ଓଡିଶା

odisha

ETV Bharat / bharat

ଶପଥ ନେଲେ କର୍ଣ୍ଣାଟକ ରାଜ୍ୟପାଳ ଥାଓ୍ବାରଚାନ୍ଦ ଗେହଲଟ - କର୍ଣ୍ଣାଟକର ରାଜ୍ୟପାଳ

କର୍ଣ୍ଣାଟକର 19ତମ ରାଜ୍ୟପାଳ ଭାବେ ଶପଥ ନେଲେ ଥାଓ୍ବାରଚାନ୍ଦ ଗେହଲଟ । ଉପସ୍ଥିତ ଥିଲେ ହାଇକୋର୍ଟର ପ୍ରଧାନ ବିଚାରପତି । ଅଧିକ ପଢନ୍ତୁ...

ଶପଥ ନେଲେ କର୍ଣ୍ଣାଟକ ରାଜ୍ୟପାଳ ଥାଓ୍ବାରଚାନ୍ଦ ଗେହଲଟ
ଶପଥ ନେଲେ କର୍ଣ୍ଣାଟକ ରାଜ୍ୟପାଳ ଥାଓ୍ବାରଚାନ୍ଦ ଗେହଲଟ

By

Published : Jul 11, 2021, 11:28 AM IST

ବେଙ୍ଗାଲୁର:କର୍ଣ୍ଣାଟକର 19ତମ ରାଜ୍ୟପାଳ ଭାବେ ଶପଥ ନେଲେ ଥାଓ୍ବାରଚାନ୍ଦ ଗେହଲଟ । କର୍ଣ୍ଣାଟକ ରାଜଭବନରେ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଶ୍ରୀନିବାସ ଓକାଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି ଥାଓ୍ବାରଚାନ୍ଦ ଗେହଲଟ ।

ସେ ପୂର୍ବରୁ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥିଲେ । ଜୁଲାଇ 6ରେ କର୍ଣ୍ଣାଟକର ନୂତନ ରାଜ୍ୟପାଳ ଭାବରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତ କରିଥିଲେ । ସେ ଜୁଲାଇ 12ରେ କେନ୍ଦ୍ର କ୍ୟାବିନେଟ୍ ବିସ୍ତାର ପୂର୍ବରୁ ମନ୍ତ୍ରୀ ପରିଷଦ ପଦରୁ ଇସ୍ତଫା ଦେଇଥିବା 12 ଜଣ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ ଥିଲେ । 73 ବର୍ଷିୟ ଗେହଲଟ 2014 ମସିହାରୁ କର୍ଣ୍ଣାଟକର ରାଜ୍ୟପାଳ ଭାବରେ କାର୍ଯ୍ୟ କରୁଥିବା ବାଜୁଭାଇ ଆର ଭାଲାଙ୍କ ସ୍ଥାନ ନେବେ ।

@ANI

ABOUT THE AUTHOR

...view details