ଓଡିଶା

odisha

ETV Bharat / bharat

Terror Funding Case: ୟାସିନ ମଲିକ ଦୋଷୀ ସାବ୍ୟସ୍ତ - ୟାସିନଙ୍କୁ ଦୋଷୀ ସାବ୍ୟସ୍ତ କଲା ଏନଆଇଏ କୋର୍ଟ

ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ
ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ

By

Published : May 19, 2022, 1:44 PM IST

Updated : May 19, 2022, 1:52 PM IST

ନୂଆଦିଲ୍ଲୀ: ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏନଆଇଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ତାଙ୍କୁ କି ଦଣ୍ଡ ମିଳିବ ଆସନ୍ତା ମେ’ ୨୫ ତାରିଖରେ ସ୍ଥିର ହେବ ।

ଦିଲ୍ଲୀର ଏକ କୋର୍ଟରେ ୟାସିନ ମଲିକ ଆତଙ୍କବାଦୀକୁ ଆର୍ଥିକ ସହାୟତା ଯୋଗାଉଥିବା ମାମଲାରେ ତାଙ୍କ ନାଁରେ ହୋଇଥିବା ଅଭିଯୋଗକୁ ସ୍ବୀକାର କରିଥିଲେ, ଯାହା ପରେ କୋର୍ଟ ଆଜି ମଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୟାସିନ ମଲିକ ନିକଟରେ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିବା ନେଇ ପୂର୍ବରୁ ସ୍ବୀକାର କରିଥିଲେ । ୟାସିନ ମଲିକ ନିକଟରେ ୨୦୧୭ରେ କଶ୍ମୀର ଘାଟିରେ ଅଶାନ୍ତି ସୃଷ୍ଟି କରିବା ଏବଂ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହ ଜଡିତ ଏକ ମାମଲାରେ ଦିଲ୍ଲୀ କୋର୍ଟରେ ହାଜର ହୋଇ ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ସ୍ବୀକାର କରିଥିଲେ।

ତାଙ୍କ ବିରୋଧରେ ୟୁଏପିଏର ଧାରା ୧୬, ୧୭, ୧୮, ୨୦ ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୦-ବି, ୧୨୪-ଏ ଜରିଆରେ ଲଗାଯାଇଥିବା ଅଭିଯୋଗକୁ ସେ ଚ୍ୟାଲେଞ୍ଜ କରିବାକୁ ଚାହୁଁ ନାହାନ୍ତି । ଯେଉଁ ଧାରା ଅନୁଯାୟୀ ୟାସିନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, ତାକୁ ଦୃଷ୍ଟିରେ ରଖି ତାଙ୍କୁ ସର୍ବାଧିକ ଆଜୀବନ କାରାଦଣ୍ଡାଦେଶ ଦେଇପାରନ୍ତି କୋର୍ଟ । ୟାସିନ ମଲିକ କଶ୍ମୀର ରାଜନୀତିରେ ବେଶ୍‌ ସକ୍ରିୟ ଥିଲେ। ସେ ବର୍ତ୍ତମାନ ତିହାର ଜେଲରେ ରହିଛନ୍ତି । ୟାସିନ ମଲିକଙ୍କ ବିରୋଧରେ ୧୯୯୦ରେ ୪ଜଣ ବାୟୁସେନା କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି, ଯାହାକୁ ସେ ମାନିଛନ୍ତି । ଗୃହ ମନ୍ତ୍ରଣାଳୟର ସୂଚନା ପାଇବା ପରେ, NIA ଭାରତୀୟ ଦଣ୍ଡ ସଂହିତା ବିଭାଗର 120ଖ, 121, 121କ ଏବଂ UAPAର ଧାରା 13, 16, 17, 18, 20, 38, 39 ଏବଂ 40 ରେ ଏକ ମାମଲା ରୁଜୁ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 19, 2022, 1:52 PM IST

ABOUT THE AUTHOR

...view details