ଓଡିଶା

odisha

ETV Bharat / bharat

ଝିଅକୁ ମନେପକାଇ ସଂସଦରେ ‘ଥାଳି ତାଳି’ର ମହତ୍ବ ବୁଝାଇଲେ ମାଣ୍ଡବ୍ୟ

କୋରୋନା ସମୟରେ ଥାଳି ଓ ତାଳି ବଜାଇବାକୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ । ଏପଟେ ସଂସଦରେ ଥାଳି-ତାଳିର ମହତ୍ବ ବୁଝାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଅଧିକ ପଢନ୍ତୁ...

ଝିଅକୁ ମନେପକାଇ ସଂସଦରେ 'ଥାଳି ତାଳି'ର ମହତ୍ବ ବୁଝାଇଲେ ମାଣ୍ଡବ୍ୟ
ଝିଅକୁ ମନେପକାଇ ସଂସଦରେ 'ଥାଳି ତାଳି'ର ମହତ୍ବ ବୁଝାଇଲେ ମାଣ୍ଡବ୍ୟ

By

Published : Jul 20, 2021, 9:22 PM IST

ନୂଆଦିଲ୍ଲୀ:ସଂସଦରରେ କୋରୋନା କାଳରେ ଥାଳି-ତାଳିର ମହତ୍ବ ବୁଝାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । କୋରୋନା ସମୟରେ ଥାଳି ଓ ତାଳି ବଜାଇବାକୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ । ତେବେ ଦେଶର କୋଭିଡ ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହା କରାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ସଂସଦରେ ବିବୃତ୍ତି ରଖିବା ସମୟରେ ନିଜ ଝିଅକୁ ସ୍ମରଣ କରିଛନ୍ତି ମନ୍ତ୍ରୀ ମାଣ୍ଡବ୍ୟ । ସେ କହିଛନ୍ତି, କାର୍ଯ୍ୟ କରିବାକୁ କୋଭିଡ ୱାର୍ଡ ଚୟନ କରିଥିଲା ଝିଅ । ନିଜ ଜୀବନକୁ ବିପଦ ଥିବା ସତ୍ତ୍ବେ ସେ କୋଭିଡ ୱାର୍ଡରେ କାର୍ଯ୍ୟ କରୁଥିଲା । ତେବେ ଏହାର ଅନୁଭବକୁ ଦେଶ ଆଗରେ ଉପସ୍ଥାପନ କରିଛନ୍ତି ମାଣ୍ଡବ୍ୟ ।

ବିରୋଧୀ କହୁଥିଲେ କଣ ପାଇଁ ଥାଳିତାଳି ବଜାଯାଉଛି ? କୋରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ଆମେ ଏହା କରିଥିଲୁ । ରାସ୍ତାରେ ଛିଡାହୋଇ ଆମ ସୁରକ୍ଷାରେ ଦିନରାତି ଏକ କରିଦେଇଥିବା ପୋଲିସକର୍ମୀଙ୍କ ପାଇଁ ଏହା କରାଯାଇଥିଲା । ମହାମାରୀ ସମୟରେ ନିଜ ଜୀବନ ବାଜିରେ ଲଗାଇ ଆମ ସେବା କରିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସମ୍ମାନ ପାଇଁ ଏହା କରାଯାଇଥିବା କହିଛନ୍ତି ମାଣ୍ଡବ୍ୟ ।

ସଂସଦର ମୌସୁମୀ ଅଧିବେଶନରେ ଦେଶରେ ମହାମାରୀର ଲହରୀ ସମୟରେ ସରକାରଙ୍କ କୋଭିଡ ପରିଚାଳନା ବିଷରେ ମାଣ୍ଡବ୍ୟ ଉତ୍ତର ରଖୁଥିବା ସମୟରେ ଏହା କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ମାର୍ଚ୍ଚରେ ଦେଶରେ ମହାମାରୀ ଆରମ୍ଭ ସମୟରେ ଜନତା କର୍ଫ୍ୟୁ ଘୋଷଣା କରିଥିଲେ । ବିଭିନ୍ନ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ମନୋବଳ ବଢାଇବା ପାଇଁ ଜନସାଧାରଣଙ୍କୁ ତାଳି ଓ ଥାଳି ବଜାଇବାକୁ ମାରିବାକୁ କହିଥିଲେ ପିଏମ ।

ବିରୋଧୀଦଳର ନେତାମାନେ ଏହି ପଦକ୍ଷେପକୁ ସମାଲୋଚନା କରିଥିଲେ। ସେହି ସମୟରେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଥିଲେ ଯେ ସରକାର ଏହି ସଙ୍କଟକୁ ଏକ ଉତ୍ସବରେ ପରିଣତ କରିଛନ୍ତି । ହେଲେ ମହାମାରୀ ମଧ୍ୟରେ ପ୍ରଧାନମନ୍ତ୍ରୀ ଲୋକାଭିମୁଖୀ ପଦକ୍ଷେପଗୁଡ଼ିକର ଗୁରୁତ୍ୱକୁ ଦୋହରାଇଥିଲେ । ଗତ ବର୍ଷ ଏପ୍ରିଲରେ ତାଙ୍କ ମନ କି ବାତରେ ମୋଦି କହିଥିଲେ ଯେ ଆମର 'ତାଳି, ଥାଳି ଏବଂ ଦୀପ' ପଦକ୍ଷେପ ଆମ ଉତ୍ସାହକୁ ସର୍ବୋଚ୍ଚରେ ରଖିଛି ।

ABOUT THE AUTHOR

...view details