ଓଡିଶା

odisha

ETV Bharat / bharat

Encounter In J&K: ସେନା ଗୁଳିରେ ୩ ଆତଙ୍କୀ ସଫା

ଶ୍ରୀନଗରରେ ଏନକାଉଣ୍ଟର (terrorists killed in an ongoing encounter in jk) । ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ । ଅଧିକ ପଢନ୍ତୁ

encounter in jk: 3 ଆତଙ୍କୀ ସଫା
encounter in jk: 3 ଆତଙ୍କୀ ସଫା

By

Published : Nov 24, 2021, 5:58 PM IST

ଶ୍ରୀନଗର: କାଶ୍ମୀରରେ ଜାରି ରହିଥିବା ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନ(security forces action in j&k)ରେ ପୁଣି ୩ ଜଣ ଆତଙ୍କୀଙ୍କୁ ନିପାତ କରିବାରେ(୩ terrorist killed in jk) ସଫଳ ହୋଇଛି ଭାରତୀୟ ସେନା । ଆଜି ଶ୍ରୀନଗର ନିକଟବର୍ତ୍ତୀ ରାମବାଗରେ ଜାରି ରହିଥିବା ସର୍ଚ୍ଚ ଅପରେସନବେଳେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବାବେଳେ ୩ ଆତଙ୍କୀଙ୍କୁ ନିପାତ କରିବାରେ ସଫଳତା ପାଇଛି ସୁରକ୍ଷା ବଳ ।

ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୁରକ୍ଷାବଳ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ହେବ ଆତଙ୍କବାଦୀ ନିରୋଧି ଅଭିଯାନ (anti terror mission)କୁ ଜୋରଦାର କରାଯାଇଥିବା ବେଳେ ଗୁଇନ୍ଦା ସୁଚନା ଆଧାରରେ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରୁଛି ସୁରକ୍ଷା ବଳ (security forces action in j&k)। ଗତ କିଛି ଦିନ ମଧ୍ୟରେ ସୁରକ୍ଷାବଳକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details