ଓଡିଶା

odisha

ETV Bharat / bharat

ଲକଡାଉନରେ ବିବାହ ଜିଦ; ବରଯାତ୍ରୀ ବଦଳରେ ଏକାକି ବାଇକରେ ଆସିଲେ ବର - ନବବଧୂ

ଛତିଗଡରେ କୋରୋନା ସଂକ୍ରମଣର ବିସ୍ଫୋରକ ସ୍ଥିତି ଭିତରେ ସାମ୍ନାକୁ ଆସିଛି ଏମିତି ଦୃଶ୍ୟ । ଯାହାକୁ ଦେଖିଲେ ଆପଣ ବି ନହସି ରହିପାରିବେ ନାହିଁ । ଅଧିକ ପଢନ୍ତୁ...

ଏକାକି ବାଇକରେ ଆସିଲେ ବର
ଏକାକି ବାଇକରେ ଆସିଲେ ବର

By

Published : Apr 25, 2021, 8:02 AM IST

ବଳରାମପୁର: ଦେଶରେ କୋଭିଡ ସଂକ୍ରମଣର ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଯାହାକୁ ଦେଖି ସରକାର ଅନେକ କଟକଣା ଲାଗୁ କରିଛନ୍ତି । ଛତିଗଡରେ କୋରୋନା ସଂକ୍ରମଣର ବିସ୍ଫୋରକ ସ୍ଥିତି ଦେଖି ଛତିଶଗଡର ଅନେକ ଜିଲ୍ଲାରେ ଲକଡାଉନକୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଉ ଏଭଳି ପରିସ୍ଥିତିରେ ବିବାହରେ ଅନେକ ପ୍ରକାରର କଟକଣା ଲଗାଯାଇଛି। କେବଳ ସୀମିତ ସଂଖ୍ୟକ ଅତିଥିଙ୍କୁ ନେଇ ବିବାହ କରିବାକୁ ଅନୁମତି ରହିଛି । ତେବେ ଲକଡାଉନ ସମୟରେ ବଳରାମପୁରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ବି ନହସି ରହିପାରିବେ ନାହିଁ ।

ଏଠାରେ ନିଜ ନବବଧୂକୁ ନେବା ପାଇଁ ବାଇକରେ ଏକାକି ପହଞ୍ଚିଲେ ବର । ବିନା ବରଯାତ୍ରୀରେ ବିବାହ ମଣ୍ଡପ ଯାଁଏ ପହଞ୍ଚି ଯାଇଥିଲେ । ବର ଜଣକ ଝାଡଖଣ୍ଡର ବାସିନ୍ଦା ହୋଇଥିବାବେଳେ ସେ ବଳରାମପୁର ଜିଲ୍ଲାର ସାନଭାଲରେ ବିବାହ କରିବାକୁ ଯାଉଥିଲେ।

ସବୁକିଛି ଠିକ ଥିଲା, ମାତ୍ର ଲକଡାଉନ ଯୋଗୁଁ ବିବାହ ପାଇଁ ବରଯାତ୍ରୀ ଆସିବା ସମ୍ଭବପର ନଥିଲା । ଏପରି ପରିସ୍ଥିତିରେ ବର ଜଣକ ନିଜ ବିବାହ ପାଇଁ ଥିବା ସେରୱାନୀ ଓ ମୁଣ୍ଡରେ ପଗଡି ପିନ୍ଧି ବାଇକ ଧରି ବାହାରୁ ପଡିଥିଲେ ତାଙ୍କୁ ନବବଧୁ ବେଶରେ ସଜେଇ ହୋଇ ଅପେକ୍ଷା କରିଥିବା ତାଙ୍କ ଜୀବନସାଥି ପାଖକୁ ।

ଝାଡଖଣ୍ଡ-ଛତିଶଗଡ ସୀମାରେ ପୋଲିସ ବରକୁ ଏକୁଟିଆ ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ବରକୁ ଅଟକାଇଲେ। ଯୁବକ ଜଣକ କହିଥିଲେ, ଯେ ସେ ବିବାହ କରିବାକୁ ଯାଉଛନ୍ତି । ହେଲେ ହିନ୍ଦୁ ରୀତିନୀତି ଅନୁଯାୟୀ, ଅତି କମରେ 5 ଜଣ ଲୋକ ରହିବା ଉଚିତ୍ ।

କିନ୍ତୁ ଏଠାରେ ବର ଏକାକୀ ଥିବାବେଳେ ଯୁବକ ଜଣକ ବିବାହର ଜିଦ୍‌ କରିଥିଲେ । ଏହାକୁ ଦେଖି ପୋଲିସ ତାଙ୍କୁ ଅତି କମରେ 5 ଜଣଙ୍କୁ ଡାକିଲେ, ସେ ବିବାହରେ ଯିବାକୁ ତାଙ୍କୁ ଅନୁମତି ଦେବେ ବୋଲି କହିଥିଲେ । ପରେ ଯୁବକ ଜଣକ ପୋଲିସକୁ ବହୁ ବୁଝାସୁଝା କରି ରାଜି କରାଇବା ପରେ ତାଙ୍କୁ ଏକାକି ଯିବାକୁ ଅନୁମତି ମିଳିଥିଲା । ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details