ଓଡିଶା

odisha

ETV Bharat / bharat

ଜମ୍ମୁକାଶ୍ମୀର ପୋଲିସକୁ ସଫଳତା, ବାରମୁଲାରୁ ଦୁଇ ଲସ୍କର ଆତଙ୍କୀ ଗିରଫ

ବାରମୁଲାରୁ ଦୁଇ ଲସ୍କର ଆତଙ୍କୀଙ୍କୁ ଗିରଫ କଲା ସୁରକ୍ଷାବାହିନୀ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 11, 2023, 11:14 AM IST

ଶ୍ରୀନଗର: ଜମ୍ମୁକାଶ୍ମୀର ପୋଲିସକୁ ସଫଳତା । ବାରମୁଲାରେ ଆତଙ୍କବାଦୀ ମଡ୍ୟୁଲ ଉପରେ ଚଢାଉ କରି ଦୁଇ ଆତଙ୍କୀଙ୍କୁ ଗିରଫ କଲା ସୁରକ୍ଷାବାହିନୀ । ଏହି ଦୁଇ ଆତଙ୍କୀ ଲସ୍କର-ଏ-ତୋଏବା ସଂଗଠନର ହୋଇଥିବା ଏକ ପ୍ରେସ ରିଲିଜରେ ସୂଚନା ଦେଇଛି ଜମ୍ମୁକାଶ୍ମୀର ପୋଲିସ । ବର୍ତ୍ତମାନ ଉଭୟଙ୍କୁ ପଚରାଉଚରା କରାଯାଉଛି ।

ପ୍ରେସ ରିଲିଜରେ ଉଲ୍ଲେଖ ରହିଛି ଯେ, "ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର ଦୁଇ ଆତଙ୍କବାଦୀକୁ ଗିରଫ କରାଯାଇଛି । ଏଥିସହ ସେମାନଙ୍କଠାରୁ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି । ଦୁଇ ଆତଙ୍କବାଦୀ ଫାରୁକ୍ ଅହମ୍ମଦ ପାରା ଏବଂ ସାଇମା ବଶୀର ବୋଲି ଗୁପ୍ତ ସୂଚନାରୁ ଜଣାପଡିଛି ।"

ମିଳିଥିବା ସୂଚନା ଅନୁଯାୟୀ, ବାରମୁଲାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଏକ ବିଶେଷସୁତ୍ରରୁ ସୁରକ୍ଷାବାହିନୀକୁ ଖବର ମିଳିଥିଲା। ଏହାପରେ ବାରମୁଲା ପୋଲିସ, ଆର୍ମି 29 ଆରଆର ଏବଂ 2 ବିଏନ୍‌ ଏସଏସବି ଫୋର୍ସ ଉକ୍ତ ସ୍ଥାନରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହାପରେ ସୁରକ୍ଷା ବାହିନୀର ମିଳିତ ଟିମ୍‌ ବାରମୁଲାର ପାଚ୍ଚନରୁ ଦୁଇ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ଏକ ପିସ୍ତଲ, ଦୁଇଟି ପିସ୍ତଲ ମାଗାଜିନ ଓ 2 କିଲୋଗ୍ରାମ ଓଜନର ଏକ ରିମୋର୍ଟ କଣ୍ଟ୍ରୋଲ ଇମ୍ପ୍ରୋଭାଇଜ ସୁରକ୍ଷାକର୍ମୀ ଜବତ କରିଥିଲେ ।

ଗିରଫ ଆତଙ୍କବାଦୀଙ୍କୁ ପଚରାଉଚରା ବେଳେ କହିଛନ୍ତି ଯେ, ସକ୍ରିୟ ଆତଙ୍କବାଦୀ ଆବିଦ କାୟୁମ ଲୋନଙ୍କ ସହ ସହଯୋଗୀ ଭାବରେ ସେମାନେ କାର୍ଯ୍ୟ କରୁଥିଲେ । ଲସ୍କର-ଏ-ତୋଏବାର ଜଣେ ସକ୍ରିୟ ଆତଙ୍କବାଦୀ ହୁସାନ ପଟ୍ଟନର ଆବିଦ୍ କାୟୁମ ଲୋନ ସହ ଆତଙ୍କବାଦୀ ସହଯୋଗୀ ଭାବରେ କାର୍ଯ୍ୟ କରୁଥିଲେ।

ଗିରଫ ଆତଙ୍କବାଦୀ ବିରୋଧରେ ପଟ୍ଟନ ପୋଲିସ ଷ୍ଟେସନରେ ଅସ୍ତ୍ରଶସ୍ତ୍ର ଏବଂ ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଦୁଇ ଜଣଙ୍କୁ ପୋଲିସ ପଚରାଉଚରା କରୁଛି । ଆତଙ୍କୀ ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବାର ସମ୍ଭାବନା ଅଛି ବୋଲି ସୁରକ୍ଷା ବାହିନୀ ତରଫରୁ କୁହାଯାଇଛି ।

ଗତ ମାର୍ଚ୍ଚ 24 ତାରିଖରେ ବାରମୁଲା ଜିଲ୍ଲା ସାପୋରରୁ ଜଣେ ଲସ୍କର ଆତଙ୍କବାଦୀକୁ ଗିରଫ କରିଥିଲା ସୁରକ୍ଷାବାହିନୀ । ଜମ୍ମୁ କାଶ୍ମୀର ପୋଲିସ ଓ ସେନାର ମିଳିତ ଅପରେସନରେ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର ଜଣେ ଆତଙ୍କୀକୁ ଗିରଫ କରାଯାଇଥିଲା । ଏଥିସହ ତାନିକଟରୁ ଅନେକ ମାରଣାସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଧରାପଡିଥିବା ଆତଙ୍କୀ ଉମର ବସିର ଭଟ୍ଟ ଏବଂ ସେ ବରମୁଲା ମନଜ୍ ସିର ନିବାସୀ ବୋଲି ପରିଚୟ ମିଳିଛି ।

ABOUT THE AUTHOR

...view details