ନୂଆଦିଲ୍ଲୀ: ଅଖିଳ ଭାରତୀୟ କଂଗ୍ରେସ କମିଟିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା 22ତାରିଖରେ ବସିବା ନେଇ ସୂଚନା ରହିଛି । ଏହି ବୈଠକରେ ସାଂଗଠନିକ ନିର୍ବାଚନ ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ତେଣୁ ଉକ୍ତ ବୈଠକରେ ଦଳ ପାଇଁ ନୂଆ ମୁଖ୍ୟ ନିର୍ବାଚିତ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
ଏବି ବୈଠକ ଭିସି ଯୋଗେ ଅନୁଷ୍ଠିତ ହେବ । ସଂସଦର ବଜେଟ ଅଧିବେସନର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହେବ । ଦଳକୁ ନୂଆ ଶିର୍ଷ ନେତୃତ୍ବ ସହ ମିଳିବା ସହ ନୂଆ ରଣନୀତି ମଧ୍ୟ ପ୍ରସ୍ତୁତ କରାଯଯିବ । ବଜେଟ ଅଧିବେସନରେ ଦଳ କେଉଁ ସବୁ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ଘେରିବ ତାହା ବାବଦରେ ମଧ୍ୟ ରୂପରେଖ ପ୍ରସ୍ତୁତ କରାଯିବା ନେଇ ଯୋଜନା ରହିଛି ।