ଶ୍ରୀନଗର:ଆଗାମୀ ୨ ବର୍ଷ ମଧ୍ୟରେ ଜମ୍ମୁ କାଶ୍ମୀରରେ ଦେଖା ଦେବେନି ଆତଙ୍କବାଦୀ । ଏପରି ଏକ ବଡ ବୟାନ ଦେଇଛନ୍ତି ଜମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ସେ କହିଛନ୍ତି ଯେ, ୨ ବର୍ଷ ମଧ୍ୟରେ ସୀମାରୁ କିପରି ଆତଙ୍କବାଦୀ ସଫା ହେବେ ସେନେଇ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ।
ଗତକାଲି(ବୁଧବାର) EEPC ଇଣ୍ଡିଆ ଉତ୍ତର ପ୍ରଦେଶ ରପ୍ତାନୀର ପୁରସ୍କାର ବିତରଣ ଉତ୍ସବରେ ଏକ ସମାବେଶକୁ ସମ୍ବୋଧିତ କରିବା ସମୟରେ ସିହ୍ନା ଏପରି କହିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ଶାସିତ ଅଞ୍ଚଳରେ ଆଇନ ଶୃଙ୍ଖଳା ବହୁତ ବଦଳିଛି ।