ଚଣ୍ଡିଗଡ:ପଞ୍ଜାବର ଅମୃତସର ସ୍ଥିତ ଗୁରୁ ନାନକ ଦେବ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ଆୟତ କରିବା କାର୍ଯ୍ୟ ଆରମ୍ଭ ହୋଇଛି । ଏକାଧିକ ଅଗ୍ନିଶମ ୟୁନିଟ ନିଆଁ ଆୟତ କାର୍ଯ୍ୟରେ ଲାଗିଛନ୍ତି ।
Fire Broke out At Amritsar Hospital: ଅମୃତସରର ଗୁରୁ ନାନକ ଦେବ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ
ପଞ୍ଜାବର ଅମୃତସର ସ୍ଥିତ ଗୁରୁ ନାନକ ଦେବ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ନିଆଁକୁ ଆୟତ କାର୍ଯ୍ୟ । ଏକାଧିକ ଆହତ ସୂଚନା । ଅଧିକ ପଢନ୍ତୁ
ଅମୃତସରର ଗୁରୁ ନାନକ ଦେବ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ
ବର୍ତ୍ତମାନ ସୁଦ୍ଧା ମୃତାହତ କିମ୍ବା କ୍ଷୟକ୍ଷତି ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଏକାଧିକ ଆହତ ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ଆହତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ
Last Updated : May 14, 2022, 4:35 PM IST