ମୁମ୍ବାଇ:ମହାରାଷ୍ଟ୍ର ଥାନେରେ ପ୍ରେମିକା ଉପରେ ପ୍ରେମିକ ଗାଡି ଚଢାଇଦେବା ଘଟଣା । ଗତକାଲି (ରବିବାର) ଘଟଣାର ମୁଖ୍ୟ ଅଭିଯୁକ୍ତ ଅଶ୍ବଜିତ ଗାଏକୱାଡ ଗିରଫ ହେବା ପରେ ଆଜି ଥାଣେ କୋର୍ଟ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ଅଶ୍ବଜିତ ଗାଏକୱାଡ, ରୋମିଲ ପାଟିଲ ଓ ସାଗ ସେଜକୁ ୧୫ ହଜାର ଟଙ୍କା ବଦଳରେ ଜାମିନ ପ୍ରଦାନ କରିଛନ୍ତି ।
ରବିବାର ସନ୍ଧ୍ୟାରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT) ଘଟଣାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହାସହିତ ଏହି ହତ୍ୟା ଉଦ୍ୟମ ଘଟଣାରେ ବ୍ୟବହୃତ ହୋଇଥିବା ଯାନକୁ ମଧ୍ୟ ଜବତ କରାଯାଇଥିଲା । ତେବେ ଆଜି ଥାନେ କୋର୍ଟରେ ଅଭିଯୁକ୍ତମାନଙ୍କୁ ହାଜର କରାଯିବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଅଭିଯୁକ୍ତମାନେ ଗିରଫ ହେବାର ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ବରିଷ୍ଠ ଆଇଏଏସ ଅଧିକାରୀ ଅନିଲ ଗାଏକୱାଡଙ୍କ ପୁଅ ଅଶ୍ବଜିତ ଗାଏକୱାଡ ।
ଏହା ବି ପଢନ୍ତୁ- ପ୍ରେମିକା ଉପରେ ପ୍ରେମିକ ଗାଡ଼ି ଚଢାଇ ଦେବା ଘଟଣା, ପୀଡ଼ିତାଙ୍କ ଉପରେ ଚାପ ପକାଉଛି ପୋଲିସ !