ଶ୍ରୀନଗର: ବିପୁଳ ପରିମାଣରେ ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ଜବତ । ଶନିବାର ଦିନ ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀ ଲୁଚି ରହୁଥିବା ସ୍ଥାନରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି ସେନା ।
ଜମ୍ମୁ କାଶ୍ମୀରରୁ ବିପୁଳ ପରିମାଣର ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ଜବତ - ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ଖବର
ଶନିବାର ଦିନ ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀ ଲୁଚି ରହୁଥିବା ସ୍ଥାନରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି ସେନା । ଅଧିକ ପଢନ୍ତୁ...

ଜାମ୍ମୁ କାଶ୍ମୀରରେ ବିପୁଳ ପରିମାଣରେ ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ଜବତ
ସୂଚନା ଅନୁଯାୟୀ, ପୁଞ୍ଚ ଜିଲ୍ଲାର ମାଣ୍ଡିର ଏକ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ସମ୍ପର୍କରେ ସୁରକ୍ଷା ବାହିନୀ ନିର୍ଦ୍ଦିଷ୍ଟ ସୂଚନା ପାଇ ଘେରି ନେଇଥିଲେ । ବିଏସଏଫ ସହ ଜମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ମିଳିତ ଟିମ୍ ଏହି ଅପରେସନ କରିଥିଲେ। ଏହି ଚଢାଉରେ ସୁରକ୍ଷାକର୍ମୀ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଗୁଳି ଜବତ କରିଛନ୍ତି ।
ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଏକେ 47 ରାଇଫଲ, 82 ରାଉଣ୍ଡ ଗୁଳି, 3 ଚାଇନିଜ ପିସ୍ତଲ, 5 ଟି ପିସ୍ତଲ ମାଗାଜିନ ସହ ଚାରୋଟି ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଛି । ସମସ୍ତ ଅଞ୍ଚଳରେ ସେନା ବାହିନୀ ପକ୍ଷରୁ ଯାଞ୍ଚ ଜାରି ରହିଛି ।