ଓଡିଶା

odisha

By

Published : Feb 10, 2021, 6:52 PM IST

ETV Bharat / bharat

ୟୁପି ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷିତ

ଉତ୍ତର ପ୍ରଦେଶ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ୟୁପି ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରି କହିଛନ୍ତି ଯେ, 24 ଏପ୍ରିଲ ଠାରୁ ହାଇସ୍କୁଲ ଏବଂ ମଧ୍ୟମା ପରୀକ୍ଷା ହେବ । ହାଇସ୍କୁଲ ପରୀକ୍ଷା ମେ 10 ଏବଂ ମଧ୍ୟମା ପରୀକ୍ଷା ମେ 12 ତାରିଖରେ ଶେଷ ହେବ । ଅଧିକ ପଢନ୍ତୁ...

ୟୁପି ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷିତ
ୟୁପି ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷିତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ୟୁପି ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରି କହିଛନ୍ତି ଯେ, 24 ଏପ୍ରିଲ ଠାରୁ ହାଇସ୍କୁଲ ଏବଂ ମଧ୍ୟମା ପରୀକ୍ଷା ହେବ । ହାଇସ୍କୁଲ ପରୀକ୍ଷା ମେ 10 ଏବଂ ମଧ୍ୟମା ପରୀକ୍ଷା ମେ 12 ତାରିଖରେ ଶେଷ ହେବ ।

ଡେପୁଟି ସିଏମ ଡ. ଦିନେଶ ଶର୍ମା କହିଛନ୍ତି ଯେ, ହାଇସ୍କୁଲ ଏବଂ ମଧ୍ୟମା ପରୀକ୍ଷା ଏକା ସାଥିରେ ଏପ୍ରିଲ 24 ତାରିଖରେ ଆରମ୍ଭ ହେବ । ହାଇସ୍କୁଲ ପରୀକ୍ଷା 12 ଦିନ ମଧ୍ୟରେ ସମାପ୍ତ ହୋଇ ମେ ମାସ 10 ତାରିଖରେ ସମାପ୍ତ ହେବ ଏବଂ ମଧ୍ୟମା ପରୀକ୍ଷା 15 ଦିନରେ ଅର୍ଥାତ ମେ 12 ତାରିଖରେ ସମାପ୍ତ ହେବ । ଯଦିଓ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଯେ, ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ।

ପରୀକ୍ଷାରେ କୋରୋନା ସଂକ୍ରମଣ ସମ୍ବନ୍ଧରେ ନିୟମାବଳୀ ଲାଗୁ କରାଯିବ । ଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତା ସହିତ ମାସ୍କ, ସାନିଟାଇଜର ପରୀକ୍ଷା ସମୟରେ ଅନିବାର୍ଯ୍ୟ । ପରୀକ୍ଷାର ସମ୍ପୂର୍ଣ୍ଣ ତାରିଖ ଜାରି କରାଯାଇଛି ।

ABOUT THE AUTHOR

...view details