ଓଡିଶା

odisha

ETV Bharat / bharat

RCA ନିର୍ବାଚନ ଦୁର୍ନୀତି ! ନାଲି ଡାଏରୀର କିଛି ପୃଷ୍ଠା ସାର୍ବଜନୀନ କଲେ ମନ୍ତ୍ରୀ ରାଜେନ୍ଦ୍ର ଗୁଡ୍ଡା - ରାଜସ୍ଥାନ ନାଲି ଡାଏରୀ ବିବାଦ

ତଥାକଥିତ ନାଲି ଡାଏରୀର ତଥ୍ୟ ପ୍ରକାଶ କଲେ ବରଖାସ୍ତ ମନ୍ତ୍ରୀ ରାଜେନ୍ଦ୍ର ଗୁଡ୍ଡା । କହିଲେ ରହିଛି ରାଜସ୍ଥାନ କ୍ରିକେଟ ଆସୋସିଏନ ନିର୍ବାଚନ ଦୁର୍ନୀତି । ହସ୍ତାକ୍ଷର ଯାଞ୍ଚ ହେଉ । ଅଧିକ ପଢନ୍ତୁ

ନାଲି ଡାଏରୀ କିଛି ପୃଷ୍ଠାର ରହସ୍ୟ ଖୋଲିଲେ ବରଖାସ୍ତ ମନ୍ତ୍ରୀ ରାଜେନ୍ଦ୍ର ଗୁଡ୍ଡା, ରହିଛି କ୍ରିକେଟ ଆସୋସିଏନ ନିର୍ବାଚନ ଦୁର୍ନୀତି !
ନାଲି ଡାଏରୀ କିଛି ପୃଷ୍ଠାର ରହସ୍ୟ ଖୋଲିଲେ ବରଖାସ୍ତ ମନ୍ତ୍ରୀ ରାଜେନ୍ଦ୍ର ଗୁଡ୍ଡା, ରହିଛି କ୍ରିକେଟ ଆସୋସିଏନ ନିର୍ବାଚନ ଦୁର୍ନୀତି !

By

Published : Aug 2, 2023, 8:54 PM IST

ଜୟପୁର:ରାଜସ୍ଥାନର ବହୁଚର୍ଚ୍ଚିତ ନାଲି ଡାଏରୀ ପ୍ରସଙ୍ଗରେ ଆଜି ପୁଣି ମୁଖ୍ୟମନ୍ତ୍ରୀ ଓ କଂଗ୍ରେସକୁ ଘେରିଛନ୍ତି ଗେହେଲଟ କ୍ୟାବିନେଟରୁ ବରଖାସ୍ତ ମନ୍ତ୍ରୀ ରାଜେନ୍ଦ୍ର ଗୁଡ୍ଡା । ରାଜେନ୍ଦ୍ର ଆଜି ଏହି ତଥାତଥିତ ଦୁର୍ନୀତି ଡାଏରୀର 3ପୃଷ୍ଠା ସାର୍ବଜନୀନ କରିଛନ୍ତି । ଦାବି କରିଛନ୍ତି, ଏଥିରେ ରାଜସ୍ଥାନ କ୍ରିକେଟ ଆସୋସିଏନ ନିର୍ବାଚନରେ ହୋଇଥିବା ଭ୍ରଷ୍ଟାଚାର ସମ୍ପର୍କିତ ତଥ୍ୟ ରହିଛି । ଡାଏରୀରେ ଲେଖାଥିବା ହସ୍ତାକ୍ଷର କଂଗ୍ରେସ ନେତା ଧର୍ମେନ୍ଦ୍ର ରାଠୋରଙ୍କର । ଏହି ହସ୍ତାକ୍ଷରକୁ ଯାଞ୍ଚ କଲେ, ତାଙ୍କ କଥାରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହେବ ବୋଲି ମଧ୍ୟ ସେ ଦାବି କରିଛନ୍ତି ।

ନାଲି ଡାଏରୀ ତଥ୍ୟ ପ୍ରକାଶ କଲେ ବରଖାସ୍ତ ମନ୍ତ୍ରୀ ରାଜେନ୍ଦ୍ର ଗୁଡ୍ଡା


ଏହି 3ପୃଷ୍ଠାରେ ରାଜ୍ୟ କ୍ରିକେଟ ଆସୋସିଏସନ ନିର୍ବାଚନର ଭ୍ରଷ୍ଟାଚାର ସହ ଏଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ପୁଅ ତଥା ବର୍ତ୍ତମାନ ରାଜ୍ୟ କ୍ରିକେଟ ସଂଘ ସଭାପତି ବୈଭବ ଗେହେଲଟଙ୍କ ନାମ ଥିବା ମଧ୍ୟ ସେ ଦାବି କରିଛନ୍ତି । ଡାଏରୀର କିଛି ପୃଷ୍ଠା ସେ ଆଜି ଗଣମାଧ୍ୟମ ସମ୍ମୁଖରେ ସାର୍ବଜନୀନ କରିଛନ୍ତି । କହିଛନ୍ତି ରାଜ୍ୟ କ୍ରିକେଟ ସଂଘ ନିର୍ବାଚନରେ ଭୋଟ କିଣାଯାଇଛି । ଏହି ସମ୍ପର୍କରେ ବହୁ ଗୁପ୍ତ ତଥ୍ୟ ଏହି ଡାଏରୀରେ ଉଲ୍ଲେଖ ରହିଛି । ସେ ଏହି ଡାଏରୀରେ ଥିବା ସମସ୍ତ ତଥ୍ୟର ଖୁଲାସା କରିବେ ।

ଗତମାସ 24 ତାରିଖରେ ଗୁଡ୍ଡା ଗେହେଲଟଙ୍କ କ୍ୟାବିନେଟରୁ ବରଖାସ୍ତ ହୋଇଥିଲେ । ରାଜ୍ୟରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରସଙ୍ଗରେ ସେ ନିଜ ସରକାର ବିରୋଧରେ ପ୍ରଶ୍ନ କରିବାରୁ ତାଙ୍କୁ କ୍ୟାବିନେଟରୁ ବରଖାସ୍ତ କରାଯାଇଥିବା ସେ ଅଭିଯୋଗ କରିଥିଲେ । ଏହାପରେ ସାମ୍ନାକୁ ଆସିଥିଲା ଗୁଡ୍ଡାଙ୍କ ନାଲି ଡାଏରୀ । ଗୁଡ୍ଡା ହାତରେ ଏକ ନାଲି ଡାଏରୀ ଧରି ବିଧାନସଭାକୁ ପ୍ରବେଶ କରିବାକୁ ଉଦ୍ୟମ କରିିଥିଲେ । ତାଙ୍କୁ ସୁରକ୍ଷା ଅଧିକାରୀମାନେ ରୋକିବା ସହ ଗୃହକୁ ପ୍ରବେଶ କରିବାକୁ ଦେଇନଥିଲେ ।

ଏହା ମଧ୍ୟ ପଢନ୍ତୁ :-PM Modi in Rajasthan:‘କଂଗ୍ରେସର ପରାଜୟର କାରଣ ହେବ ନାଲି ଡାଏରୀ’

ପ୍ରଥମ ଥର ଗୁଡ୍ଡା ସାଙ୍ଗରେ ଆଣିଥିବା ନାଲି ଡାଏରୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଗୁଡ୍ଡା କହିଥିଲେ, ସେ ସାଙ୍ଗରେ ଆଣିଥିବା ନାଲି ଡାଏରୀରେ ଗେହଲୋଟ ସରକାରଙ୍କ ବହୁ ଆର୍ଥିକ ଅନିୟମିତତାର ପ୍ରମାଣ ଥିଲା । ସେ ଏହାକୁ ବିଧାନସଭାରେ ଉପସ୍ଥାପିତ କରିବାକୁ ଆସିଥିଲେ । ହେଲେ ତାଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ମିଳିଲା ନାହିଁ । ଏହାପରେ ଏହି ଡାଏରୀକୁ ନେଇ ରାଜନୀତି ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ରାଜସ୍ଥାନରେ ଜନସଭାକୁ ସମ୍ବୋଧିତ କରିବା ସମୟରେ ଏହି ତଥାକଥିତ ଦୁର୍ନୀତି ଡାଏରୀ ପ୍ରସଙ୍ଗ ଉଠାଇ ଗେହେଲଟ ସରକାରକୁ ସମାଲୋଚନା କରିଥିଲେ । କହିଥିଲେ ଏହି ଡାଏରୀ ରାଜ୍ୟରେ କଂଗ୍ରେସର ପରାଜୟର କାରଣ ହେବାକୁ ଯାଉଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details