ଓଡିଶା

odisha

ETV Bharat / bharat

Terror Funding Case: ଦିଲ୍ଲୀର ବିଭିନ୍ନ ସ୍ଥାନରେ SIAର ରେଡ - ଟେରର ଫଣ୍ଡିଂ ମାମଲା

ଟେରର ଫଣ୍ଡିଂ ମାମଲା । ଏନେଇ ଜମ୍ମୁକାଶ୍ମୀର ଷ୍ଟେଟ ଇନଭେଷ୍ଟିଗେସନ ଏଜେନ୍ସି(SIA) ଆଜି ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ରେଡ କରିଛି । ଅଧିକ ପଢନ୍ତୁ

Terror Funding Case: ଦିଲ୍ଲୀର ବିଭିନ୍ନ ସ୍ଥାନରେ SIAର ରେଡ
Terror Funding Case: ଦିଲ୍ଲୀର ବିଭିନ୍ନ ସ୍ଥାନରେ SIAର ରେଡ

By

Published : Apr 10, 2022, 2:07 PM IST

ନୂଆଦିଲ୍ଲୀ:ଟେରର ଫଣ୍ଡିଂ ମାମଲା । ଜମ୍ମୁକାଶ୍ମୀର ଷ୍ଟେଟ ଇନଭେଷ୍ଟିଗେସନ ଏଜେନ୍ସି(SIA) ଆଜି ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ରେଡ କରିଛି । ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ସହିତ ଜଡ଼ିତ ମାମଲାଗୁଡ଼ିକର ଯାଞ୍ଚ କରିବା ପାଇଁ ଷ୍ଟେଟ ଇନଭେଷ୍ଟିଗେସନ ଏଜେନ୍ସି (SIA) ଗଠନ କରାଯାଇଛି ।

ଯେଉଁଠାରେ ଆତଙ୍କୀ ସଂଗଠନର ସୁରାକ ପାଇଛି ସେହି ସ୍ଥାନ ଗୁଡିକରେ ଏସଆଇଏ(SIA) ରେଡ କରିଥିଲା । ଜୈସ-ଏ-ମହମ୍ମହ ଆତଙ୍କୀ ସଂଗଠନର ଓଭର ଗ୍ରାଉଣ୍ତ ଓ୍ବାର୍କର୍ସ Over Ground Workers (OGWs) ଓ ଅନ୍ୟ ଆତଙ୍କୀ ସମର୍ଥକଙ୍କ ଗତିବିଧି ଲକ୍ଷ କରି ଏସଆଇଏ ଚଢାଉ କରୁଛି ।

ଜାତୀୟ ରାଜଧାନୀରେ ଦିଲ୍ଲୀରେ ଜୈସ-ଏ-ମହମ୍ମହ ଆତଙ୍କୀ ସଂଗଠନର ଓଭର ଗ୍ରାଉଣ୍ତ ଓ୍ବାର୍କର(OGW) ମାନଙ୍କ ଗତିବିଧି ବିରୁଦ୍ଧରେ ସୁରାକ ପାଇଥିଲା । ପରେ ସେଠାରେ ଛାପା ମାରିଥିଲା SIA । ଚଳିତ ବର୍ଷ ଫେବୃଆରୀରେ ଦକ୍ଷିଣ ଏବଂ କେନ୍ଦ୍ରୀୟ କାଶ୍ମୀରରେ ରେଡ ସମୟରେ ଏସଆଇଏ (SIA) ଜୈସ-ଏ-ମହମ୍ମହ ଆତଙ୍କୀ ସଂଗଠନର 10 ଜଣ ଗ୍ରାଉଣ୍ତ ଓ୍ବାର୍କରଙ୍କୁ ଗିରଫ କରିଥିଲା ।

@ANI

ABOUT THE AUTHOR

...view details