ଓଡିଶା

odisha

ETV Bharat / bharat

2020ରେ 5133 ଥର ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକିସ୍ତାନ - ଅସ୍ତ୍ରବିରତି ଉଲ୍ଲଘଂନ ଚୁକ୍ତିନାମା

ଭାରତ ଓ ପାକିସ୍ତାନ ମଧ୍ୟରେ ଶତ୍ରୁତା ଲାଗି ରହିଥିବା ବେଳେ ବହୁ ସମୟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିବା ଦ୍ବାରା ସୀମାବର୍ତ୍ତୀ ଅଞ୍ଚଳରେ ଗୁଳି ବିନିମୟ ହୋଇଥାଏ । ତେବେ ଗତ 2020 ମସିହାରେ ପାକିସ୍ତାନ 5133 ଥର ଅସ୍ତ୍ରବିରତି ଉଲ୍ଲଘଂନ କରିଥିବା ଏକ ସରକାରୀ ରିପୋର୍ଟରୁ ଜଣାପଡିଛି । ଅଧିକ ପଢନ୍ତୁ...

2020ରେ 5133 ଥର ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ
2020ରେ 5133 ଥର ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ

By

Published : Mar 4, 2021, 2:31 PM IST

ହାଇଦ୍ରାବାଦ:ଭାରତ ଓ ପାକିସ୍ତାନ ମଧ୍ୟରେ ଶତ୍ରୁତା ଲାଗି ରହିଥିବା ବେଳେ ବହୁ ସମୟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିବା ଦ୍ବାରା ସୀମାବର୍ତ୍ତୀ ଅଞ୍ଚଳରେ ଗୁଳି ବିନିମୟ ହୋଇଥାଏ । ତେବେ ଏହାଦ୍ବାରା ଉଭୟ ଦେଶର ସୀମାବର୍ତ୍ତୀ ଅଞ୍ଚଳର ଲୋକମାନେ ପ୍ରଭାବିତ ହୋଇଥାନ୍ତି ଏବଂ ସେମାନଙ୍କ ମଧ୍ୟରେ ସର୍ବଦା ଭୟ ଲାଗି ରହିଥାଏ । ତେବେ LOCକୁ ନେଇ ସର୍ବଦା ବିବାଦ ଖବର ଆସିଥିବା ବେଳେ 2003 ମସିହାରେ ପ୍ରଥମ ଥର ପାଇଁ ଭଲ ଖବର ଆସିଥିଲା । ଏହି ମସିହାରେ ଏଲଓସିକୁ ନେଇ ଅସ୍ତ୍ରବିରତି ଚିକ୍ତିନାମା ସ୍ବାକ୍ଷର ହୋଇଥିଲା । ତେବେ ପୁଣି ବୁଧବାର ଏହି ଦୁଇ ଦେଶ ମଧ୍ୟରେ ଶାନ୍ତିଚୁକ୍ତି ସ୍ବାକ୍ଷର ହୋଇଛି ।

2003 ଅସ୍ତ୍ରବିରତି ଚିକ୍ତିନାମାର ଇତିହାସ:-

  • LOC ସହିତ 2003 ମସିହାର ଅସ୍ତ୍ରବିରତି ଚୁକ୍ତି ଏକ ଇତିହାସ ରଚିଥିଲା । 2003 ମସିହା ନଭେମ୍ବରରୁ 2008 ନଭେମ୍ବରରେ ଉଭୟ ସ୍ଥାନରେ ଶାନ୍ତି ରହିଥିଲା କାରଣ ଉଭୟ ପକ୍ଷ ଚିଠି ସହିତ ଅସ୍ତ୍ରବିରତି ଉଲ୍ଲଂଘନ ନ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । କିନ୍ତୁ 2011 ମସିହା 26 ନଭେମ୍ବର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା ।
  • ଏହାପରେ 2012 ମସିହା ପର୍ଯ୍ୟନ୍ତ ଅସ୍ତ୍ରବିରତି ଉଲ୍ଲଂଘନ ଚାଲିଥିଲା । 2012 ମସିହାଠାରୁ 2016 ମସିହା ପର୍ଯ୍ୟନ୍ତୁ ପାକିସ୍ତାନ କ୍ରମାଗତ ଭାବରେ ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଥିଲା ଏବଂ ବର୍ଷ ବର୍ଷ ଧରି ଏହାର ଉଲ୍ଲଂଘନ ସଂଖ୍ୟା ବୃଦ୍ଧି ପାଉଥିଲା । ଯଦି ଆମେ ଗତ ତିନିବର୍ଷ 2018 ମସିହାରୁ 2021 ପର୍ଯ୍ୟନ୍ତ ଦେଖିବା, ତେବେ ପାକିସ୍ତାନ 10,752 ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି । କେବଳ 2020 ମସିହାରେ ପାକିସ୍ତାନ ପକ୍ଷରୁ 5133 ଥର ଉଲ୍ଲଂଘନ ହୋଇଛି ।

ଅସ୍ତ୍ରବିରତି ସମସ୍ୟାର ସମାଧାନ କରିବା ପାଇଁ ପୂର୍ବ ପଦକ୍ଷେପ:-

2013 ମସିହାରେ ଅସ୍ତ୍ରବିରତି ସମସ୍ୟାର ସମାଧାନ କରିବା ପାଇଁ ପୂର୍ବରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । 2ଟି ଡିଜିଏମଓ (ସାମରିକ ଅପରେସନ୍ ମହାନିର୍ଦ୍ଦେଶକ)ଙ୍କ ଦ୍ବାରା ଦୁଇ ଥର ଉଦ୍ୟମ କରାଯାଇଥିଲେ ମଧ୍ୟ ଏହି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାରେ ବିଫଳ ହୋଇଥିଲେ । ପୁନର୍ବାର 2018 ମସିହାରେ DGMO ମାନେ 2003 ଅସ୍ତ୍ରବିରତି ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହା ଫଳପ୍ରଦ ହୋଇନଥିଲା ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ କିପରି ଚୁକ୍ତି ହେଲା ?

  • ସାମ୍ପ୍ରତିକ ସମୟରେ ଉଭୟ ପକ୍ଷରୁ ଏକ ଶାନ୍ତି ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଣି ବୁଧବାର ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି ।ଏହା ଚୁକ୍ତି 2 ଦେଶ ମଧ୍ୟରେ ହଠାତ୍‌ ସ୍ବାକ୍ଷର ହୋଇନଥିଲା କିନ୍ତୁ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ 3 ମାସ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା । ପାକିସ୍ତାନ ପ୍ରତିନିଧୀଙ୍କ ବିଷୟରେ ଦ୍ବନ୍ଦ୍ବ ଥିବାବେଳେ ଭାରତକୁ ଏନଏସଏ ଅଜିତ ଡୋଭାଲ ପ୍ରତିନିଧିତ୍ବ କରିଥିଲେ ।
  • କିନ୍ତୁ ଅନେକ ବିଶେଷଜ୍ଞ ବିଶ୍ବାସ କରନ୍ତି ଯେ ଏହା କେବଳ ପାକିସ୍ତାନୀ ସେନାକୁ ପ୍ରତିନିଧିତ୍ବ କରୁଥିବା କମର ଜାଭେଦ ବାଜୱାଙ୍କ ଉଦ୍ୟମରେ ହୋଇପାରିଥିଲା । ପାକିସ୍ତାନ ଜେନେରାଲ କମର କହିଛନ୍ତି ଯେ ପାରସ୍ପରିକ ସମ୍ମାନ ଏବଂ ଶାନ୍ତିପୂର୍ଣ୍ଣ ସହଭାଗିତା ପାଇଁ ପାକିସ୍ତାନ ପ୍ରତିବଦ୍ଧ ଏବଂ ସବୁ ଦିଗରେ ଶାନ୍ତିର ହାତ ବଢାଇବାର ସମୟ ଆସିଛି।
  • ସାଧାରଣତଃ ପାକିସ୍ତାନ ପ୍ରତ୍ୟେକ ବହୁରାଷ୍ଟ୍ରୀୟ ଫୋରମରେ କାଶ୍ମୀର ପ୍ରସଙ୍ଗ ଉଠାଉଥିଲା କିନ୍ତୁ ଫେବୃଆରୀ 18 ତାରିଖରେ ଅନୁଷ୍ଠିତ କୋଭିଡ-19 ପରିଚାଳନାରେ ଏହା ଉଠାଇନଥିଲା । ଅସ୍ତ୍ରବିରତି ଚୁକ୍ତି ଘୋଷଣା ହେବାର ଠିକ ପୂର୍ବରୁ ଭାରତ ସରକାର ଇମ୍ରାନ ଖାନଙ୍କୁ ଶ୍ରୀଲଙ୍କା ଯାତ୍ରା କରିବାକୁ ଭାରତୀୟ ବାୟୁ ସୀମା ରେଖା ଉପରେ ଉଡ଼ାଇବାକୁ ଅନୁମତି ଦେଇଥିଲେ ।

ପାକିସ୍ତାନ କିପରି LOCକୁ ନେଇ ଶାନ୍ତିଚୁକ୍ତି ସ୍ବାକ୍ଷର ପାଇଁ ରାଜି ହେଲା ?

ପାକିସ୍ତାନର ଇମ୍ରାନ ସରକାର 370 ଧାରା ଉଚ୍ଛେଦ ପରେ ସର୍ବଦା ଭାରତକୁ ଟାର୍ଗେଟ କରୁଥିଲେ । କିନ୍ତୁ ଏଭଳି କ'ଣ ସ୍ଥିତି ଆସିଲା ସେ ଭାରତ ସହିତ ଏହି ଚୁକ୍ତିନାମା କରିବାକୁ ରାଜି ହୋଇଥିଲା । ପାକିସ୍ତାନର ଅର୍ଥନୈତିକ ଅବସ୍ଥା ବର୍ତ୍ତମାନ ଖରାପ ସ୍ଥିତିରେ ରହିଥିବା ବେଳେ ବାଇଡେନ ସରକାର ଓ ଭାରତ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଆଦି କାରଣ ପାଇଁ ପାକିସ୍ତାନ ରାଜି ହୋଇଥିଲା ।

LOCର ସୀମାନ୍ତ ଗ୍ରାମ ଉପରେ ଶାନ୍ତିଚୁକ୍ତିର ପ୍ରଭାବ:-

ଏହି ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ସୀମାବର୍ତ୍ତୀ ଅଞ୍ଚଳବାସୀ ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି । କାରଣ ସେମାନଙ୍କ ମନରେ ସର୍ବଦା ଗୁଳି ବିନିମୟ ଯୋଗୁଁ ଭୟ ଲାଗି ରହୁଥିଲା । ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପାଠପଢିବାକୁ ଯିବା ପାଇଁ ଅନିଚ୍ଛା ପ୍ରକାଶ କରିଥାନ୍ତି । ତେବେ ଏକ ସରକାରୀ ରିପୋର୍ଟ ଅନୁଯାୟୀ ସୀମାବର୍ତ୍ତୀ ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଳଘଂନ ପରେ ପାକିସ୍ତାନ ପଟରୁ ଗୁଳି ବିନିମୟ ହେଉଥିବାରୁ ଗତ 3 ମାସ ମଧ୍ୟରେ 70 ଜଣ ପ୍ରାଣ ହରାଇଥିବା ବେଳେ 341 ଜଣ ଆହତ ହୋଇଥିଲେ । ନିଜ ଆତ୍ମୀୟଜନଙ୍କୁ ଆଖି ଆଗରେ ଗୁଳି ବାଜି ଟଳି ପଡୁଥିବା ଲୋକମାନେ ଦେଖିଛନ୍ତି । ଏଣୁ ଏଭଳି ପରିସ୍ଥିତି ଆଗକୁ ଉପୁଜିବ ନାହିଁ ବିଶ୍ବାସ ରଖି ସୀମାବର୍ତ୍ତୀ ଅଞ୍ଚଳବାସୀ ଆଶ୍ବସ୍ତ ଲାଭ କରିଛନ୍ତି ।

ABOUT THE AUTHOR

...view details