ଓଡିଶା

odisha

ETV Bharat / bharat

ରେଲୱେ ମହିଳା ଜଗୁଆଳୀଙ୍କୁ ଦୁଷ୍କର୍ମ ଉଦ୍ୟମ, କେରଳ ଯୁବକ ଗିରଫ - ତେନକାସି

ତାମିଲନାଡୁ ତେନକାସି ଜିଲ୍ଲାରେ ମହିଳା ରେଲୱେ ଜଗୁଆଳୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଏହି ଘଟଣାରେ ରେଲୱେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

rape attempt
rape attempt

By

Published : Feb 20, 2023, 8:08 PM IST

ଚେନ୍ନାଇ: ତାମିଲନାଡୁ ତେନକାସି ଜିଲ୍ଲା ଭବୁରଚତ୍ରମ ରେଲୱେ ମହିଳା ଜଗୁଆଳୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଏହି ଘଟଣାରେ ରେଲୱେ ପୋଲିସ କେରଳରେ ଜଣେ ଯୁବକକୁ ଗିରଫ କରିଛି । ମହିଳା କର୍ମଚାରୀ ଜଣକ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ଯୁବକ ଜଣକ ଆକ୍ରମଣ କରି ଜୋରଜବରଦସ୍ତ ଯୌନ ନିର୍ଯାତନା ଦେବାକୁ ଉଦ୍ୟମ କରିଥିଲେ । ଅଭିଯୁକ୍ତ ଯୁବକଙ୍କ ଆକ୍ରମଣରେ ରେଲୱେ ଜଗୁଆଳୀ ଜଣକ ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ତାମିଲନାଡୁ ତେନକାସି ଜିଲ୍ଲାର ଭବୁରଚତ୍ରମ ରେଳ ଫାଟକ ନିକଟରେ ମହିଳା ଜଣକ ଜଗୁଆଳୀ ଭାବେ କାମ କରନ୍ତି । ତେବେ ସେ ଗତ ୧୭ ତାରିଖରେ ଡ୍ୟୁଟିରେ ଥିବା ସମୟରେ ଜଣେ ଅଜଣା ଯୁବକ ହଠାତ ତାଙ୍କ ଉପରକୁ ଆକ୍ରଣ କରିଥିଲା । ଏହାପରେ ଦୁଷ୍କର୍ମ କରିବା ଲାଗି ଉଦ୍ୟମ କରିଥିଲା । ଏହି ସମୟରେ ମହିଳା ଜଗୁଆଳୀ ଜଣକ ଜୋରରେ ଚିତ୍କାର କରିବା ପରେ ଲୋକମାନେ ଶବ୍ଦ ଶୁଣି ରେଳ ଫାଟକ ନିକଟକୁ ଆସିଥିଲେ । ଏହି ସମୟରେ ଅଭିଯୁକ୍ତ ଯୁବକ ଜଣକ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଟିଏମସି ବୁଥ୍‌ ସଭାପତିଙ୍କୁ ଗୁଳି କରି ହତ୍ୟା

ଅଭିଯୁକ୍ତର ଆକ୍ରମଣରେ ଯୁବତୀ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏହାପରେ ତାଙ୍କୁ ଭବୁରଚତ୍ରମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଭବୁରଚତ୍ରମ ପୋଲିସ ଓ ରେଲୱେ ପୋଲିସ ରେଲୱେ ଫାଟକ ନିକଟ ଓ ଏହାର ଆଖାପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରିଥିଲା । ଏହାପରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି । ଏହି ଅଭିଯୁକ୍ତର ନାମ (୨୮) ଅନିଶ ହୋଇଥିବା ବେଳେ ସେ କେରଳ କୋଲାମ ଜିଲ୍ଲାର ପଡନାପୁରମ ଅଞ୍ଚଳର ବୋଲି ଜଣାପଡ଼ିଛି ।

ପୀଡ଼ିତାଙ୍କ ଅଭିଯୋଗ:-ପୀଡ଼ିତା ଜଣକ ମଧ୍ୟ କେରଳର ହୋଇଥିବା ବେଳେ ତାମିଲନାଡୁ ତେନକାସି ଜିଲ୍ଲା ଭବୁରଚତ୍ରମ ରେଲୱେ ଷ୍ଟେସନରେ ଜଗୁଆଳୀ ଭାବେ କାର୍ଯ୍ୟ କରୁଥିଲେ । ପୀଡ଼ିତାଙ୍କ କହିବାନୁସାରେ ଅଭିଯୁକ୍ତ ଜଣକ ହଠାତ ଷ୍ଟାଫ ରୁମକୁ ପ୍ରବେଶ କରି ତାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା । ସେ ବିରୋଧ କରିବାରୁ ଅଭିଯୁକ୍ତ ଜଣକ ଷ୍ଟାଫ ରୁମରେ ଥିବା ଫୋନ ରିସିଭରରେ ତାଙ୍କ ମୁଣ୍ଡକୁ ଆଘାତ ଦେଇଥିଲା । ପୀଡ଼ିତା ଜଣକ ଚିତ୍କାର କରିବା ସହ ଆଲାର୍ମ ସ୍ବିଚ ଅନ୍‌ କରିଥିଲେ । ଏହା ପରେ ଅଭିଯୁକ୍ତ ଜଣକ ଭୟଭୀତ ହୋଇ ସେଠାରୁ ପଳାୟନ କରିଥିବା ସେ କହିଛନ୍ତି । ଏହାପରେ ଅନ୍ୟ କର୍ମଚାରୀମାନେ ଆଲାର୍ମ ଶୁଣିବା ପରେ ସେଠାକୁ ଆସି ତାଙ୍କୁ ଆହତ ଅବସ୍ଥାରେ ଦେଖିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲ ନେଇଥିବା ସେ କହିଛନ୍ତି ।

ABOUT THE AUTHOR

...view details