ଓଡିଶା

odisha

By

Published : May 21, 2021, 9:21 AM IST

ETV Bharat / bharat

250 ଟଙ୍କାରେ ମିଳିବ କୋରୋନା ଟେଷ୍ଟିଂ କିଟ୍

ପୁଣେସ୍ଥିତ ମାଇଁ ଲ୍ୟାବ ଡିସକଭରି ସଲ୍ୟୁସନ ଲିମିଟେଡର କୋଭିସେଲ୍ଫ ଆଣ୍ଟିଜେନ ଟେଷ୍ଟ କିଟକୁ ଆସିଏମଆରର ମଞ୍ଜୁରୀ । କେବଳ 250 ଟଙ୍କା ବ୍ୟୟରେ ଲୋକମାନେ ଏହି କିଟ୍ ମାଧ୍ୟମରେ କରିପାରିବେ ଟେଷ୍ଟ । ଅଧିକ ପଢନ୍ତୁ...

250 ଟଙ୍କାରେ ଘରେ ବସି ହେବ କୋରୋନା ଟେଷ୍ଟ
250 ଟଙ୍କାରେ ଘରେ ବସି ହେବ କୋରୋନା ଟେଷ୍ଟ

ପୁଣେ: ସହଜ ହେବ କୋଭିଡ ଟେଷ୍ଟ । କମ୍ ବ୍ୟୟରେ ଘରେ ବସି ଆରମରେ କରିପାରିବେ ଟେଷ୍ଟ । ଏନେଇ ପୁଣେସ୍ଥିତ ମାଇଁ ଲ୍ୟାବ ଡିସକଭରି ସଲ୍ୟୁସନ ଲିମିଟେଡ ପକ୍ଷରୁ କୋଭିସେଲ୍ଫ ନାମକ ଏକ ରାପିଡ ଆଣ୍ଟିଜେନ ଟେଷ୍ଟ କିଟ୍ ବିକଶିତ କରାଯାଇଛି । ଏହି କିଟର ମୂଲ୍ୟ ମାତ୍ର 250 ଟଙ୍କା ରହିଛି । ଆଇସିଏମଆର ପକ୍ଷରୁ ଏହାକୁ ଗ୍ରୀନ ସିଗନାଲ ମିଳିଛି ।

ଦେଶରେ ଦ୍ରୁତଗତିରେ ସଂକ୍ରମଣ ବଢୁଛି । ଫଳରେ ଲକ୍ଷଣ ଥାଇ ମଧ୍ୟ ଲୋକମାନେ ଟେଷ୍ଟ କରିପାରୁନାହାନ୍ତି । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ମାଇଁ ଲ୍ୟାବ ଡିସକଭରି ସଲ୍ୟୁସନ ଲିମିଟେଡ କୋଭିସେଲ୍ଫ କିଟ୍ ତିଆରି କରିଛି । ଯଦ୍ବାରା ଜଣେ ବ୍ୟକ୍ତି ନିଜ ଘରେ ବସି ମଧ୍ୟ ଏହି କିଟ୍ ଦ୍ବାରା କୋରୋନା ଟେଷ୍ଟ କରିପାରିବେ ।

ମାଇଁ ଲ୍ୟାବ ଡିସକଭରି ସଲ୍ୟୁସନ ଲିମିଟେଡର ଡାଇରେକ୍ଟର ସୁଜିତ୍ ଜେନ ଇଟିଭି ଭାରତକୁ କହିଛନ୍ତି, କୋଭିସେଲ୍ଫ କିଟ ମାଧ୍ୟମରେ ଟେଷ୍ଟ ସମ୍ପୂର୍ଣ୍ଣ ଫଳପ୍ରଦ । ଟେଷ୍ଟରେ ଯଦି କେହି ପଜିଟିଭ ଆସୁଛନ୍ତି, ତେବେ ସେ ନିଶ୍ଚିତ ଭାବେ କୋରୋନା ସଂକ୍ରମିତ ଅଟନ୍ତି । ମାତ୍ର ଯଦି ଶରୀରରେ କୋରୋନାର ଲକ୍ଷଣ ଥାଇ ମଧ୍ୟ ଟେଷ୍ଟ ନେଗେଟିଭ ଆସେ, ତାହାହେଲେ ସେମାନେ ନିଜର ନିଶ୍ଚିତକରଣ ପାଇଁ ଆରଟିପିସିଆର ଟେଷ୍ଟ କରାଇନେବା ଆବଶ୍ୟକ । ତେବେ ଖୁବଶୀଘ୍ର ବଜାରରେ ଏହି କିଟ୍ ଉପଲବ୍ଧ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details