ଓଡିଶା

odisha

By

Published : May 8, 2023, 10:56 PM IST

ETV Bharat / bharat

ଥାଲାସେମିଆ ବାଲ ସେବା ଯୋଜନାର ତୃତୀୟ ପର୍ଯ୍ୟାୟ ଶୁଭାରମ୍ଭ

ଥାଲାସେମିଆ ହେଉଛି ଏକ ବଂଶଗତ ରକ୍ତ ସମ୍ବନ୍ଧୀୟ ରୋଗ ଯାହା ଦ୍ବାରା ଶରୀରରେ ସାଧାରଣ ଅପେକ୍ଷାକୃତ କମ ହେମୋଗ୍ଲୋବିନ ଥାଏ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ୨୦୧୭ ଠାରୁ ଟିବିଏସ୍ବାଇ କାର୍ଯ୍ୟକାରୀ କରିଆସୁଛି । ମାର୍ଚ୍ଚ ୨୦୨୩ ରେ ଏହାର ଦ୍ବିତୀୟ ପର୍ଯ୍ୟାୟ ଶେଷ ହୋଇଛି । କୋଲ ଇଣ୍ଡିଆ ସିଏସଆର ଅନୁଦାନ ପ୍ରାପ୍ତ ହେମାଟୋପିଏଟିକ ଷ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟଣ୍ଟ କାର୍ଯ୍ୟକ୍ରମ ଏକ ନିଆରା ପଦକ୍ଷେପ ଯେଉଁଥିରେ ବଞ୍ଚିତ ଥାଲାସେମିଆ ରୋଗୀଙ୍କୁ ଥରକରେ ଉପଶମ କରିବାର ସୁଯୋଗ ପ୍ରଦାନ କରିଥାଏ। ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ବିଶ୍ବ ଥାଲାସେମିଆ ଦିବସ ଅବସରରେ ଆଜି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଥାଲାସେମିଆ ବାଲ ସେବା ଯୋଜନାର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଯାହା କୋଲ ଇଣ୍ଡିଆ ଲିମିଟେଡ ଦ୍ବାରା ସେମାନଙ୍କ କର୍ପୋରେଟ ସାମାଜିକ ଦାୟିତ୍ବବୋଧ ପଦକ୍ଷେପର ଏକ ଅଂଶ ଅଟେ ।

ଥାଲାସେମିଆ ହେଉଛି ଏକ ବଂଶଗତ ରକ୍ତ ସମ୍ବନ୍ଧୀୟ ରୋଗ ଯାହା ଦ୍ବାରା ଶରୀରରେ ସାଧାରଣ ଅପେକ୍ଷାକୃତ କମ ହେମୋଗ୍ଲୋବିନ ଥାଏ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ୨୦୧୭ ଠାରୁ ଟିବିଏସ୍ବାଇ କାର୍ଯ୍ୟକାରୀ କରିଆସୁଛି । ମାର୍ଚ୍ଚ ୨୦୨୩ ରେ ଏହାର ଦ୍ବିତୀୟ ପର୍ଯ୍ୟାୟ ଶେଷ ହୋଇଛି । କୋଲ ଇଣ୍ଡିଆ ସିଏସଆର ଅନୁଦାନ ପ୍ରାପ୍ତ ହେମାଟୋପିଏଟିକ ଷ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟଣ୍ଟ କାର୍ଯ୍ୟକ୍ରମ ଏକ ନିଆରା ପଦକ୍ଷେପ ଯେଉଁଥିରେ ବଞ୍ଚିତ ଥାଲାସେମିଆ ରୋଗୀଙ୍କୁ ଥରକରେ ଉପଶମ କରିବାର ସୁଯୋଗ ପ୍ରଦାନ କରିଥାଏ। ଯେଉଁମାନଙ୍କର ଭାଇଭଉଣୀ ଦାତାଙ୍କ ସହିତ ମେଳ ଖାଉଥାଏ କିନ୍ତୁ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଆର୍ଥିକ ସମ୍ବଳ ନଥାଏ । ଏହି କାର୍ଯ୍ୟକ୍ରମ ଜରିଆରେ ଦୁଇଟି ପର୍ଯ୍ୟାୟରେ ଭାରତର ୧୦ ଟି ତାଲିକାଭୁକ୍ତ ହସ୍ପିଟାଲରେ ୩୫୬ ଜଣ ଥାଲାସେମିଆ ରୋଗୀଙ୍କର ଅସ୍ଥି ମଜ୍ଜା ପ୍ରତିରୋପଣ ସଫଳ ହୋଇଛି ।

ଡକ୍ଟର ଭାରତୀ ପ୍ରବୀଣ ପାୱାର କହିଛନ୍ତି ଯେ ରୋଗର ନିରୀକ୍ଷଣକୁ ବୃଦ୍ଧି କରିବା, ଅଧିକ ସଚେତନତା ଏବଂ ପରାମର୍ଶ ସୁଯୋଗ ସୃଷ୍ଟି କରିବା, ଏବଂ ଥାଲାସେମିଆ ଏବଂ ସିକିଲ ସେଲ ରୋଗ ଭଳି ରକ୍ତ ବ୍ୟାଧି ସହ ମୁକାବିଲା କରିବା ପାଇଁ ଚିକିତ୍ସା ସୁବିଧା ବୃଦ୍ଧି କରିବା ଜରୁରୀ । ବିଭିନ୍ନ ହିତାଧିକାରୀଙ୍କୁ ଆଗକୁ ଆସି ରକ୍ତ ସମ୍ବନ୍ଧୀୟ ବ୍ୟାଧି ବିରୁଦ୍ଧରେ ସଂଗ୍ରାମକୁ ଦୃଢ କରିବା ପାଇଁ ସାହାଯ୍ୟ କରିବାକୁ ଅନୁରୋଧ କରି ସେ କହିଥିଲେ ଯେ ରକ୍ତ ସମ୍ବନ୍ଧୀୟ ରୋଗ ପାଇଁ ସଚେତନତା ତଥା ଚିକିତ୍ସା ପାଇଁ ଦେଶବ୍ୟାପୀ ସହାୟତା ସଂଗ୍ରହ କରିବାରେ ବହୁମୁଖୀ ହିତାଧିକାରୀଙ୍କ ଆଭିମୁଖ୍ୟ ସହାୟକ ହେବ । ସହଯୋଗୀ ମନ୍ତ୍ରଣାଳୟ ଏବଂ ସିଆଏଲ ପରି ଅନ୍ୟ ମାନଙ୍କ ଉଦ୍ୟମକୁ ପ୍ରଶଂସା କରି ଏହି ବଂଶାନୁକ୍ରମିକ ରୋଗ ସହିତ ଜଡିତ କଳଙ୍କ ଓ ଭୁଲ ଧାରଣାକୁ ହଟାଇବା ଦିଗରେ ଚେଷ୍ଟା ଜାରି ରଖିବାକୁ ଉତ୍ସାହିତ କରିଥିଲେ । ସେ କୋଲ ଇଣ୍ଡିଆ ଲିମିଟେଡ ଏବଂ ଥାଲାସେମିକ୍ସ ଇଣ୍ଡିଆକୁ ଟିବିଏସ୍ବାଇ ର ତୃତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିବାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ହାତ ମିଳାଇଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ଡକ୍ଟର ପାୱାର ସିକଲ ସେଲ ରୋଗ ପାଇଁ ଷ୍ଟାଣ୍ଡାର୍ଡ ଟ୍ରିଟମେଣ୍ଟ ୱାର୍କଫ୍ଲୋର ଉନ୍ମୋଚନ କରିଥିଲେ । ଏହା ଆଇସିଏମଆର ଦ୍ବାରା ବିକଶିତ ହୋଇଛି । ରକ୍ତଦାନ ଆବଶ୍ୟକତା ପାଇଁ ଇ-ରକ୍ତକୋଶ ପୋର୍ଟାଲ ଏବଂ ୧.୫ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରର ନେଟୱାର୍କ ତଥା ସିକିଲ ସେଲ ରକ୍ତହୀନତାର ରୋଗର ଚିକିତ୍ସା ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପ ଗୁଡିକର ଲାଭ ଉଠାଇବାକୁ କେନ୍ଦ୍ର ମନ୍ତ୍ରୀ କହିଥିଲେ ।

ସ୍ବାସ୍ଥ୍ୟ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଟିବିଏସୱାଇ ଆକ୍ରାନ୍ତ ରୋଗର ଚିକିତ୍ସା ଦିଗ ପ୍ରତି ଦୃଷ୍ଟି ଦେଇଥାଏ । ଏହି ରୋଗକୁ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଆଣିବା ଏବଂ ପରାମର୍ଶ ଏବଂ ଅନ୍ୟାନ୍ୟ ଦିଗ ଉପରେ ଧ୍ୟାନ ଦେବା ଉପରେ ସେ ଗୁରୁତ୍ବାରୋପ କରିଥିଲେ । ସଚେତନତା ସୃଷ୍ଟି କରିବା ଏବଂ ପରାମର୍ଶ ଦେବା ପାଇଁ ଏହି ପଦକ୍ଷେପ ଅଧିନକୁ ଏକାଧିକ ହିତାଧିକାରୀଙ୍କୁ ଆଣିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଅନିଲ କୁମାର ଝା ଏବଂ ସ୍ବାସ୍ଥ୍ୟ ଅନୁସନ୍ଧାନ ବିଭାଗର ସଚିବ ଡକ୍ଟର ରାଜୀବ ବାହଲ ମଧ୍ୟ ଉପସ୍ଥିତ ଥିଲେ ।

ABOUT THE AUTHOR

...view details