ଇସଲାମାବାଦ: 1999 ମସିହା କାନ୍ଧାହାର ବିମାନ ଅପହରଣ ଘଟଣାରେ ସମ୍ପୃକ୍ତ ଜଣେ ଆତଙ୍କୀଙ୍କୁ ପାକିସ୍ତାନର କରାଚିରେ ଗୁଳି କରି ହତ୍ୟା । ୫ ଜଣ ଅପହରଣକାରୀ 1999 ମସିହା କାନ୍ଧାହାର ବିମାନ ଅପହରଣ ଘଟଣାକୁ ରୂପ ଦେଇଥିବାବେଳେ ସେମାନଙ୍କ ମଧ୍ୟରେ ଅନ୍ୟତମ ଆତଙ୍କବାଦୀ ଜାହୋର ଇବ୍ରାହିମଙ୍କୁ ମାର୍ଚ୍ଚ 1ରେ ପାକିସ୍ତାନର କରାଚିରେ ଗୁଳି କରି ହତ୍ୟା କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।
୧୯୯୯ ରେ କାଠମାଣ୍ଡରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଆନ ଏୟାର-ଲାଇନ୍ସର ବୋଇଂ-814 କୁ ପାଞ୍ଚ ଜଣ ପାକିସ୍ତାନ ଅପହରଣକାରୀ ଆଫଗାନିସ୍ତାର କାନ୍ଧାହାର ଅଭିମୁଖେ ହାଇଜ୍ୟାକ କରିଥିଲେ । ଅପହରଣକାରୀମାନେ ଯାତ୍ରୀ ଭାବେ ଏହି ବିମାନରେ ଯାତ୍ରା କରି ଏପରି କାଣ୍ଡ ଭିଆଇବାରେ ସଫଳ ହୋଇଥିଲେ । ବିମାନରେ 15 ଜଣ କ୍ରୁ ସଦସ୍ୟଙ୍କ ସମେତ 191ଜଣ ଯାତ୍ରୀ ଥିଲେ ।