ଓଡିଶା

odisha

ETV Bharat / bharat

ସୁରକ୍ଷାକର୍ମୀଙ୍କ ଗୁଳିରେ 3 ଆତଙ୍କୀ ସଫା

ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ । ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଥିବା ସୂଚନା । ଅଧିକ ପଢନ୍ତୁ...

By

Published : Nov 13, 2021, 6:55 AM IST

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିରେ ୩ ଆତଙ୍କୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିରେ ୩ ଆତଙ୍କୀ

ଶ୍ରୀନଗର:ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିରେ ୩ ଆତଙ୍କୀ । ମୃତକଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ହିଜବୁଲ ମୁଜାହିଦ୍ଦିନ ରହିଛି । ସେମାନେ ଆତ୍ମଘାତୀ ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ । ଏଥିପାଇଁ ସମସ୍ତ ମୃତକଙ୍କୁ ତାଲିମ୍ ଦିଆଯାଉଥିବା ସେମାନଙ୍କ ମୋବାଇଲ ଫୋନରେ ଥିବା ଡିଜିଟାଲ ପ୍ରମାଣରୁ ଜଣାପଡିଛି ।

ମୁଜାହିଦ୍ଦିନ ସମେତ ଅନ୍ୟ ଦୁଇ ମୃତକ ହିଜବୁଲ ଆତଙ୍କୀ ଶିରାଜ ଅହମ୍ମଦ ଏବଂ ୟାୱାର ଅହମ୍ମଦ ବୋଲି ଚିହ୍ନଟ କରାଯାଇଛି । ଏମାନେ ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପ ସହ ସୁରକ୍ଷାକର୍ମୀ ଏବଂ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ବହୁ ଆକ୍ରମଣରେ ସାମିଲ ଥିଲେ । ୨୦୧୬ରୁ ଶିରାଜ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଭାବେ ଜାମ୍ମୁ-କାଶ୍ମୀରରେ ଖୁବ୍ ସକ୍ରିୟ ଥିଲା ।

ସୂଚନା ଅନୁଯାୟୀ, ଜାମ୍ମୁ-କାଶ୍ମୀର ଅନ୍ତର୍ଗତ କୁଲଗ୍ରାମରେ ଏହି ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଜାଣିବା ପରେ ଆର୍ମି ଏବଂ CRPF ଯବାନ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନ ସମୟରେ ତିନି ଆତଙ୍କୀଙ୍କୁ ଠାବ କରାଯାଇଥିଲା । ସେମାନଙ୍କୁ ଆତ୍ମ ସମର୍ପଣ କରିବାକୁ କୁହାଯାଇଥିଲେ ମଧ୍ୟ ଓଲଟା ସେମାନେ ସୁରକ୍ଷାକର୍ମୀଙ୍କୁ ଉପରେ ଗୁଳ ଚାଳନା କରିଥିଲେ । ଯାହାର ଜବାବରେ ସୁରକ୍ଷାକର୍ମୀ ସେମାନଙ୍କୁ ଏନକାଉଣ୍ଟର କରିଥିଲେ । ଏଥିରେ ଦୁଇ ଜଣ ପ୍ରାଣ ହରାଇଥିବାବେଳେ ରାତି ସମୟର ସୁଯୋଗ ନେଇ ସେମାନଙ୍କ ମଧ୍ୟରୁ ଜଣେ ଲୁଚି ଯାଇଥିଲା । ସକାଳୁ ତାକୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା ହେଲେ ସେ ନ ମାନିବାରୁ ଏନକାଉଣ୍ଟରରେ ସେ ବି ସଫା ହୋଇଛି ।

ଏନକାଉଣ୍ଟର ପୂର୍ବରୁ ସୁରକ୍ଷାକର୍ମୀମାନେ ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତିରତ କରିଥିଲେ ।

ABOUT THE AUTHOR

...view details