ଓଡିଶା

odisha

By

Published : Jan 3, 2021, 8:23 PM IST

ETV Bharat / bharat

କୃଷି ବିଲ ବିରୋଧରେ ଆନ୍ଦୋଳନ ସମ୍ବିଧାନକୁ ଧମକ ସଦୃଶ: ରାମଦାସ ଅଠାୱଲେ

ନୂତନ କୃଷି ବିଲ ବିରୋଧରେ ଆନ୍ଦୋଳନ କରିବା ସମ୍ବିଧାନକୁ ଧମକ ଦେବା ସଦୃଶ। ଏଭଳି ଆନ୍ଦୋଳନରୁ ନିବୃତ୍ତ ରହିବା ଆବଶ୍ୟକ ବୋଲି କହିଛନ୍ତ କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱଲେ। ଅଧିକ ପଢ଼ନ୍ତୁ...

The Constitution will be threatened if there are repeated calls for repeal of laws says central minister Ramdas Athavale
କୃଷି ବିଲ ବିରୋଧରେ ଆନ୍ଦୋଳନ ସମ୍ବିଧାନକୁ ଧମକ ସଦୃଶ: ରାମଦାଶ ଅଠାବାଲେ

ମୁମ୍ବାଇ:ନୂତନ କୃଷି ବିଲକୁ ପ୍ରତ୍ୟାହାର କରିବା ଅସମ୍ଭବ। ପ୍ରତ୍ୟେକ ଆଇନ ପାରିତ ହେବା ପରେ ଏହାକୁ ଅନେକ ଲୋକ ବିରୋଧ କରିବାରେ ଲାଗି ପଡ଼ନ୍ତି। ଏହିଭଳି ଭାବରେ ପ୍ରତ୍ୟେକ ଆଇନକୁ ଯଦି ପ୍ରତ୍ୟାହାର କରାଯିବ, ତାହେଲେ ଏହା ସମ୍ବିଧାନ ବିରୋଧି ହେବ। ଚାଷୀ ଆନ୍ଦୋଳନକୁ ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ।

ନୂତନ ଚାଷୀ ଆନ୍ଦୋଳନକୁ ପ୍ରତ୍ୟାହାର କରିବା ଦାବିରେ ସିଂଘୁ ବର୍ଡରରେ ଚାଷୀ ଆନ୍ଦୋଳନ ଜାରି ରହିଛି। ତେବେ ଏଭଳି ଆନ୍ଦୋଳନ ସମ୍ବାଧାନ ବିରୋଧି। ଚାଷୀଙ୍କ ଭଲ ପାଇଁ ଏହି 3ଟି ନୂତନ କୃଷି ଆଇନ ପ୍ରଣୟନ ହୋଇଛି। ଏହାକୁ ଏକଚାଟିଆ ଭାବରେ ବିରୋଧ କରିବା ଠିକ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଆଜି(ରବିବାର) ମହାରାଷ୍ଟ୍ର ପାଲଘର ଗସ୍ତରେ ଥିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ। ଏହି ଅବସରରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରି କୃଷି ଆଇନକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଏଭଳି ଆନ୍ଦୋଳନ ଦେଶର ସମ୍ବିଧାନକୁ ଏକ ଧମକ ଦେବା ସଦୃଶ। ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ଆଇନକୁ ନେଇ ଆନ୍ଦୋଳନ କରିବା ଆରମ୍ଭ କରିଦେବେ। ଏହାପରେ ଦେଶରେ ସଂସଦର କୌଣସି ଗୁରୁତ୍ବ ରହିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦିଗକୁ ଧ୍ୟାନରେ ରଖି ଚାଷୀଙ୍କ ପାଇଁ ଏହି ଆଣିଛନ୍ତି ବୋଲି କହିଛନ୍ତି ଅଠାୱଲେ।

ଗତ 39 ଦିନ ହେଲା ଚାଷୀ ଆନ୍ଦୋଳନ ଜାରି ରହିଛି। ଜାନୁଆରୀ 4 ତାରିଖରେ ଚାଷୀ ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ନୂତନ କୃଷି ଆଇନକୁ ନେଇ ସପ୍ତମ ପର୍ଯ୍ୟାୟ ବୈଠକ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details