ଓଡିଶା

odisha

ETV Bharat / bharat

Uniform civil code କାର୍ଯ୍ୟକାରୀ କରିବାର ସମୟ ଆସିଛି: ଦିଲ୍ଲୀ ହୋଇକୋର୍ଟ - ୟୁନିଫର୍ମ ସିଭିଲ କୋଡ

ଶୁକ୍ରବାର ଏକ ଛାଡପତ୍ର ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଦେଶରୁ ଧୀରେ ଧୀରେ ଜାତି, ଧର୍ମ, ବର୍ଣ୍ଣ, ସମାଜ ଉପରକୁ ଉଠିଲେଣି ଲୋକେ । ତେଣୁ ବର୍ତ୍ତମାନ ୟୁନିଫର୍ମ ସିଭିଲ କୋଡର ଆବଶ୍ୟକତା ରହିଛି । ଏହି ପ୍ରସଙ୍ଗ ସେତେବେଳେ ଉଠିଛି ଯେତେବେଳେ ଦିଲ୍ଲୀ ହାଇକୋର୍ଟ ଏକ ତଲାକ ମାମଲାର ଶୁଣାଣି କରୁଥିଲେ ।

ସମାନ ନାଗରିକ ସଂହିତା
Uniform civil code

By

Published : Jul 10, 2021, 11:35 AM IST

ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ କୋଡ (ସମାନ ନାଗରିକ ସଂହିତା)କୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା । ବର୍ତ୍ତମାନ ଗୋଟିଏ ଦେଶ ଗୋଟିଏ ଆଇନ କରିବାର ସମୟ ଆସିଛି କହିଲେ କୋର୍ଟ ।

କୋର୍ଟଙ୍କ ଟିପ୍ପଣୀ...

ଶୁକ୍ରବାର ଏକ ଛାଡପତ୍ର ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଦେଶରୁ ଧୀରେ ଧୀରେ ଜାତି, ଧର୍ମ, ବର୍ଣ୍ଣ, ସମାଜ ଉପରକୁ ଉଠିଲେଣି ଲୋକେ । ତେଣୁ ବର୍ତ୍ତମାନ ୟୁନିଫର୍ମ ସିଭିଲ କୋଡର ଆବଶ୍ୟକତା ରହିଛି । ଏହି ପ୍ରସଙ୍ଗ ସେତେବେଳେ ଉଠିଛି ଯେତେବେଳେ ଦିଲ୍ଲୀ ହାଇକୋର୍ଟ ଏକ ତଲାକ ମାମଲାର ଶୁଣାଣି କରୁଥିଲେ । କାରଣ ମାମଲାଟି କେଉଁ ଧର୍ମର ଆଇନରେ ଶୁଣାଣି ହେବ ତାହାକୁ ନେଇ ଉପୁଜିଥିଲା ଦ୍ବନ୍ଦ ।

ବିଚାରପତି ପ୍ରତିଭା ଏମ ସିଂହଙ୍କ ଖଣ୍ଡପୀଠର ଏହି ମାମଲାର ଶୁଣାଣି କରି କହିଛନ୍ତି ଆଧୁନିକ ଭାରତରେ ଧର୍ମ ଜାତି ବନ୍ଧନ ଭାଙ୍ଗିଗଲାଣି । ଏହି ଦୃତ ପରିବର୍ତ୍ତନରେ ଅନ୍ତରଧର୍ମ ଓ ଅନ୍ତରଜାତି ବିବାହ କିମ୍ବା ବିଚ୍ଛେଦ ବେଳେ ସମସ୍ୟା ଉପୁଜୁଛି । କୋର୍ଟ ଆହୁରି କହିଛନ୍ତି ବର୍ତ୍ତମାନର ଯୁବପୀଢି ଏହି ସମସ୍ୟାର ସମ୍ମୁଖିନ ନହୁଅନ୍ତୁ ତେଣୁ ୟୁନିଫର୍ମ ସିଭିଲ କୋଡ (ସମାନ ନାଗରିକ ସଂହିତା) ଜରୁରୀ ହୋଇପଡିଛି । କୋର୍ଟଙ୍କ କହିବା କଥା ବର୍ତ୍ତମାନ ସମୟ ବଦଳିବା ସହ ଯୁବଗୋଷ୍ଠୀଙ୍କ ବିବାହ ସଂଜ୍ଞା ମଧ୍ୟ ବଦଳିବାରେ ଲାଗିଛି ।

ବିଚାରପତି ପ୍ରତିଭା ଏମ ସିଂହ ଆହୁରି କହିଛନ୍ତି ସମ୍ବିଧାନର ଧାରା 44ରେ ସମାନ ନାଗରିକ ସଂହିତା ଆଇନ ପାଇଁ ପ୍ରାବଧାନ ରହିଛି । କିନ୍ତୁ କାର୍ଯ୍ୟକାରୀ ହୋଇନାହିଁ । ଏବେ କାର୍ଯ୍ୟକାରୀ କରିବାର ସମୟ ଆସିଛି ।

କଣ ଥିଲା ମାମଲା...

ବିଚାରପତି ପ୍ରତିଭା ଏମ ସିଂହଙ୍କ ଖଣ୍ଡପୀଠ ଶୁକ୍ରବାର ଏକ ହିନ୍ଦୁ ବିବାହ ଆଇନ, 1955କୁ ନେଇ ଜଡିତ ମାମଲାର ଶୁଣାଣି କରିଥିଲେ । ତେବେ ଶୁଣାଣି ବେଳେ ଉଭୟ ପକ୍ଷର ଧର୍ମକୁ ନେଇ ସମସ୍ୟା ଉପୁଜୁଥିଲା । କାରଣ ମାମଲାରେ ସ୍ବାମୀ ଚାହୁଁଥିଲେ ସେ ହିନ୍ଦୁ ସମ୍ପ୍ରଦାୟରୁ ଆସୁଛନ୍ତି, ତେଣୁ ହିନ୍ଦୁ ଆଇନ ଅନୁସାରେ ମାମଲା ଶୁଣାଣି ହେଉ । ଅପରପକ୍ଷେ ପତ୍ନୀଙ୍କ ଦାବି ଥିଲା ସେ ମୀଣା ଜନଜାତି ସମ୍ପ୍ରଦାୟରୁ ଆସୁଛନ୍ତି, ଏଣୁ ତାଙ୍କ ଉପରେ ହିନ୍ଦୁ ଆଇନ ଲାଗୁ ହେବନାହିଁ ।

ଅନ୍ୟପଟେ କୋର୍ଟ କହିଛନ୍ତି ୟୁନିଫର୍ମ ସିଭିଲ କୋଡ ଖାଲି ନାଗରିକଙ୍କ ଦାମ୍ପତ୍ୟ ଜୀବନ କି ବିଚ୍ଛେଦର ସମସ୍ୟା ସମାଧାନ କରିବ ନାହିଁ ବଂର ଏକ ସୁରକ୍ଷିତ ଜୀବନ ପାଇଁ ସହାୟକ ହେବ । ଦିଲ୍ଲୀ ହାଇକୋର୍ଟ ଆହୁରି କହିଛନ୍ତି 1985 ମସିହାରେ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି ଜୋର୍ଡାନ ଡିଏଙ୍ଗଡେ ୟୁନିଫର୍ମ ସିଭିଲ କୋଡ ପ୍ରସଙ୍ଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ 3 ଦଶନ୍ଧି ବିତିଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ତେଣୁ ବର୍ତ୍ତମାନ କଣ କରାଯାଇପାରିବ ଆଇନ କାର୍ଯ୍ୟକାରୀ କେବେ ହେବ ଜବାବ ଦେବା ସହ ପଦକ୍ଷେପ ନେବାକୁ ଆଇନ ମନ୍ତ୍ରଣାଳୟ ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details