ଚେନ୍ନାଇ:ତାମିଲନାଡ଼ୁ ଭୋଟ ଗଣତି କେନ୍ଦ୍ରରେ ହିଂସାକାଣ୍ଡ । ରାଜ୍ୟର ସାତ୍ତୁର ଭୋଟ ଗଣତି କେନ୍ଦ୍ରରେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି । ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ କର୍ମୀର ଏଏମଏମକେ ଓ ଏଆଇଡିଏମକେ ସଦସ୍ୟଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଅରୁପକୋଟ୍ଟାଇର ଏଆଇଡିଏମକେ ବିଧାନସଭା ପ୍ରାର୍ଥୀ ଅରୁପକୋଟ୍ଟାଇ ଏହି ଭୋଟ ଗଣତି କେନ୍ଦ୍ରକୁ ଅଚାନକ ପଶି ଆସିଥିଲେ। ଏହାପରେ ଦୁଇ ଦଳୀୟକର୍ମୀଙ୍କ ମଧ୍ୟରେ ହୋଇଥିବା ତୁମୁଳ କାଣ୍ଡ ।
ଅରୁପକୋଟ୍ଟାଇ ଭୋଟ ଗଣତି କେନ୍ଦ୍ରକୁ ଯିବା ପରେ ଏଏମଏମକେ ଦଳ ସଦସ୍ୟ ଏହାକୁ ବିରୋଧ କରିଥିଲେ । ଭୋଟ ଗଣତି କେନ୍ଦ୍ରରେ ଦୁଇ ଦଳ ହାତାହାତୀ ହେବାକୁ ପଛାଇ ନଥିଲେ । ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ ସୁଦ୍ଧା ଏଭଳି ଏକ ଘଟଣା ରୋକିବାରେ ଅସଫଳ ହୋଇଥିଲା । ଏହି ସଂଘର୍ଷରେ ଏଏମଏମକେର ଥିରୁମାଲାଇରଞ୍ଜନଙ୍କ ସାର୍ଟକୁ ଚିରି ପକାଇଥିଲେ ଏଆଇଡିଏମକେ ସଦସ୍ୟ।