ଓଡିଶା

odisha

ETV Bharat / bharat

ଟାର୍ଗେଟରେ ଶ୍ରମିକ, ଆତଙ୍କୀଙ୍କ ଗୁଳିମାଡରେ 2 ପ୍ରବାସୀ ଶ୍ରମିକ ଆହତ - ଟାର୍ଗେଟରେ ଶ୍ରମିକ

ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି । ଜମ୍ମୁକାଶ୍ମୀର ଅନନ୍ତନାଗରେ ଆତଙ୍କୀଙ୍କ ଗୁଳିମାଡରେ ଦୁଇ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Terrorists fired upon two outside labourers
ଆତଙ୍କୀଙ୍କ ଗୁଳିମାଡରେ 2 ପ୍ରବାସୀ ଶ୍ରମିକ ଆହତ

By

Published : Jul 19, 2023, 12:22 PM IST

ଶ୍ରୀନଗର:ଆତଙ୍କୀଙ୍କ ଉତ୍ପାତ । ଆତଙ୍କୀଙ୍କ ଚାର୍ଗେଟରେ ପ୍ରବାସୀ ଶ୍ରମିକ । ଜମ୍ମୁ କାଶ୍ମୀରରେ ପୁଣି ପ୍ରବାସୀ ଶ୍ରମିକଙ୍କ ଗୁଳି କରିଛନ୍ତି ଆତଙ୍କୀ । ଜମ୍ମୁ କାଶ୍ମୀର ଅନନ୍ତନାଗରେ ଆତଙ୍କୀଙ୍କ ଗୁଳିମାଡରେ ଦୁଇ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି । 2 ଆହତ ଶ୍ରମିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସର୍ଚ୍ଚ ଅପରେସନ ଜୋରଦାର ହୋଇଛି ।

ଦକ୍ଷିଣ କାଶ୍ମୀର ଅନନ୍ତନାଗ ଲାଲଚୌକରେ ଆତଙ୍କୀ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଆତଙ୍କୀ ଏହି କାଣ୍ଡ ଘଟାଇବା ପରେ ଅନନ୍ତନାଗରେ ସୁରକ୍ଷା ବ୍ୟବସ୍ଥା କଡାକଡା ସହି ସର୍ଚ୍ଚ ଅପରେସନ ଜୋରଦାର ହୋଇଛି । ଆତଙ୍କୀଙ୍କ ଗୁଳିମାଡରେ ଆହତ ଦୁଇ ଶ୍ରମିକଙ୍କୁ ଏଏସଏଚଏସ ଶ୍ରୀନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ମଙ୍ଗଳବାର ରାତିରେ ଏହି ଆତଙ୍କରାଜ ଘଟାଇଛନ୍ତି ଆତଙ୍କୀ । ଅନ୍ଧାରର ଫାଇଦା ନେଇ ଦୁଇ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଆହତ ଦୁଇ ଶ୍ରମିକ ହେଉଛନ୍ତି ମହାରାଷ୍ଟ୍ରର 20 ବର୍ଷୀୟ ଅକ୍ଷୟ ଓ ୟର୍ସାଦ ସୌରଭ । ଦୁଇ ଜଣଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଏଡିଜିପି ବିଜୟ କୁମାର କହିଛନ୍ତି, ''ଅନନ୍ତନାଗରେ ଆତଙ୍କବାଦ ଦୁଇ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ଘଟଣା ପରେ ଅନନ୍ତନାଗରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଘଟଣାକୁ ନେଇ ଏକ ମାମଲା ରୁଜ୍ଜୁ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି । ସୁରକ୍ଷାକର୍ମୀ ସେମାନଙ୍କ କାର୍ଯ୍ୟ ଜାରି ରଖିଛନ୍ତି ।''

ଏହା ବି ପଢନ୍ତୁ...Encounter: ସର୍ଚ୍ଚ ଅପରେସନରେ ସୁରକ୍ଷାବଳକୁ ସଫଳତା, ଟଳିଲେ 4 ଆତଙ୍କୀ

ଏହା ବି ପଢନ୍ତୁ...ଘାଟିରେ ଏନକାଉଣ୍ଟର ଜାରି, 2 ଆତଙ୍କୀ ନିପାତ

ପ୍ରବାସୀ ଶ୍ରମିକଙ୍କ ଉପରେ ଏହି ଆକ୍ରମଣକୁ ନେଇ ପୋଲିସ କହିଛି ଟିଆରଏଫ ଏହାକୁ ନେଇ ନିଜକୁ ଦାୟୀ କରିଛି । ସମଗ୍ର ଅନନ୍ତନାଗ ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି । ଦୀର୍ଘ ଦିନର ନିରବତା ପୁଣି ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କୀ । ଗତ ଫେବୃଆରୀ 26ରେ ପୁଲଓ୍ବାମା ଜିଲ୍ଲା ଅଚନ ଗାଁରେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କୀ ।

ପ୍ରକାଶଥାଉ କି, ଗତକାଲି (ମଙ୍ଗଳବାର) ଜମ୍ମୁ କାଶ୍ମୀର ସୀମାବର୍ତ୍ତୀ ପୁଞ୍ଚ୍‌ର ସିନ୍ଧାରା ଅଞ୍ଚଳରେ କରାଯାଇଥିବା ସର୍ଚ୍ଚ ଅପରେସନରେ 4 ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଥିଲା ସୁରକ୍ଷାବଳ । ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟରେ ସେନା ଗୁଳିରେ 4 ଆତଙ୍କୀ ସଫା ହୋଇଥିଲେ ।

ABOUT THE AUTHOR

...view details