କୋଲକାତା:'ଦ କେରଳ ଷ୍ଟୋରୀ'କୁ ନେଇ ବିବାଦ ଥମିନଥିବା ବେଳେ ଏବଂ ଏବେ ପୁଣି ଆଉ ଏକ ଫିଲ୍ମର ଟ୍ରେଲରକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି । ସତ୍ୟ କାହାଣୀ ଉପରେ ଆଧାରିତ କେରଳ ଷ୍ଟୋରୀକୁ ପଶ୍ଚିମବଙ୍ଗରେ ବିରୋଧ କରାଯିବା ସହ ବ୍ୟାନକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା । ଏହାରି ଭିତରେ ନିକଟରେ ସନୋଜ ମିଶ୍ରାଙ୍କର 'ଦ ଡାଏରୀ ଅଫ ଓ୍ବେଷ୍ଟ ବେଙ୍ଗଲ'ର ଟ୍ରେଲର ରିଲିଜ ହୋଇଛି । ଏହାକୁ ନେଇ ବର୍ତ୍ତମାନ ପ୍ରତିବାଦର ସ୍ବର ଉଠିଥିବା ବେଳେ ଏହାରି ଭିତରେ ନିର୍ଦ୍ଦେଶକଙ୍କୁ ମଧ୍ୟ ପୋଲିସ ଲିଗାଲ ନୋଟିସ ପଠାଇଛି । ରାଜ୍ୟର ଭାବମୂର୍ତ୍ତିକୁ ଖରାପ କରିବା ଅଭିଯୋଗରେ ପଶ୍ଚିମବଙ୍ଗ ପୋଲିସ ଦ ଡାଏରୀ ଅଫ୍ ପଶ୍ଚିମବଙ୍ଗର ନିର୍ଦ୍ଦେଶକ ସନୋଜ ମିଶ୍ରାଙ୍କ ବିରୋଧରେ ନୋଟିସ ଜାରି କରିଛି ।
ଏନେଇ କୋଲକାତା ପୋଲିସ ଡିସି (ଉତ୍ତର) ତରୁଣ ହାଲଦର କହିଛନ୍ତି," ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଆମେ ଏମହର୍ଷ୍ଟ ଷ୍ଟ୍ରିଟ ପୋଲିସ ଷ୍ଟେସନରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ ।" ଅନ୍ୟପଟେ ସନୋଜ ମିଶ୍ରା ଦାବି କରିଛନ୍ତି, ବଙ୍ଗଳାକୁ ଅପମାନ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ବ୍ୟାପକ ଅନୁସନ୍ଧାନ ପରେ ଏହି ଚଳଚ୍ଚିତ୍ରରେ ସତ୍ୟ ଉପସ୍ଥାପିତ ହୋଇଛି ବୋଲି ସେ କହିଛନ୍ତି । ପ୍ରକାଶଥାଉକି, ଏହି ଫିଲ୍ମର ଟ୍ରେଲର 8 ଏପ୍ରିଲରେ ରିଲିଜ ହୋଇଥିଲା । ଜିତେନ୍ଦ୍ର ନାରାୟଣ ସିଂ ଦ୍ବାରା ଏହି ଫିଲ୍ମ ନିର୍ମିତ ହୋଇଥିବା ବେଳେ ପଶ୍ଚିମବଙ୍ଗର ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଲିଗାଲ ନୋଟିସ ଜାରି କରିଛି ପଶ୍ଚିମବଙ୍ଗ ପୋଲିସ ।
ଏହା ମଧ୍ୟ ପଢନ୍ତୁ: The Kerala Story: SC ନିର୍ଦ୍ଦେଶ ସତ୍ତ୍ବେ ପଶ୍ଚିମବଙ୍ଗରେ ରିଲିଜ୍ ହେଉନି ଫିଲ୍ମ