ଓଡିଶା

odisha

ETV Bharat / bharat

Shiv Sena Party Row: ନିର୍ବାଚନ ଆୟୋଗଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଠାକରେ ଗୋଷ୍ଠୀ - ଶିବସେନା ଚିହ୍ନ ବିବାଦ

ନିର୍ବାଚନ ଆୟୋଗଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ଠାକରେ ଗୋଷ୍ଠୀ । ତ୍ବରିତ ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ କୋର୍ଟ । ଶୁଣାଣି ଉପରେ ସମସ୍ତଙ୍କ ନଜର । ଅଧିକ ପଢନ୍ତୁ

ନିର୍ବାଚନ ଆୟୋଗଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଠାକରେ ଗୋଷ୍ଠୀ
ନିର୍ବାଚନ ଆୟୋଗଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଠାକରେ ଗୋଷ୍ଠୀ

By

Published : Feb 20, 2023, 9:11 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନାର ନିର୍ବାଚନୀ ଚିହ୍ନ ଓ ନାମ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ମିଳିବା ପରେ ଏହି ପ୍ରସଙ୍ଗରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ । ନିର୍ବାଚନ ଆୟୋଗ ଗ୍ରହଣ କରିଥିବା ନିଷ୍ପତ୍ତିରେ ରହିତାଦେଶ ଲଗାଇବା ପାଇଁ ଠାକରେ ଗୋଷ୍ଠୀ କରିଥିବା ଆବେଦନରେ ଦର୍ଶାଯାଇଛି । ତେବେ ଏହି ମାମଲାର ତ୍ବରିତ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି । ଅନ୍ୟ ମାମଲା ପରି ଏହାର ସ୍ବାଭାବିକ ତାରିଖରେ ଶୁଣାଣି ହେବ । ଏହା ଉପରେ ସର୍ବୋଚ୍ଚ କୋର୍ଟ କ’ଣ ରାୟ ପ୍ରଦାନ କରିବେ ତା ଉପରେ ସମଗ୍ର ଦେଶର ନଜର ରହିଛି ।

ସେହିପରି ସେ ନିର୍ବାଚନ ଆୟୋଗଙ୍କ ଭୂମିକାକୁ ନେଇ ବର୍ଷିବା ସହ ଏହାକୁ ଭଙ୍ଗ କରିବା ପାଇଁ ଦାବି କରିଛନ୍ତି । ଆୟୋଗ ଭଙ୍ଗ କରି ଆୟୁକ୍ତ ଓ ଅନ୍ୟ ଅଧିକାରୀଙ୍କୁ ନିର୍ବାଚିତ ଉପାୟରେ ଚୟନ କରିବା ପାଇଁ ସେ ଦାବି କରିଛନ୍ତି । ଗତ ଶୁକ୍ରବାର ଶିବସେନାର ଦଳୀୟ ଚିହ୍ନ ଓ ନାମ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ମିଳିଥିଲା । ଯାହାକୁ ନେଇ ଉଦ୍ଧବ ଗୋଷ୍ଠୀ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲା । ଶୁକ୍ରବାର ଠାରୁ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ସମେତ ଅନେକ ବରିଷ୍ଠ ନେତା ସିଧାସଳଖ ବିଜେପି, ନିର୍ବାଚନ କମିଶନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବୟାନାବାଜୀ ଜାରି ରଖିଛନ୍ତି ।

ନିର୍ବାଚନ ଆୟୋଗଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାକର ବୋଲି କହିଥିଲେ ଉଦ୍ଧବ । ସେହିପରି ଏହି ଚିହ୍ନ ପ୍ରଦାନ କରିବା ପାଇଁ 2 ହଜାର କୋଟି ଟଙ୍କାର ଡିଲ ହୋଇଥିବା ମଧ୍ୟ ଅନ୍ୟତମ ବରିଷ୍ଠ ନେତା ତଥା ସଞ୍ଜୟ ରାଉତ କହିଥିଲେ । ଗତକାଲି ମଧ୍ୟ ଏକ କାର୍ଯ୍ଯକ୍ରମରେ ବିଜେପିକୁ ଟାର୍ଗେଟ କରିଥିଲେ ଉଦ୍ଧବ । ଅମିତ ଶାହଙ୍କୁ ‘ମୋଗାମ୍ବୋ’ ବୋଲି କହିବା ସହ ଏମାନେ ସମାଜରେ ଭେଦଭାବ ସୃଷ୍ଟି କରି କ୍ଷମତା ହାତେଇବାକୁ ଚାହୁଁଛନ୍ତି । ଯାହା ପ୍ରକୃତ ହିନ୍ଦୁତ୍ବ ନୁହେଁ ବୋଲି କହିଥିଲେ ଉଦ୍ଭବ ।

ସେହିପରି ଆଜି ଘଟଣାକ୍ରମରେ ବିଧାନ ଭବନରେ ଥିବା ଶିବସେନା କାର୍ଯ୍ୟାଳୟକୁ ଦଖଲ କରିଛି ସିନ୍ଦେ ଗୋଷ୍ଠୀ । ଦୁଇ ଦିନ ପୂର୍ବେ (ଶୁକ୍ରବାର) ନିର୍ବାଚନ ଆୟୋଗ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଶିବସେନା ଦଳ ଭାବେ ସ୍ବୀକୃତି ଦେବା ସହ ଦଳର ନିର୍ବାଚନୀ ପ୍ରତୀକ ‘ଧନୁ ତୀର’ ମଧ୍ୟ ପ୍ରଦାନ କରିଥିଲେ । ସେବେଠାରୁ ସାରା ରାଜ୍ୟରେ ପାର୍ଟିର ମୁଖ୍ୟ ଓ ବିଭିନ୍ନ ଶାଖା କାର୍ଯ୍ୟାଳୟ ବିଲ୍ଡିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ନୂଆ ବିବାଦ ଜୋର ଧରିଛି । ଉଭୟ ଗୋଷ୍ଠୀ ଦଳୀୟ କାର୍ଯ୍ୟାଳୟକୁ ନିଜର ବୋଲି ଦାବି କରୁଛନ୍ତି ।

ଏହାରି ମଧ୍ୟରେ ନିର୍ବାଚନ ଆୟୋଗଙ୍କ ଠାରୁ ଅନୁମତି ପାଇଥିବା ସିନ୍ଦେ ଗୋଷ୍ଠୀ ଦଳର ମୁଖ୍ୟ କାର୍ଯ୍ୟାଳୟକୁ ଦଖଲକୁ ନେଇଛି । ବଜେଟ୍ ଅଧିବେଶନ ପୂର୍ବରୁ ଶିବସେନାର ‘ଧନୁ ଏବଂ ତୀର’ ନିର୍ବାଚନୀ ପ୍ରତୀକରେ ଲଢି ନିର୍ବାଚିତ ସମସ୍ତ ବିଧାୟକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅନ୍ୟପଟେ ଚଳିତ ବର୍ଷ ଅକ୍ଟୋବରରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details