ଓଡିଶା

odisha

ETV Bharat / bharat

Kedarnath Temple Opens: 2 ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେଲେ ବାବା କେଦାରନାଥ - ଖୋଲିଲା କେଦାରନାଥ

ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ । ସକାଳ 6.25 ମିନିଟ ସମୟରେ କେଦାରନାଥଙ୍କ କପାଟ ଫିଟା ଯାଇଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ

ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା କେଦାରନାଥ ;ସକାଳ 6.25 ମନିଟରେ ଫିଟାଗଲା ଦ୍ବାର
ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା କେଦାରନାଥ ;ସକାଳ 6.25 ମନିଟରେ ଫିଟାଗଲା ଦ୍ବାର

By

Published : May 6, 2022, 8:54 AM IST

ଡେରାଡୁନ: ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ । ସକାଳ 6.25 ମନିଟ ସମୟରେ କେଦାରନାଥଙ୍କ ଦ୍ବାର ଫିଟା ଯାଇଛି । ଦ୍ବାର ଖୋଲିବା ସମୟରେ ହର ହର ମହାଦେବଙ୍କ ନାଁରେ କମ୍ପି ଉଠିଥିଲା ପୁରା ପରିବେଶ । ଦ୍ବାର ଫିଟା ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି (Chief Minister Pushkar Dhami) ଉପସ୍ଥିତ ଥିଲେ । କେଦାରନାଥ ଧାମ ଖୋଲିବା ପରେ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ପୂଜାର୍ଚ୍ଚନା କରାଯାଇଛି । ଦୀର୍ଘ ୬ ମାସ ପରେ ବାବାଙ୍କ ଦର୍ଶନ କରି ଭକ୍ତ ଆତ୍ମବିଭୋର ହୋଇଯାଇଛନ୍ତି ଭକ୍ତ ।

ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା କେଦାରନାଥ ;ସକାଳ 6.25 ମନିଟରେ ଫିଟାଗଲା ଦ୍ବାର

ଆଜି ସକାଳେ କେଦାରନାଥଙ୍କ ଦ୍ବାର ଖୋଲିବା ପୂର୍ବରୁ କେଦାରନାଥ ମନ୍ଦିରର ମୁଖ୍ୟ ପୁରୋହିତଙ୍କ ବାସଭବନରୁ ଏକ କେଦାରନାଥଙ୍କ ଡୋଲି (Baba Kedar's Doli ) ଆସିଥିଲା । ଏହାସହ ଏକ ସେନା ବ୍ୟାଣ୍ଡ ଓ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇ ଶୋଭାଯାତ୍ରାରେ ଆସି ମନ୍ଦିର ପରିସରରେ ପହଞ୍ଚି ଥିଲା କେଦାରନାଥଙ୍କ ଡୋଲି । ପରେ ପୁରା ରୀତିନୀତି ଏବଂ ବୌଦ୍ଧିକ ମନ୍ତ୍ର ଉଚାରଣ କରାଯାଇ ମନ୍ଦିର ଖୋଲାଯାଇଥିଲା । ମନ୍ଦିରର କବାଟ ଖୋଲିବା ମାତ୍ରେ ସମଗ୍ର କେଦାରପୁରୀ ଜୟ ବାବା କେଦାରନାଥଙ୍କ ନାଁରେ କମ୍ପି ଉଠିଥିଲା ।

ମନ୍ଦିର ଦ୍ବାର ଖୋଲିବା ମାତ୍ରେ ବାବା କେଦାରନାଥଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି (Uttarakhand Chief Minister Pushkar Singh Dhami ) ବାବାଙ୍କ ଦର୍ଶନ କରି କୃପା ଲାଭ କରିଛନ୍ତି । ପ୍ରାୟ କୋଡ଼ିଏ ହଜାରରୁ ଅଧିକ ତୀର୍ଥଯାତ୍ରୀ ଆଜି ବାବାଙ୍କ ଦର୍ଶନ ପାଇବା ପାଇଁ ଧାମରେ ପହଞ୍ଚିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details