ଶ୍ରୀନଗର:କଶ୍ମୀରରେ ସୁରକ୍ଷା ବଳକୁ ସଫଳତା ମିଳିଛି । ସବୁବେଳେ ଆତଙ୍କୀଙ୍କୁ ଗୁଳିରେ ନିପାତ କରୁଥିବା ସୁରକ୍ଷା କର୍ମୀ ଆଜି ଜଣେ ଆତଙ୍କୀକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଡୋଡା ଜିଲ୍ଲାରେ ଏହି ଆତଙ୍କୀଙ୍କୁ ଗିରଫ କରାଯାଇଛି । ତା ନିକଟରୁ ଏକ ଚୀନ ନିର୍ମିିତ ଅତ୍ୟାଧୁନିକ ମାଉଜର ଓ ଗୋଟିଏ ମାଗାଜିନ ସହ ଏକାଧିକ ରାଉଣ୍ଡ ଗୁଳି ମଧ୍ୟ ଜବତ ହୋଇଛି ।
କାଶ୍ମୀରରେ ଆତଙ୍କବାଦୀ ଗିରଫ, ମାରଣାସ୍ତ୍ର ଜବତ - କାଶ୍ମୀର ଖବର
କାଶ୍ମୀରରେ ଗିରଫ ହେଲା ଆତଙ୍କବାଦୀ । ବିଦେଶୀ ନିର୍ମିତ ବନ୍ଧୁକ ସହ ଗୁଳିଗୋଳା ଜବତ । ପଚରା ଉଚରା ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ
![କାଶ୍ମୀରରେ ଆତଙ୍କବାଦୀ ଗିରଫ, ମାରଣାସ୍ତ୍ର ଜବତ କାଶ୍ମୀରରେ ଆତଙ୍କବାଦୀ ଗିରଫ, ମାରାଣାସ୍ତ୍ର ଜବତ](https://etvbharatimages.akamaized.net/etvbharat/prod-images/768-512-15667340-365-15667340-1656303154238.jpg)
କାଶ୍ମୀରରେ ଆତଙ୍କବାଦୀ ଗିରଫ, ମାରାଣାସ୍ତ୍ର ଜବତ
ଗିରଫ ଆତଙ୍କବାଦୀ ସ୍ଥାନୀୟ ବାସିନ୍ଦା ଓ ସେ ଦୀର୍ଘ ଦିନ ଧରି ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଇନପୁଟ ସୂଚନା ଆଧାରରେ ଚଢାଉ ବେଳେ ଏହି ସଫଳତା ମିଳିଛି । ଗିରଫ ଆତଙ୍କୀର ମୋବାଇଲ ଓ ଅନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରି ପୋଲିସ ତଥ୍ୟ ହାସଲ କରିବାକୁ ପ୍ରାୟସ କରୁଛି । ଜେରା ବେଳେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ଓ ଯୋଜନା ନେଇ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ