ଓଡିଶା

odisha

ETV Bharat / bharat

ଦୁର୍ବ୍ୟବହାର ଅଭିଯୋଗରେ ମାଡ ମାରିଥିଲେ, ଏବେ ବାନ୍ଧିବାକୁ ଚାହୁଁଛନ୍ତି ରାକ୍ଷୀ - cab driver sadat ali

ଲକ୍ଷ୍ନୌର କ୍ୟାବ ଡ୍ରାଇଭରକୁ ଚାପୁଡ଼ା ମାରି ଚର୍ଚ୍ଚାକୁ ଆସିଥିବା ଝିଅ ଏବେ ପୁଣି ଚର୍ଚ୍ଚାରେ । କାରଣ ସେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଡ୍ରାଇଭର ସାଦତଙ୍କ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇବାକୁ ଚାହୁଁଛନ୍ତି । ଅଧିକ ପଢନ୍ତୁ...

thappad girl
ଦୁର୍ବ୍ୟବହାର ଅଭିଯୋଗରେ ମାଡ ମାରିଥିଲେ, ଏବେ ବାନ୍ଧିବାକୁ ଚାହୁଁଛନ୍ତି ରାକ୍ଷୀ

By

Published : Aug 23, 2021, 2:01 PM IST

ଲକ୍ଷ୍ନୌ: କିଛିଦିନ ପୂର୍ବରୁ ବିଚ ରାସ୍ତାରେ ଜଣେ କ୍ୟାବ ଡ୍ରାଇଭରଙ୍କୁ ବିନା ଦୋଷରେ ମାଡ ମାରି ଚର୍ଚ୍ଚାକୁ ଆସିଥିଲେ ଲକ୍ଷ୍ନୌ ଝିଅ ପ୍ରିୟଦର୍ଶିନୀ ନାରାୟଣ ଯାଦବ । ହେଲେ ଏବେ ସେ ପୁଣି ଏମିତି କିଛି କହିଛନ୍ତି ଯାହାକୁ ନେଇ ସୋସିଆଲ ମିଡିଆରେ ଚାଲିଛି ଟ୍ରୋଲ ।

ଯୁବତୀ ଜଣକ ଡ୍ରାଇଭର ସାଦତଙ୍କୁ ରାକ୍ଷୀ ବାନ୍ଧି ସବୁ ବାଦବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚାହୁଁଛନ୍ତି । ଆଉ ସେଥିପାଇଁ ସେ ସାଦତଙ୍କ ପାଇଁ ଭାଈ-ଭଉଣୀ ସମ୍ପର୍କର ସବୁଠୁ ମଜବୁତ ଡୋରି ରାକ୍ଷୀ ଓ ମିଠା ଘରକୁ ଆଣିଥିଲେ । ଆଉ ସାଦତଙ୍କ ବାଟକୁ ଚାହିଁରହିଥିଲେ ହେଲେ ସାଦତ ଆସିନଥିଲେ । ସେପଟେ ସାଦତଙ୍କୁ ଏବିଷୟରେ କିଛି ଜଣା ନାହିଁ ବୋଲି କହିଛନ୍ତି ତାଙ୍କ ଓକିଲ ।

ପ୍ରକାଶ ଥାଉକି, ଜୁଲାଇ ୩୦ରେ ଲକ୍ଷ୍ନୌର ଏକ ଟ୍ରାଫିକ ଛକରେ ଏହି ଯୁବତୀ, ଗରିବ କ୍ୟାବ ଡ୍ରାଇଭର ସାଦତ ଅଲ୍ଲୀଙ୍କୁ ବିନା ଦୋଷରେ ନିସ୍ତୁକ ମାଡ ମାରିଥିଲେ। ସେ ସମସ୍ତଙ୍କ ସମ୍ମୁଖରେ ଡ୍ରାଇଭର ସାଦତଙ୍କୁ ଟ୍ରାଫିକ ପୋଲିସର ଉପସ୍ଥିତିରେ ୨୨ ଚାପୁଡା ମାରିଥିଲେ। ଏପରି କି ଯୁବତୀ ଜଣକ ଗାଡି଼ ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କ ମୋବାଇଲ ଭାଙ୍ଗି ଦେଇଥିଲେ ଯୁବତୀ ।

କ୍ୟାବ ଡ୍ରାଇଭର ସାଦତ ଅଲ୍ଲି ଏନେଇ ଥାନାରେ ଏତଲା ଦେଇଥିଲେ। IPCର ଧାରା ୩୯୪ ଓ ୪୨୭ ଅନୁସାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। କିନ୍ତୁ ଆଇନକୁ ହାତକୁ ନେଇଥିବା ଯୁବତୀଙ୍କୁ ଗିରଫ କରାଯାଇନଥିଲା ବରଂ ସାଦତ ଅଲ୍ଲୀଙ୍କୁ ପୋଲିସ ଥାନାକୁ ନେଇ ରାତି ସାରା ରଖିଥିଲା ଆଉ ଜୋରିମାନା ବାବଦକୁ ୧୦,୦୦୦ ଟଙ୍କା ନେଇ ତାଙ୍କୁ ଛାଡିଥିଲା। ଘଟଣାର ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଥିଲା ଓ ଯୁବତୀଙ୍କୁ ଗିରଫ ଦାବି କରାଯିବାରୁ ପୋଲିସ ତଦନ୍ତ ଆରମ୍ଭ କରି ସାଦତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲା ।

ABOUT THE AUTHOR

...view details