇ ଏକ୍ସପ୍ରେସର ଲୋକୋ ପାଇଲଟ୍ ରାଜେଶ ମୀନା ଟ୍ରେନ୍ ଚଳାଇବାକୁ ମନା କରିଦେଇଥିଲେ । ଏହା ପଛରେ କାରଣ ଥିଲା କିଛି ଭିନ୍ନ ଓ ଆଶ୍ଚର୍ଯ୍ୟ ଚକିତ । ଉକ୍ତ ଟ୍ରେନରେ ଜଣେ ମହିଳା କର୍ମଚାରୀ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ଭାବରେ ନିୟୋଜିତ ହୋଇଥିବାରୁ ଟ୍ରେନ ଚାଳକ ଜଣଙ୍କ ଟ୍ରେନ ଚଳାଇବାକୁ ମନା କରିଦେଇଥିବା ଜଣାପଡିଛି । ପରେ ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ସବୁଠି ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।